ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାମଲାଲାଙ୍କ ସୁନ୍ଦର ଆଖିର ଫଟୋ, ଦେଶବାସୀ ଦେଖି ବିଭୋର
ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିଛନ୍ତି। ଏହି ବିଶେଷ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ ଏବଂ ମନ୍ଦିର ପୁରୋହିତମାନେ ତାଙ୍କ ସହ ଉପସ୍ଥିତ ଥିଲେ। କହିରଖୁଛୁ, ଶୁଭ ସମୟରେ ମନ୍ତ୍ର ଓ ରୀତିନୀତି ଜପ କରିବା ସହିତ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସମର୍ପଣ ସହିତ ତାଙ୍କ ଆଖିରେ […] The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାମଲାଲାଙ୍କ ସୁନ୍ଦର ଆଖିର ଫଟୋ, ଦେଶବାସୀ ଦେଖି ବିଭୋର appeared first on Dharitri Odia News.
ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିଛନ୍ତି।
ଏହି ବିଶେଷ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତ ଏବଂ ମନ୍ଦିର ପୁରୋହିତମାନେ ତାଙ୍କ ସହ ଉପସ୍ଥିତ ଥିଲେ। କହିରଖୁଛୁ, ଶୁଭ ସମୟରେ ମନ୍ତ୍ର ଓ ରୀତିନୀତି ଜପ କରିବା ସହିତ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସମର୍ପଣ ସହିତ ତାଙ୍କ ଆଖିରେ ଥିବା ହଳଦିଆ ରଙ୍ଗର କପଡ଼ାକୁ ହଟାଇ ଦିଆଯାଇଥିଲା। ପ୍ରଥମ ଥର ପାଇଁ ପ୍ରତିମୂର୍ତ୍ତିରେ ପ୍ରଭୁ ରାମଙ୍କ ଆଖିରେ ଲୋକଙ୍କ ଆଖି ପଡ଼ିଗଲା। ଏହି ଆଖି ଏତେ ସୁନ୍ଦର ଯେ, ଲୋକମାନେ ପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଚାହିଁ ରହିଥିଲେ। ମୂର୍ତ୍ତିର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ କିଛି ସମୟ ମଧ୍ୟରେ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ପ୍ରଭୁଙ୍କ ଫଟୋ ଏବଂ ଭିଡିଓ ଦେଖିବା ପରେ ଲୋକମାନେ ନିଜ ନିଜର ଖୁସି ବ୍ୟକ୍ତ କରୁଛନ୍ତି। ଫଟୋରେ ରାମଲାଲାଙ୍କ ଚେହେରା ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଆଖି ଆନନ୍ଦଦାୟକ। ଯାହାକୁ ଦେଖିଲେ ଆପଣ ମଧ୍ୟ ବିମୋହିତ ହୋଇପଡ଼ିବେ। କେହି କେହି ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଉଥିବା ବେଳେ ଅନ୍ୟମାନେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଭକ୍ତିରେ ଅବତୀର୍ଣ୍ଣ ହେଉଛନ୍ତି।
ସୋସିଆଲ ମିଡିଆରେ ୟୁଜରମାନେ ନାନା ମନ୍ତବ୍ୟ ଜରିଆରେ ନିଜର ଭକ୍ତି ଭାବନା ପ୍ରକାଶ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ ଶ୍ରୀ ରାମଙ୍କ ଜୀବନ୍ତ ଦର୍ଶନ ପାଇବା ପରେ ମୋ’ ଆଖିରେ ଲୁହ ଆସିଛି ଏବଂ ଲୋମ ଟାଙ୍କୁରି ଉଠିଲା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ରାମଲାଲାଙ୍କୁ ଅଯୋଧ୍ୟାରେ ଦେଖିବା ପରେ ମୁଁ ନିଜକୁ ବହୁତ ଆଶୀର୍ବାଦ ଏବଂ ଭାବପ୍ରବଣ ଅନୁଭବ କରୁଛି। ତୃତୀୟ ୟୁଜର ଜଣକ ଲେଖିଛନ୍ତି, ‘ଭଗବାନଙ୍କୁ ଧନ୍ୟବାଦ ତୁମେ ଏହି ମହାକାବ୍ୟର ସାକ୍ଷୀ ଅଛ। ଏହି ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଆମେ ସବୁଠାରୁ ଭାଗ୍ୟବାନ ପିଢ଼ି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଜୀବନରେ ଥରେ ଏହା ଦେଖିବା ଏକ ଐତିହାସିକ ମୁହୂର୍ତ୍ତ। ‘ଜୟ ଶ୍ରୀରାମ’।
The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାମଲାଲାଙ୍କ ସୁନ୍ଦର ଆଖିର ଫଟୋ, ଦେଶବାସୀ ଦେଖି ବିଭୋର appeared first on Dharitri Odia News.