ମିଲ୍କ ମନ୍ତ୍ରା ପରିଦର୍ଶନ କଲେ ଆମେରିକା କନ୍ସଲ୍ ଜେନେରାଲ
ଭୁବନେଶ୍ୱର, ୯।୮: ରାଜ୍ୟର ପ୍ରମୁଖ ଘରୋଇ କମ୍ପାନୀ ତଥା ମିଲ୍କ ବ୍ରାଣ୍ଡ୍ ‘ମିଲ୍କ ମନ୍ତ୍ରା’ର ମୁଖ୍ୟାଳୟକୁ ଆମେରିକା କନ୍ସଲ୍ ଜେନେରାଲ ଜେନିଫର୍ ଲାର୍ସନ ତାଙ୍କ ଟିମ୍ ଗୁରୁବାର ପରିଦର୍ଶନ କରିଛନ୍ତି। ଏପରିକି ସେ ଏହାର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା ମିଶ୍ରଙ୍କୁ ଭେଟି ଓଡ଼ିଶାରେ ମିଲ୍କ ମନ୍ତ୍ରା ଆରମ୍ଭ କରିବାର ତାଙ୍କର ଅନନ୍ୟ ଉଦ୍ୟୋଗୀ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ପୁରୀଠାରେ ଏକ ନୂତନ ପ୍ଲାଣ୍ଟ ନିର୍ମାଣ ପାଇଁ ମିଲ୍କ ମନ୍ତ୍ରା ୨୦୨୦ରେ ୟୁଏସ୍ […] The post ମିଲ୍କ ମନ୍ତ୍ରା ପରିଦର୍ଶନ କଲେ ଆମେରିକା କନ୍ସଲ୍ ଜେନେରାଲ appeared first on Dharitri Odia News.
ଭୁବନେଶ୍ୱର, ୯।୮: ରାଜ୍ୟର ପ୍ରମୁଖ ଘରୋଇ କମ୍ପାନୀ ତଥା ମିଲ୍କ ବ୍ରାଣ୍ଡ୍ ‘ମିଲ୍କ ମନ୍ତ୍ରା’ର ମୁଖ୍ୟାଳୟକୁ ଆମେରିକା କନ୍ସଲ୍ ଜେନେରାଲ ଜେନିଫର୍ ଲାର୍ସନ ତାଙ୍କ ଟିମ୍ ଗୁରୁବାର ପରିଦର୍ଶନ କରିଛନ୍ତି। ଏପରିକି ସେ ଏହାର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା ମିଶ୍ରଙ୍କୁ ଭେଟି ଓଡ଼ିଶାରେ ମିଲ୍କ ମନ୍ତ୍ରା ଆରମ୍ଭ କରିବାର ତାଙ୍କର ଅନନ୍ୟ ଉଦ୍ୟୋଗୀ ଯାତ୍ରା ବିଷୟରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ପୁରୀଠାରେ ଏକ ନୂତନ ପ୍ଲାଣ୍ଟ ନିର୍ମାଣ ପାଇଁ ମିଲ୍କ ମନ୍ତ୍ରା ୨୦୨୦ରେ ୟୁଏସ୍ ଡେଭ୍ଲପ୍ମେଣ୍ଟ ଫାଇନାନ୍ସ୍ କର୍ପୋରେଶନରୁ ୧୦ମିଲିୟନ ଡଲାର ପାଣ୍ଠି ସଂଗ୍ରହ କରିଥିଲା। ଏପରିକି ଏହି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାଠାରୁ ଆରମ୍ଭକରି ଚାଷୀମାନଙ୍କ ଆର୍ଥତ୍କ ଜୀବନଶୈଳୀ ତଥା ଜୀବିକାରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ବଜାରରେ ମିଲ୍କ ମନ୍ତ୍ରାର ନୂତନ ଉପତ୍ାଦମାନ ଆଣି ସମ୍ପ୍ରସାରଣ କରିବାରେ ଏହି ପ୍ଲାଣ୍ଟ ବେଶ୍ ସହାୟକ ହେବ।
ଏଥିମଧ୍ୟରେ ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ମିଲ୍କ ମନ୍ତ୍ରା ବୋର୍ଡରେ ରହିବା ସଙ୍ଗେ ସଙ୍ଗେ ଏଆଇ ଓ ଡିସ୍ରୋଲାଇଜ୍ଡ୍ ଫାଇନାନ୍ସ୍ କ୍ଷେତ୍ରରେ ନିଜର ନୂତନ ବ୍ୟବସାୟ ‘ଆର୍ନା’ ଆରମ୍ଭ କରିଛନ୍ତି। ଆମେରିକା ପ୍ରତିନିଧି ଟିମ୍ରେ ଆର୍ଥିକ ମୁଖ୍ୟ ଫ୍ରାଙ୍କ୍ ଟ୍ୟାଲୁଟୋ, ବାଣିଜ୍ୟ ମୁଖ୍ୟ ରାଘବନ୍ ଶ୍ରୀନିବାସନ୍, ରାଜନୈତିକ ପରାମର୍ଶଦାତା ଶ୍ରୀମାଲି କରୀ, ଅର୍ଥନୈତିକ ପରାମର୍ଶଦାତା ଶିବପ୍ରସାଦ ତ୍ରିପାଠୀ ଏବଂ ବାଣିଜ୍ୟ ପରାମର୍ଶଦାତା ସୁନୀଲ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
The post ମିଲ୍କ ମନ୍ତ୍ରା ପରିଦର୍ଶନ କଲେ ଆମେରିକା କନ୍ସଲ୍ ଜେନେରାଲ appeared first on Dharitri Odia News.