ମାଉଣ୍ଟ ଏଲ୍‌ବୃସ୍‌ ଚଢ଼ିଲେ ଓଡ଼ିଆ ଯୁବକ

ଭବାନୀପାଟଣା,୧୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବୃସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍‌ବୃଷ୍‌ ଅଭିମୁଖେ ଯାତ୍ରା କରିଥିଲେ। ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍‌ବୃସ୍‌ର ଶିଖରରେ ପହଞ୍ଚି ଜାତୀୟ […] The post ମାଉଣ୍ଟ ଏଲ୍‌ବୃସ୍‌ ଚଢ଼ିଲେ ଓଡ଼ିଆ ଯୁବକ appeared first on Dharitri Odia News.

ମାଉଣ୍ଟ ଏଲ୍‌ବୃସ୍‌ ଚଢ଼ିଲେ ଓଡ଼ିଆ ଯୁବକ

ଭବାନୀପାଟଣା,୧୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବୃସ୍‌ ଚଢି ଜିଲା ପାଇଁ ଗୌରବ ଆଣିଛନ୍ତି।

ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍‌ବୃଷ୍‌ ଅଭିମୁଖେ ଯାତ୍ରା କରିଥିଲେ। ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍‌ବୃସ୍‌ର ଶିଖରରେ ପହଞ୍ଚି ଜାତୀୟ ପତକା ଉଡାଇଥିଲେ। ମାଉଣ୍ଟ ଏଲ୍‌ବୃସ୍‌ ଚଢିବା ପରେ ତାଙ୍କ ନିଜ ଗ୍ରାମ ଓ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ପୃଥିବୀର ଅନ୍ୟ ୬ଟି ମହାଦେଶର ୬ ଉଚ୍ଚତମ ଶୃଙ୍ଗ ଆରୋହଣ କରିବାର ଲକ୍ଷ୍ୟ ରହିଛି ବୋଲି ରାହୁଲ କହିଛନ୍ତି ।

The post ମାଉଣ୍ଟ ଏଲ୍‌ବୃସ୍‌ ଚଢ଼ିଲେ ଓଡ଼ିଆ ଯୁବକ appeared first on Dharitri Odia News.