ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ ଜାରି କରିବା ପରେ ବି ଏମପିମାନେ ଅନୁପସ୍ଥିତ ରହିଥିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ ଅଛନ୍ତି। ସେଥିପାଇଁ ସେମାନଙ୍କୁ ଏକ ନୋଟିସ୍ ପଠାଯିବ ବୋଲି ଦଳ କହିଛି। ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ […] The post ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ ଜାରି କରିବା ପରେ ବି ଏମପିମାନେ ଅନୁପସ୍ଥିତ ରହିଥିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ ଅଛନ୍ତି। ସେଥିପାଇଁ ସେମାନଙ୍କୁ ଏକ ନୋଟିସ୍ ପଠାଯିବ ବୋଲି ଦଳ କହିଛି।
ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ଲୋକ ସଭାରେ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଥିଲେ। ଉପସ୍ଥାପନ ପରେ ୨୬୯ ସଦସ୍ୟ ଏହାର ସପକ୍ଷରେ ଏବଂ ୧୯୮ ଜଣ ଏହା ବିରୋଧରେ ମତ ଦେଇଛନ୍ତି। ଏହି ବିଲ ଆଗତ ହେବା ପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଏମସିର ଏମପିମାନେ ଏହାକୁ କଡା ଟାର୍ଗେଟ କରିଛନ୍ତି।
ଉଭୟ ଶାସକ ଭାଜପା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିଲ ଆଗତ ହେବା ପୂର୍ବରୁ ସେମାନଙ୍କ ସମସ୍ତ ଏମପିଙ୍କୁ ତିନି ଧାଡିର ହ୍ବିପ ଜାରି କରିଥିଲେ। ଭାଜପା ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିବସେନା (ଶିନ୍ଦେ ଦଳ) ସମେତ ଏହାର ସହଯୋଗୀମାନେ ମଧ୍ୟ ସେମାନଙ୍କ ଏମପିମାନଙ୍କୁ ହ୍ବିପ ଜାରି କରିଛନ୍ତି।
ନିୟମ ଅନୁଯାୟୀ, ସମ୍ବିଧାନର ଏହି ସଂଶୋଧନଗୁଡ଼ିକ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଏବଂ ଲୋକ ସଭାରେ ଭୋଟ ଗ୍ରହଣ କରାଯିବା ଆବଶ୍ୟକ। ଆଜି ମୋଟ ୪୬୧ଜଣ ସଦସ୍ୟ ମତଦାନରେ ଭାଗ ନେଇଛନ୍ତି। ଏହି ବିଲ୍ ପାସ୍ କରିବାକୁ ହେଲେ ୪୬୧ ଜଣଙ୍କ ମଧ୍ୟରୁ ୩୦୭ ଜଣଙ୍କ ସମର୍ଥନ ଆବଶ୍ୟକ। ମାତ୍ର ଏହା ସପକ୍ଷରେ ୨୬୯ ଜଣ ଭୋଟ ଦେଇଛନ୍ତି।
The post ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍କା appeared first on Dharitri Odia News.