ଜିପ୍ସମ୍ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ
ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ୨୪ କି.ମି. ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ ହେଉଛି। ନିର୍ମାଣ କାର୍ଯ୍ୟରେ ଜିପ୍ସମ୍ ଗୁଣ୍ଡ ବ୍ୟବହାର କରାଯାଉଛି। ଏହା ଉଡ଼ି ପଥଚାରୀ ସମେତ ନିକଟ ବାଡ଼ିବଗିଚା, ଗଛଲତା ଓ ବାସଗୃହରେ ଧଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା କର୍ମକର୍ତ୍ତାଙ୍କ […] The post ଜିପ୍ସମ୍ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ appeared first on Dharitri Odia News.
ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ୨୪ କି.ମି. ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ ହେଉଛି। ନିର୍ମାଣ କାର୍ଯ୍ୟରେ ଜିପ୍ସମ୍ ଗୁଣ୍ଡ ବ୍ୟବହାର କରାଯାଉଛି। ଏହା ଉଡ଼ି ପଥଚାରୀ ସମେତ ନିକଟ ବାଡ଼ିବଗିଚା, ଗଛଲତା ଓ ବାସଗୃହରେ ଧଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା କର୍ମକର୍ତ୍ତାଙ୍କ ଖାମଖିଆଲ ମନୋଭାବ ଯୋଗୁ ଦୈନିକ ପଥଚାରୀ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେଜଣ ପଥଚାରୀ ଅଭିଯୋଗ କରିଛନ୍ତି, ରାସ୍ତାରେ ଯାତାୟାତ ସମୟରେ ଦକ୍ଷିଣ ଦିଗରୁ ପବନ ବହିବା ଯୋଗୁ ଭୀଷଣ ଭାବେ ଜିପ୍ସମ୍ ଧୂଳି ଗୁଣ୍ଡ ଉଡ଼ି ଆଖି, ନାକରେ ପଶୁଛି। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ ହେଉଛି। ଅପରପକ୍ଷରେ ଏହି ରାସାୟନିକ ଧୂଳିଗୁଣ୍ଡ ନାକ, ଆଖିରେ ପଶିବା ଦ୍ୱାରା ଶରୀର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଗୁଣ୍ଡ ଉପରେ ପାଣି ପକାଯାଉନାହିଁ ବୋଲି ଅଭିଯୋଗ ହେଉଛି। ରାସ୍ତା ନିର୍ମାଣରେ ବାଲି, ମୋରମ, ମାଟି ମିଶ୍ରିତ ହେବା ନିୟମ ଥିଲେ ମଧ୍ୟ ଏହା ଉଲ୍ଲଂଘନ ହେଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସେହିପରି ପାରେଶ୍ୱରପୁର, ମଳାଢ଼ି, ଜଅଁରା, ତିଥି, କିଆରବାଙ୍କ ଆଦି କେନାଲ ପାର୍ଶ୍ୱ ଗ୍ରାମର ବାଡ଼ିବଗିଚା ଧୂଳି ଉଡ଼ି ଧଳାରଙ୍ଗ ପାଲଟିଛି। ଏଥିପାଇଁ ସ୍ଥାନୀୟ ଲୋକ ଠିକା ସଂସ୍ଥା କର୍ମକର୍ତ୍ତାଙ୍କୁ କହୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଏହି ରାସ୍ତାରେ ବହୁ ଗାଡିମୋଟର ଚଳାଚଳ କରୁଥିବାବେଳେ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜମ୍ବୁ, ରାମନଗର, ଖରିନାସୀ, ବଉଳକଣି, ପେଟଛେଲା, ବାରଡ଼ାଙ୍ଗ ଓ ବତିଘର ପଞ୍ଚାୟତ ଲୋକମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଠିକା ସଂସ୍ଥା କର୍ମକର୍ତ୍ତା ଯତ୍ନବାନ ହେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଏହି କେନାଲ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଗଛ କଟା ହେବା ଓ ପ୍ରବଳ ଗରମ ଯୋଗୁ ପଥଚାରୀ, ସାଧାରଣଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରି ଟୁଡୁଙ୍କୁ ପଚାରିବାରେ ସମସ୍ୟା ସମ୍ପର୍କରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ଜିପ୍ସମ୍ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ appeared first on Dharitri Odia News.