ଶ୍ରୀମନ୍ଦିର ଜଗିବ ଆର୍ମଡ୍ ଭେହିକିଲ୍
ପୁରୀ,୧୨।୫: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ମୋମବାର ଆର୍ମଡ୍ ଭେହିକିଲ୍ ମୁତୟନ କରାଯାଇଛି। ଏପରକି ସୋମବାର ପୁରୀ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି। ଏପରିକି ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା […] The post ଶ୍ରୀମନ୍ଦିର ଜଗିବ ଆର୍ମଡ୍ ଭେହିକିଲ୍ appeared first on Dharitri Odia News.
ପୁରୀ,୧୨।୫: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ମୋମବାର ଆର୍ମଡ୍ ଭେହିକିଲ୍ ମୁତୟନ କରାଯାଇଛି। ଏପରକି ସୋମବାର ପୁରୀ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି। ଏପରିକି ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷେ ଅପରେଶନ ସିନ୍ଦୂର ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଥିଲା। ସୁରକ୍ଷାରେ ସ୍ବତନ୍ତ୍ର ବାହିନୀଙ୍କ ମୁତୟନ କରାଯାଇଥିଲା। ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଥିଲେ। ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ କରାଯାଉଛି। ଏପରିକି ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ମଧ୍ୟ ପୋଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।
The post ଶ୍ରୀମନ୍ଦିର ଜଗିବ ଆର୍ମଡ୍ ଭେହିକିଲ୍ appeared first on Dharitri Odia News.