ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ କେଉଁ ଅଭ୍ୟାସ ତ୍ୟାଗ କରିବା ଉଚିତ୍‌ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ଶ୍ଳୋକ: कुचैलिनं दन्तमलोपधारिणं बह्वाशिनं निष्ठुरभाषिणं च। सूर्योदये चास्तमिते शयानं विमुञ्चतिश्रीर्यदि चक्रपाणि:।। – ଜଣେ […] The post ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି… appeared first on Dharitri Odia News.

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ କେଉଁ ଅଭ୍ୟାସ ତ୍ୟାଗ କରିବା ଉଚିତ୍‌ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ
ଶ୍ଳୋକ:

कुचैलिनं दन्तमलोपधारिणं बह्वाशिनं निष्ठुरभाषिणं च।
सूर्योदये चास्तमिते शयानं विमुञ्चतिश्रीर्यदि चक्रपाणि:।।

– ଜଣେ ବ୍ୟକ୍ତିକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ମଇଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟକୁ କେବେବି ଲକ୍ଷ୍ମୀ ଆସନ୍ତି ନାହିଁ। କାରଣ ଏପରି ଲୋକଙ୍କୁ ସବୁ ଦିଗରୁ ଘୃଣା କରାଯାଇଥାଏ ।

-ମଇଳା ଦାନ୍ତ ଥିବା ଲୋକମାନଙ୍କ ପାଖରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ। ତାଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିଥାଏ। ଦାନ୍ତ ସଫା କରୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।

– ଆବଶ୍ୟକଠାରୁ ଅଧିକ ଖାଉଥିବା ଲୋକ କେବେବି ଧନୀ ହୋଇପାରିବ ନାହିଁ। ଗରିବ ଲୋକ ଅଧିକ ଦାରିଦ୍ର୍ୟର ଶିକାର ହୁଅନ୍ତି ।

– ତିକ୍ତ ଶବ୍ଦ କହୁଥିବା ବ୍ୟକ୍ତି ଧନୀ ହୋଇପାରିବ ନାହିଁ। କାରଣ ତାର କଥାରେ ଅନ୍ୟଲୋକ ଆହତ ହୋଇଥାନ୍ତି। ଏଣୁ ସର୍ବଦା ବୁଝି ବିଚାରି କଥା କହିବା ଉଚିତ।

-ଅଧିକ ଶୋଉଥିବା ବ୍ୟକ୍ତିଙ୍କ ନିକଟକୁ ଲକ୍ଷ୍ମୀ ଆସନ୍ତି ନାହିଁ। ଏପରି ବ୍ୟକ୍ତି ମଧ୍ୟ କେବେ ଧନୀ ହୁଅନ୍ତି ନାହିଁ । ବିନା କାରଣରେ ଶୋଇବା କ୍ଷତିକାରକ ମଧ୍ୟ ହୋଇପାରେ।
– ପ୍ରତାରଣା ଏବଂ ଅସାଧୁତା ଦ୍ୱାରା ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଅଧିକ ସମୟ ଧରି ଧନୀ ରହନ୍ତି ନାହିଁ। ସେମାନେ ଶୀଘ୍ର ଟଙ୍କା ହରାନ୍ତି ବୋଲି ଚାଣକ୍ୟ କହିଛନ୍ତି।

The post ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି… appeared first on Dharitri Odia News.