ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ
ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କର ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଛତିଶଗଡ଼ ନମ୍ବର ଥିବା […] The post ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ appeared first on Dharitri Odia News.
ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି।
ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କର ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ବିଜାପୁରରେ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ପରେ ସ୍କର୍ପିଓଟି ପୁଣିଥରେ ଅନ୍ୟ ଏକ ବାଇକ୍କୁ ଧକ୍କା ଦେଇ ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା। ଅଟୋରେ ପ୍ରାୟ ୧୫ ଜଣ ଯାତ୍ରୀଥିଲେ। ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋର ଯାତ୍ରୀ ଥିବା ବେଳେ ତୃତୀୟ ବ୍ୟକ୍ତି ବାଇକ ଚାଳକ। ଆହତ ୧୦ ଜଣଙ୍କୁ ଜୟପୁର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରୁ ଗୁରୁତରମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।
The post ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ appeared first on Dharitri Odia News.