ତୀର୍ଥଯାତ୍ରା କଲେ ରଜନୀକାନ୍ତ, ଦେଶର ସୁଖ-ସମୃଦ୍ଧି ପାଇଁ କଲେ ପୂଜା

ମୁମ୍ଵାଇ ୦୩।୦୬: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ । ବର୍ତ୍ତମାନ ସେ ଉତ୍ତରାଖଣ୍ଡରେ ଅଛନ୍ତି। ରଜନୀକାନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ଏବେ ସେ ବଦ୍ରିନାଥରେ ବଦ୍ରିଭିଶାଲଙ୍କ ଦର୍ଶନ କରିଥିଲେ । ରଜନୀକାନ୍ତ ବଦ୍ରିନାଥରେ ରହିଥିଲେ। ରଜନୀକାନ୍ତ ୩୦ ମେ’ରେ ଋଷିକେଶରେ ପହଞ୍ଚିଥିଲେ ଏବଂ ୩୧ ମେ’ରେ ସେ 'ବଦ୍ରିନାଥ' ଏବଂ 'କେଦାରନାଥ' ପରିଦର୍ଶନ କରିଥିଲେ। ଏହା ପରେ ଅଭିନେତା ଦ୍ଵାରହାଟକୁ ଯାଇଥିଲେ । ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ସହିତ ରଜନୀକାନ୍ତ ମଧ୍ୟ ବର୍ତ୍ତମାନ ଏକ ଆଧ୍ୟାତ୍ମିକ ଯାତ୍ରା କରୁଛନ୍ତି। ଏହାପୂର୍ବରୁ ସେ ୟୁପିର କିଛି ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ । ବର୍ତ୍ତମାନ ସେ ଅନ୍ୟ ସ୍ଥାନ ମଧ୍ୟ ପରିଦର୍ଶନ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ଏହା ପୂର୍ବରୁ ରଜନୀକାନ୍ତ ଆବୁଧାବିର BAPS ହିନ୍ଦୁ ମନ୍ଦିର ଯାଇଥିଲେ। ସେଠାର ଫଟୋ ଏବଂ ଭିଡିଓ ମନ୍ଦିରର ଅଫିସିଆଲ୍ ସାଇଟରେ ସେୟାର କରାଯାଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଙ୍ଗ ଫିଲ୍ମ ଭେଟ୍ଟାୟାନର ସୁଟିଂ ଶେଷ ହୋଇଛି । ଯାହା ଟି.ଜେ ଗାନାଭେଲଙ୍କ ଦ୍ଵାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୁଣିଥରେ ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ। ଭେଟ୍ଟାୟାନ ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବ 

ତୀର୍ଥଯାତ୍ରା କଲେ ରଜନୀକାନ୍ତ, ଦେଶର ସୁଖ-ସମୃଦ୍ଧି ପାଇଁ କଲେ ପୂଜା

ମୁମ୍ଵାଇ ୦୩।୦୬: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ । ବର୍ତ୍ତମାନ ସେ ଉତ୍ତରାଖଣ୍ଡରେ ଅଛନ୍ତି। ରଜନୀକାନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାମରେ ପହଞ୍ଚିଛନ୍ତି। ଏବେ ସେ ବଦ୍ରିନାଥରେ ବଦ୍ରିଭିଶାଲଙ୍କ ଦର୍ଶନ କରିଥିଲେ । ରଜନୀକାନ୍ତ ବଦ୍ରିନାଥରେ ରହିଥିଲେ। ରଜନୀକାନ୍ତ ୩୦ ମେ’ରେ ଋଷିକେଶରେ ପହଞ୍ଚିଥିଲେ ଏବଂ ୩୧ ମେ’ରେ ସେ 'ବଦ୍ରିନାଥ' ଏବଂ 'କେଦାରନାଥ' ପରିଦର୍ଶନ କରିଥିଲେ। 

ଏହା ପରେ ଅଭିନେତା ଦ୍ଵାରହାଟକୁ ଯାଇଥିଲେ । ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ସହିତ ରଜନୀକାନ୍ତ ମଧ୍ୟ ବର୍ତ୍ତମାନ ଏକ ଆଧ୍ୟାତ୍ମିକ ଯାତ୍ରା କରୁଛନ୍ତି। ଏହାପୂର୍ବରୁ ସେ ୟୁପିର କିଛି ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ । ବର୍ତ୍ତମାନ ସେ ଅନ୍ୟ ସ୍ଥାନ ମଧ୍ୟ ପରିଦର୍ଶନ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି। 

ସୂଚନା ଅନୁଯାୟୀ, ଏହା ପୂର୍ବରୁ ରଜନୀକାନ୍ତ ଆବୁଧାବିର BAPS ହିନ୍ଦୁ ମନ୍ଦିର ଯାଇଥିଲେ। ସେଠାର ଫଟୋ ଏବଂ ଭିଡିଓ ମନ୍ଦିରର ଅଫିସିଆଲ୍ ସାଇଟରେ ସେୟାର କରାଯାଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଙ୍ଗ ଫିଲ୍ମ ଭେଟ୍ଟାୟାନର ସୁଟିଂ ଶେଷ ହୋଇଛି । ଯାହା ଟି.ଜେ ଗାନାଭେଲଙ୍କ ଦ୍ଵାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୁଣିଥରେ ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ। ଭେଟ୍ଟାୟାନ ଚଳିତ ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବ