ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ ରଦ୍ଦ କରିବାକୁ ଦାବି କରି ଆସୁଛି। ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମତାକୁ ଆସିଲେ ଏହି ଯୋଜନାକୁ ପୁରା ବନ୍ଦ କରିବାକୁ କହି ସାରିଛନ୍ତି। ତେବେ ନିର୍ବାଚନ ପରେ ହୋଇଥିବା ସ୍ବତନ୍ତ୍ର ଅଧିବେଶନରେ ରାହୁଲ ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଥିଲେ। ଭାରତୀୟ ଯବାନଙ୍କ ପରି ଅଗ୍ନିବୀରଙ୍କୁ […] The post ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା appeared first on Dharitri Odia News.

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ ରଦ୍ଦ କରିବାକୁ ଦାବି କରି ଆସୁଛି। ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମତାକୁ ଆସିଲେ ଏହି ଯୋଜନାକୁ ପୁରା ବନ୍ଦ କରିବାକୁ କହି ସାରିଛନ୍ତି। ତେବେ ନିର୍ବାଚନ ପରେ ହୋଇଥିବା ସ୍ବତନ୍ତ୍ର ଅଧିବେଶନରେ ରାହୁଲ ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଥିଲେ। ଭାରତୀୟ ଯବାନଙ୍କ ପରି ଅଗ୍ନିବୀରଙ୍କୁ ଶହୀଦ ମାନ୍ୟତା ମିଳେ ନାହିଁ ଯାହାକୁ ନେଇ ରାହୁଲ ମୋଦି ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ କରିଥିଲେ। ରାହୁଲ ଦାବି କରିଥିଲେ ଯେ, କୌଣସି ଅଗ୍ନିବୀରଙ୍କୁ ପେନଶନ ବା ଭତ୍ତା ଦିଆଯାଉ ନାହିଁ। ତେବେ ରାହୁଲ କରିବଥିବା ଦାବି କ’ଣ ସତ? ଆସନ୍ତୁ ଜାଣିବା ଯବାନ ଓ ଅଗ୍ନିବୀରଙ୍କ ଭିତରେ କ’ଣ ପ୍ରାର୍ଥକ୍ୟ ରହିଛି।

ସବୁଠାରୁ ପ୍ରଥମ ପ୍ରଶ୍ନ ମନକୁ ଆସିଥାଏ କି, ଯବାନ ଓ ଅଗ୍ନିବୀରଙ୍କୁ କେତେ ବୀମା ମିଳିଥାଏ। ସୂଚନାଥାଉ କି, କୌଣସି ଯବାନଙ୍କ ମୃତ୍ୟୁକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଏ। କ୍ୟାଟୋଗରୀ ଏ, ବି, ସି, ଡି, ଇ। ସେହିପରି ଅଗ୍ନିବୀରଙ୍କ ମୃତ୍ୟୁକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଏ। କ୍ୟାଟୋଗରୀ ଏକ୍ସ, ଓ୍ବାଇ, ଜେଡ। ଡ୍ୟୁଟିରେ ଥିବାବେଳେ ମୃତ୍ୟୁ ହୋଇଥିଲେ ଯବାନଙ୍କୁ ଏ ଶ୍ରେଣୀରେ ରଖାଯାଏ। ଏହାକୁ ସୈନ୍ୟସେବାରେ ଯୋଡାଯାଇ ନ ଥାଏ। ଯବାନଙ୍କ ପରି ଅଗ୍ନିବୀରଙ୍କୁ ଏହା ଶ୍ରେଣୀ ଏକ୍ସରେ ରଖାଯାଇଥାଏ।

କୌଣସି ଦୁର୍ଘଟଣାରେ ମୃତ୍ୟୁ ହେଲେ ଯବାନଙ୍କୁ ଶ୍ରେଣୀ ବି ରେ ରଖାଯାଉଥିବାବେଳେ ଅଗ୍ନିବୀରଙ୍କୁ ଓ୍ବାଇରେ ରଖାଯାଏ। ଏହି ଦୁର୍ଘଟଣା ବି ଅନ ଡ୍ୟୁଟି ହୋଇଥିବା ଦରକାର। ସବୁଠାରୁ ବିଶେଷ ଶ୍ରେଣୀ ହେଲା ଡି, ଇ ଓ ଜେଡ୍‌। ଯେଉଁଥିରେ ଯବାନଙ୍କୁ ଶହୀଦ ମାନ୍ୟତା ମିଳିବା ସହ ସର୍ବୋଚ୍ଚ ବଳିଦାନ ପାଇଁ ସମ୍ମାନିତ କରାଯାଏ।

