ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ…
ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା ବେଳେ କେହି ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି। ଆଜି ଆମେ ଆଲୋଚନା କରିବା ଏଭଳି ୩ ରାଶି ବିଷୟରେ, ଯେଉଁଥିରେ ଜନ୍ମିତ ପୁଅମାନେ ସବୁଠାରୁ ଅଧିକ ରୋମାଣ୍ଟିକ୍ ହୋଇଥିଲେ ହେଁ ସେମାନଙ୍କ ପ୍ରେମସମ୍ପର୍କ ସ୍ଥାୟୀ […] The post ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ… appeared first on Dharitri Odia News.
ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା ବେଳେ କେହି ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି। ଆଜି ଆମେ ଆଲୋଚନା କରିବା ଏଭଳି ୩ ରାଶି ବିଷୟରେ, ଯେଉଁଥିରେ ଜନ୍ମିତ ପୁଅମାନେ ସବୁଠାରୁ ଅଧିକ ରୋମାଣ୍ଟିକ୍ ହୋଇଥିଲେ ହେଁ ସେମାନଙ୍କ ପ୍ରେମସମ୍ପର୍କ ସ୍ଥାୟୀ ନ ଥାଏ।
ମେଷ ରାଶି: ଏହି ରାଶିର ପୁଅମାନଙ୍କ ପାଇଁ ଭଲପାଇବା ସବୁକିଛି। ହେଲେ କୌଣସି ନା କୌଣସି କାରଣରୁ ଏମାନଙ୍କ ପ୍ରେମ ସମ୍ପର୍କ ଠିକ୍ ଭାବେ ଚାଲି ନ ଥାଏ। ପାର୍ଟନରଙ୍କ ସହ ସମ୍ପର୍କ ଖରାପ ରହିବା କାରଣରୁ ଏମାନଙ୍କ ପ୍ରେମ କାହାଣୀ ବିଚ୍ଛେଦର ରୂପ ନେଇଥାଏ। ହେଲେ ଏମାନଙ୍କୁ ଜଣଙ୍କୁ ଭୁଲି ଅନ୍ୟଜଣଙ୍କ ପ୍ରେମରେ ପଡ଼ିବାକୁ ବେଶି ସମୟ ଲାଗି ନ ଥାଏ। ଜୀବନରେ ଏମାନେ ଏକାଧିକ ଥର ପ୍ରେମରେ ପଡ଼ିଥାଏ। ଜ୍ୟୋତିଷ ଅନୁଯାୟୀ ଏମାନଙ୍କ ପ୍ରେମ ସମ୍ପର୍କ ସ୍ଥାୟୀ ନ ଥାଏ।
ବୃଷ ରାଶି: ଏହି ରାଶିର ପୁଅ ସ୍ବଭାବରେ ଭାରି ରୋମାଣ୍ଟିକ୍। ବହୁତ ଶୀଘ୍ର ଏମାନେ ପ୍ରେମରେ ପଡ଼ିଯାଇଥାନ୍ତି। ଅନେକ ଥର ନ ବୁଝି ବିଚାରି ପ୍ରେମ ସମ୍ପର୍କ ଗଢ଼ିବା କାରଣରୁ ଏମାନେ ପରେ ପଶ୍ଚାତାପ କରିଥାନ୍ତି। ଏହି କାରଣରୁ ଜୀବନକାଳରେ ଦୁଇଥର ପ୍ରେମରେ ପଡ଼ିବାର ସମ୍ଭାବନା ଏମାନଙ୍କର ବେଶି ଥାଏ। ହେଲେ ଏମାନେ ନିଜର ପ୍ରେମକୁ ବେଶ ସଚ୍ଚୋଟତାର ସହ ନିର୍ବାହ କରିଥାନ୍ତି। ହେଲେ ପାର୍ଟନରଙ୍କୁ ଭୁଲ ଚୟନ କରିବାକୁ ନେଇ ତାଙ୍କୁ ଧୋକା ମିଳିଥାଏ।
କର୍କଟ ରାଶି: ଏହି ରାଶିର ପୁଅମାନେ ପ୍ରେମକୁ ନେଇ ବେଶ ଗମ୍ଭୀର ଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲପାଇଥାନ୍ତି। ତାଙ୍କୁ ଖୁସିରେ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ସଚ୍ଚୋଟତାର ସହ ସମ୍ପର୍କ ତୁଲାଇଥାନ୍ତି। ହେଲେ ଏମାନଙ୍କୁ ପ୍ରତାରଣା ବିଲ୍କୁଲ ପସନ୍ଦ ନୁହେଁ। ଜ୍ୟୋତିଷ ଅନୁଯାୟୀ ଜୀବନରେ ଥରେ ଏମାନଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଥାଏ।
The post ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍ ସତ୍ତ୍ୱେ ହୃଦୟ ଭାଙ୍ଗେ… appeared first on Dharitri Odia News.