ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାହାମ ଏବଂ ଡ଼ଙ୍ଗରପଡ଼ା ପଞ୍ଚାୟତ ଗସ୍ତ
ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଜି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ଯୁଯୋମୁରା ବ୍ଲକ ଅନ୍ତର୍ଗତ ବାହାମ ଏବଂ ଡ଼ଙ୍ଗରପଡ଼ା ପଞ୍ଚାୟତ ଗସ୍ତ କରିଥିଲେ I ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ପଞ୍ଚାୟତ ର ପଡିଆବାହାଲ, ପ୍ରଧାନପାଲି କଦଳିମୁଣ୍ଡା, ପଟୁଆବାହାଲ ଆଦି ଗ୍ରାମ ଗସ୍ତ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ I ଡ଼ଙ୍ଗରପଡ଼ା ପଞ୍ଚାୟତର ଡ଼ଙ୍ଗରପଡ଼ା ସରସ୍ବତୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି […] The post ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାହାମ ଏବଂ ଡ଼ଙ୍ଗରପଡ଼ା ପଞ୍ଚାୟତ ଗସ୍ତ appeared first on Odisha.News.

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଜି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ଯୁଯୋମୁରା ବ୍ଲକ ଅନ୍ତର୍ଗତ ବାହାମ ଏବଂ ଡ଼ଙ୍ଗରପଡ଼ା ପଞ୍ଚାୟତ ଗସ୍ତ କରିଥିଲେ I ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ପଞ୍ଚାୟତ ର ପଡିଆବାହାଲ, ପ୍ରଧାନପାଲି କଦଳିମୁଣ୍ଡା, ପଟୁଆବାହାଲ ଆଦି ଗ୍ରାମ ଗସ୍ତ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ I ଡ଼ଙ୍ଗରପଡ଼ା ପଞ୍ଚାୟତର ଡ଼ଙ୍ଗରପଡ଼ା ସରସ୍ବତୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମବେତ ଗ୍ରାମବାସୀ ଙ୍କୁ ତାଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ଭୁରୀୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ଅନୁଷ୍ଠିତ ସଭାରେ ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ପଣ୍ଡା, ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, କୁକୁଡ଼ାପାଲି ସରପଞ୍ଚ ଗୀତାଞ୍ଜଳି ଦେହୁରୀ, ବିଜେଡି ପଞ୍ଚାୟତ ସଭାପତି ପ୍ରତାପ ନାୟକ, ବାହାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ହରିହର ନାୟକ, ବରିଷ୍ଠ ବିଜେଡି ନେତା ଆଶୁତୋଷ ପଣ୍ଡା, ସମାଜସେବୀ ଦିଲୀପ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ I ଏହି ଗସ୍ତ କାର୍ଯ୍ୟକ୍ରମ କୁ ସିଲୁ ଶୁକ୍ଲା, ରାଜେଶ ପଣ୍ଡା, ଦୟାସାଗର ପ୍ରଧାନ, ଇସମାଇଲ ଆଜାଦ ବଢ଼େଇ, ରାଜକୁମାର ସାହୁ, କୈଳାଶ ନାଥ, ମାନ ଭଞ୍ଜନ ସିଂହ, ସନ୍ତୋଷ ଲୁହା, ସୁମନ୍ତ ବେସନ, ଅରୂପାନନ୍ଦ ସିଂହ, ହେମନ୍ତ ବେସନ ପ୍ରମୁଖ ସଫଳ ଆୟୋଜନ କରିଥିଲେ I
The post ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାହାମ ଏବଂ ଡ଼ଙ୍ଗରପଡ଼ା ପଞ୍ଚାୟତ ଗସ୍ତ appeared first on Odisha.News.