ତେବେ ଯଦି ବୀମା କଥା କହିବା ତ ଯବାନଙ୍କୁ ପ୍ରତି ମାସରେ ଆର୍ମି ଗ୍ରୁପ୍‌ ଇନସୁରାନ୍ସ ଫଣ୍ଡରେ ୫ହଜାର ଟଙ୍କା ଦେବାକୁ ପଡିଥାଏ। ଏହାଦ୍ୱାରା ଜରୁରୀ ସମୟରେ ଯବାନମାନେ ୫୦ଲକ୍ଷ ଟଙ୍କା ଯାଏଁ ସାହାଯ୍ୟ ମିଳି ପାରିବ। କିନ୍ତୁ ଅନ୍ୟପଟେ ଜଣେ ଅଗ୍ନିବୀରଙ୍କୁ ୪୮ଲକ୍ଷ ପର୍ଯ୍ୟନ୍ତ ବୀମା ମିଳିଥାଏ। କିନ୍ତୁ ତାଙ୍କଠାରୁ କୌଣସି ଟଙ୍କା ନିଆଯାଏ ନାହିଁ। ସେହିପରି କୌଣସି ସେନା ଅପରଶେନ ସମୟରେ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଗଲେ ତାଙ୍କୁ ୪୪ଲକ୍ଷ ପର୍ଯ୍ୟନ୍ତ କ୍ଷତି ପୂରଣ ରାଶି ମିଳିଥାଏ। ଅନ୍ୟପଟେ ଯବାନଙ୍କୁ ୨୫ରୁ ୪୫ଲକ୍ଷ ଯାଏଁ ମିଳିଥାଏ। କିନ୍ତୁ ଡ୍ୟୁଟିରେ ନ ଥିବାବେଳେ ଯଦି କୌଣସି ଅଗ୍ନିବୀର ଓ ଯବାନଙ୍କ ମୃତ୍ୟୁ ହୋଇଥାଏ ତେବେ ତାଙ୍କୁ କ୍ଷତି ପୂରଣ ମିଳେ ନାହିଁ। ଅଗ୍ନିବୀର କିମ୍ବା କୌଣସି ଯବାନ ଶହୀଦ ହେଲେ ଅଲଗା ସହାୟତା ରାଶି ଭାବେ ପରିବାରକୁ ୮ଲକ୍ଷ ମିଳିଥାଏ।

ଅଗ୍ନିବୀରଙ୍କୁ ପ୍ରତି ମାସକୁ ୩୦ରୁ ୪୦ହଜାର ଦରମା ମିଳିଥାଏ। ଏଥିସହ ସେବାନିବୃତ ପରେ ତାଙ୍କୁ ଭତ୍ତା ମଧ୍ୟ ମିଳିଥାଏ। ଚାକିରି ସମୟରେ ଅଗ୍ନିବୀରଙ୍କୁ ମାସିକ ଦରମାର ୩୦ଶତକଡା ଦେବାକୁ ପଡିଥାଏ। ସେହିପରି ଭାବରେ ସରକାର ମଧ୍ୟ କିଛି ଯୋଗଦାନ କରିଥା’ନ୍ତି। ପରେ ଅଗ୍ନିବୀରଙ୍କ ୪ବର୍ଷର ଚାକିରି ସରିବା ପରେ ତାଙ୍କୁ ୧୧.୭୧ଲକ୍ଷ ଟଙ୍କାର ପ୍ୟାକେଜ ମିଳିଥାଏ। ଏଥିରେ ଆୟକର ଛାଡ କରାଯାଇଥାଏ। ଡ୍ୟୁଟିରେ ମୃତ୍ୟୁ ହେଲେ ଯବାନଙ୍କୁ ସେହି ସମୟରେ ପୂର୍ଣ୍ଣ ଦରମା ମିଳିବା ସହିତ ସେବା ପାଣ୍ଠି ପ୍ୟାକେଜ ସହ ୧କୋଟି ଟଙ୍କା ମିଳିଥାଏ। ବିକଳାଙ୍ଗ ସ୍ଥିତିରେ ଯବାନଙ୍କୁ ୪୪ଲକ୍ଷ ଟଙ୍କା ମିଳିଥାଏ।

ତେବେ ଯବାନଙ୍କୁ ଅବସର ପରେ ପେନଶନ ମିଳିଥାଏ ହେଲେ ଅଗ୍ନିବୀରଙ୍କୁ ମିଳି ନଥାଏ।
ଚାରି ବର୍ଷ ପରେ ୨୫ ଶତକଡା ଅଗ୍ନିବୀର ଯଦି ସେନାରେ ଯୋଗ୍ୟ ହୁଅନ୍ତି ତେବେ ସେମାନେ ପେନଶନ ପାଇବାକୁ ଯୋଗ୍ୟ ସାବ୍ୟସ୍ତ ହୁଅନ୍ତି।

The post ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା appeared first on Dharitri Odia News.