ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮

ପୁରୀ,୧୪।୭: ବହୁ ଅପେକ୍ଷାର ଅନ୍ତ ଘଟାଇ ୪୬ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଶୁଭ ମୂହୁର୍ତ୍ତ ନିର୍ଘଣ୍ଟ ହୋଇଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮ ଶୁଭ ମୂହୁର୍ତ୍ତ। ଏହି ସମୟରେ ରତ୍ନ ଭଣ୍ଡାର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯିବ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେହିପରି ତଦାରଖ […] The post ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮ appeared first on Dharitri Odia News.

ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮

ପୁରୀ,୧୪।୭: ବହୁ ଅପେକ୍ଷାର ଅନ୍ତ ଘଟାଇ ୪୬ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଶୁଭ ମୂହୁର୍ତ୍ତ ନିର୍ଘଣ୍ଟ ହୋଇଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୮ ଶୁଭ ମୂହୁର୍ତ୍ତ। ଏହି ସମୟରେ ରତ୍ନ ଭଣ୍ଡାର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯିବ।

ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ସେହିପରି ତଦାରଖ କମିଟିର ୨ ଜଣ ସଦସ୍ୟ ଯିବେ। ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି ସମୟପରେ ଭଣ୍ଡାର ଖୋଲିବ। ଏଥିରେ ଯୋଗଦେବାକୁ ଯିବା ସମୟରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହେବାକୁ ଥିବା ବୈଠକରେ ଜେଗାଦେବାକୁ ଯିବା ସମୟରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋ ପାଖରେ ରତ୍ନଭଣ୍ଡାର ଚାବି ନାହିଁ।

ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିରରେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ସେମାନଙ୍କୁ ଯାଞ୍ଚ କରାଯିବ।

The post ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮ appeared first on Dharitri Odia News.