ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା

ପାଟଣା,୧୧।୬(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଯୋଗୁ ବୋରୱେଲର ପମ୍ପ ପୋଡ଼ଯିବାରୁ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହରକତ ହେଇଛନ୍ତି। ଦୀର୍ଘ ୫ଦିନ ହେବ ଜଳ ଯୋଗାଣ ବନ୍ଦ ରହିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡିସ୍ଥିତ ବୈତରଣୀର ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ବର୍ଷ ତମାମ ପର୍ଯ୍ୟଟକଙ୍କ […] The post ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା appeared first on Dharitri Odia News.

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା

ପାଟଣା,୧୧।୬(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଯୋଗୁ ବୋରୱେଲର ପମ୍ପ ପୋଡ଼ଯିବାରୁ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହରକତ ହେଇଛନ୍ତି। ଦୀର୍ଘ ୫ଦିନ ହେବ ଜଳ ଯୋଗାଣ ବନ୍ଦ ରହିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡିସ୍ଥିତ ବୈତରଣୀର ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁ ଛୁଟିଥାଏ। ଗତ ଶନିବାର ଡୁମୁରିଆ ଅଞ୍ଚଳରେ କାଳବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତରେ ପାନୀୟ ଜଳ ପ୍ରକଳ୍ପର ୨ଟି ଯାକ ମୋଟର ପୋଡ଼ିଯିବାରୁ ଜଳ ଯୋଗାଣ ବନ୍ଦ ରହିଛି।
ସୂଚନାଯୋଗ,ଏଠାରେ ଜଳ ଯୋଗାଣ ପାଇଁ ୨ଟି ବୋରୱେଲେରେ ଗୋଟିଏ ବିଦ୍ୟୁତ ଚାଳିତ ପମ୍ପ ଓ ଗୋଟିଏ ସୌର ଚାଳିତ ପମ୍ପ ସଂଯୋଗ ହୋଇଥିଲା। ଏବେ ବଜ୍ରପାତରେ ୨ଟି ଯାକ ପମ୍ପ ପୋଡ଼ିଯିବାରୁ ଜଳ ଯୋଗାଣ ଠପ ହୋଇଯାଇଛି। ପ୍ରଚଣ୍ଡ ରୌଦ୍ରତ୍ତାପ ସାଙ୍ଗକୁ ଗୁଳୁଗୁଳିରେ ପର୍ଯ୍ୟଟକମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପାଣି ଟୋପାଏ ପାଇଁ ପର୍ଯ୍ୟଟକ ଡହଳ ବିକଳ ହେଉଛନ୍ତି।
ଭୀମକୁଣ୍ଡରେ ଜଳସମ୍ପଦ ବିଭାଗର ଗୋଟିଏ ଡାକବଙ୍ଗଳା ଥିବାବେଳେ ଡୁମୁରିଆ ପଞ୍ଚାୟତର ମଧ୍ୟ ଏକ ଡାକବଙ୍ଗଳା ରହିଛି। କିନ୍ତୁ ପର୍ଯ୍ୟଟକମାନଙ୍କ ପାଇଁ ଯେତିକି ମୌଳିକ ସୁବିଧା ରହିବା କଥା ତାହା ଏବେ ସୁଦ୍ଧା ଉପଲବ୍ଧ ହୋଇପାରିନାହିଁ। ଜଳ ସମ୍ପଦ ବିଭାଗର ଡାକ ବଙ୍ଗଳା ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ ଭୂତକୋଠରୀରେ ପରିଣତ ହୋଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଡିଓ ଶିବ ଶଙ୍କର ମୁର୍ମୁ, ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଜିଲାପାଳ ବିଶାଲ ସିଂ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ନୂଆ ମୋଟର ଲଗାଇବା ସହ ଜରାଜୀର୍ଣ୍ଣ ଡାକ ବଙ୍ଗଳାର ପୁଃନରୁଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

The post ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା appeared first on Dharitri Odia News.