ବାତ୍ୟା ଦାନାରୁ ସୁରକ୍ଷା ପାଇଁ ଯୋଗ ସମିତି ପକ୍ଷରୁ ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ଦିବ୍ୟଉର୍ଯ୍ୟା ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ଠାରେ ପ୍ରାର୍ଥନା ଓ ଶାନ୍ତି ପାଠ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବାତ୍ୟା ଦାନା ରୁ ମୁକ୍ତି ପାଇଁ ଧନ ଜୀବନ ହାନି ରୁ ରକ୍ଷା ପାଇଁ ଓ ପୃଥିବୀ ଶାନ୍ତି ସକାଶେ ଯୋଗ ମଣ୍ଡପ ଠାରେ ୨୧ ଥର ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇ ଭଗଵାନ ଙ୍କୁ ପ୍ରାର୍ଥନା କରଯାଇଥିଲା। ଓଡ଼ିଶା […] The post ବାତ୍ୟା ଦାନାରୁ ସୁରକ୍ଷା ପାଇଁ ଯୋଗ ସମିତି ପକ୍ଷରୁ ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ appeared first on Odisha.News.

ବାତ୍ୟା ଦାନାରୁ ସୁରକ୍ଷା ପାଇଁ ଯୋଗ ସମିତି ପକ୍ଷରୁ ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ଦିବ୍ୟଉର୍ଯ୍ୟା ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ଠାରେ ପ୍ରାର୍ଥନା ଓ ଶାନ୍ତି ପାଠ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବାତ୍ୟା ଦାନା ରୁ ମୁକ୍ତି ପାଇଁ ଧନ ଜୀବନ ହାନି ରୁ ରକ୍ଷା ପାଇଁ ଓ ପୃଥିବୀ ଶାନ୍ତି ସକାଶେ ଯୋଗ ମଣ୍ଡପ ଠାରେ ୨୧ ଥର ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇ ଭଗଵାନ ଙ୍କୁ ପ୍ରାର୍ଥନା କରଯାଇଥିଲା। ଓଡ଼ିଶା ରେ ବିଗତ ବର୍ଷ ମାନଙ୍କରେ ଘଟିଥିବା ଫନି, ଫାଇଲିନ, ହୁଡ ହୁଡ଼, ତିତିଲି ଓ ୧୯୯୯ ମସିହା ରେ ହୋଇଥିବା ମହାବାତ୍ୟା ପ୍ରକୃତି ର ତାଣ୍ଡବ ଲୀଳା କୂ ସ୍ମରଣ କରିବା ସହ ଆଗମୀ ଦିନ ରେ ଲୋକ ଙ୍କ ଏଭଳି ବହୂ ମୂଲ୍ୟ ଧନ ଜୀବନ କ୍ଷତି ନ ହେବା ପାଈଁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା ଓ ଓଡ଼ିଶା ବାସୀ ଙ୍କ ମଙ୍ଗଳ କାମନା କରିଥିଲେ। ଯୋଗ ସମିତି ସମ୍ପାଦକ ଶ୍ରିବନ୍ତ ମିଶ୍ର ଙ୍କ ନେତୃତ୍ବ ରେ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ଏ ଶାନ୍ତି ପାଠ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା।

The post ବାତ୍ୟା ଦାନାରୁ ସୁରକ୍ଷା ପାଇଁ ଯୋଗ ସମିତି ପକ୍ଷରୁ ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ appeared first on Odisha.News.