ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା

ମୁମ୍ବାଇ: ଆସନ୍ତା ଅଗଷ୍ଟ ୧୪ରେ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଓ୍ବାର ୨’ ରିଲିଜ୍‌ ହେବାକୁ ଯାଉଛି। ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ସମ୍ପର୍କିତ ଏକ ଅପ୍‌ଡେଟ୍‌ ସାମ୍‌ନାକୁ ଆସିଛି। ‘ଓ୍ବାର ୨’ ଫିଲ୍ମର ଏକ ଗୀତର ଶୁଟିଂ ମୁମ୍ବାଇର ଅନ୍ଧେରୀସ୍ଥିତ ୟଶରାଜ୍‌ ଷ୍ଟୁଡିଓରେ ଆରମ୍ବ ହୋଇସାରିଛି। ଫିଲ୍ମର କାହାଣୀ ଅନୁଯାୟୀ, ଉକ୍ତ ଗୀତରେ ହ୍ରିତିକ ଏବଂ ଜୁନିୟର ଏନ୍‌ଟିଆରଙ୍କ ମଧ୍ୟରେ କଡ଼ା […] The post ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା appeared first on Dharitri Odia News.

ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା

ମୁମ୍ବାଇ: ଆସନ୍ତା ଅଗଷ୍ଟ ୧୪ରେ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଓ୍ବାର ୨’ ରିଲିଜ୍‌ ହେବାକୁ ଯାଉଛି। ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ସମ୍ପର୍କିତ ଏକ ଅପ୍‌ଡେଟ୍‌ ସାମ୍‌ନାକୁ ଆସିଛି। ‘ଓ୍ବାର ୨’ ଫିଲ୍ମର ଏକ ଗୀତର ଶୁଟିଂ ମୁମ୍ବାଇର ଅନ୍ଧେରୀସ୍ଥିତ ୟଶରାଜ୍‌ ଷ୍ଟୁଡିଓରେ ଆରମ୍ବ ହୋଇସାରିଛି। ଫିଲ୍ମର କାହାଣୀ ଅନୁଯାୟୀ, ଉକ୍ତ ଗୀତରେ ହ୍ରିତିକ ଏବଂ ଜୁନିୟର ଏନ୍‌ଟିଆରଙ୍କ ମଧ୍ୟରେ କଡ଼ା ଡ୍ୟାନ୍ସ ମୁକାବିଲା ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏହି ଗୀତରେ ଉଭୟ ହ୍ରିତିକ ଏବଂ ଜୁନିୟର ଏନ୍‌ଟିଆରଙ୍କ ସହ ଅଭିନେତ୍ରୀ କିଆରା ଆଡ଼ଭାନୀ ଏବଂ ୫୦୦ରୁ ଅଧିକ ଡ୍ୟାନ୍ସରଙ୍କୁ ମଧ୍ୟ ଦେଖିବାକୁ ମିଳିବ। କୋରିଓଗ୍ରାଫର ବୋସ୍କୋ ମାର୍ଟିସ୍‌ ଏହି ଗୀତର କୋରିଓଗ୍ରାଫି ଦେଇଛନ୍ତି। ଏହି ଗୀତର ଶୁଟିଂ ପାଇଁ ୨ ସପ୍ତାହ ଧରି ରିହର୍ସାଲ କରାଯାଇଥିଲା। ଫିଲ୍ମ ନିର୍ମାତାଙ୍କ ସୂତ୍ର ଅନୁଯାୟୀ, ଆସନ୍ତା ୧୦ ତାରିଖଯାଏ ଏହି ଗୀତର ଶୁଟିଂ ଜାରି ରହିଛି।
‘ଓ୍ବାର ୨’ ଫିଲ୍ମରେ ଜୁନିୟର ଏନ୍‌ଟିଆର୍‌ଙ୍କୁ ଜଣେ ସାଉଥ୍‌ ଇଣ୍ଡିଆନ୍‌ ଏଜେଣ୍ଟଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଭୂମିକାରେ ଜୁନିୟର ଏନ୍‌ଟିଆର୍‌ଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା appeared first on Dharitri Odia News.