ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ
ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ଯିଏକି ହିନ୍ଦୀ ଫିଲ୍ମରେ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିଲେ। ଏହାପୂର୍ବରୁ ତାଙ୍କୁ ୨୦୦୨ରେ ଊର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୪ରେ ପଦ୍ମ […] The post ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ଯିଏକି ହିନ୍ଦୀ ଫିଲ୍ମରେ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିଲେ। ଏହାପୂର୍ବରୁ ତାଙ୍କୁ ୨୦୦୨ରେ ଊର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୪ରେ ପଦ୍ମ ଭୂଷଣ ସମେତ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିସହ ସେ ହିନ୍ଦୀ ଫିଲ୍ମର ବିଭିନ୍ନ କାର୍ଯ୍ୟ ପାଇଁ ୫ଟି ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି।
ସେହିପରି ଚିତ୍ରକୂଟରେ ଥିବା ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ବିଶିଷ୍ଟ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ତଥା ୧୦୦ରୁ ଅଧିକ ପୁସ୍ତକର ଲେଖକ। ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ସଂସ୍କୃତ ଭାଷା ଏବଂ ବେଦ ଏବଂ ପୁରାଣର ଜଣେ ମହାନ ବିଦ୍ୱାନ। ଜ୍ଞାନପୀଠ କମିଟି ଏକ ବିବୃତ୍ତିରେ କହିଛି, ସଂସ୍କୃତ ସାହିତ୍ୟର ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ତଥା ପ୍ରସିଦ୍ଧ ଊର୍ଦ୍ଦୁ ସାହତି୍ୟକ ଗୁଲଜାରଙ୍କ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୨ରେ ଗୋଆନ ଲେଖକ ଦାମୋଦର ମୌଜୋଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
The post ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ appeared first on Dharitri Odia News.