ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୪: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ ଯୁଦ୍ଧର ଆଶଙ୍କା ଥିବାରୁ ଅନେକ ବିମାନ ସେବା ଇରାନର ଆକାଶ ସୀମା ପରିବର୍ତ୍ତେ ଅନ୍ୟ ରୁଟ ନେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଦେଶର ବୃହତ୍ତମ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଇସ୍ରାଏଲର ଆର୍ଥିକ ରାଜଧାନୀ ତେଲ ଆଭିବକୁ ବିମାନ ଚଳାଚଳ ବନ୍ଦ କରି ଦେଇଛି। ଶନିବାର ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏୟାର […] The post ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି appeared first on Dharitri Odia News.

ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୪: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ ଯୁଦ୍ଧର ଆଶଙ୍କା ଥିବାରୁ ଅନେକ ବିମାନ ସେବା ଇରାନର ଆକାଶ ସୀମା ପରିବର୍ତ୍ତେ ଅନ୍ୟ ରୁଟ ନେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଦେଶର ବୃହତ୍ତମ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଇସ୍ରାଏଲର ଆର୍ଥିକ ରାଜଧାନୀ ତେଲ ଆଭିବକୁ ବିମାନ ଚଳାଚଳ ବନ୍ଦ କରି ଦେଇଛି। ଶନିବାର ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏୟାର ଇଣ୍ଡିଆ ଗତ ମାସରେ ତେଲ ଆଭିବ ସହରକୁ ବିମାନ ପୁନଃ ଆରମ୍ଭ କରିଥିଲା। ଅକ୍ଟୋବର ୭ରେ ହମାସ ଉପରେ ଇସ୍ରାଏଲର ଆକ୍ରମଣ ପରେ ଏହି ବିମାନ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ପୁଣି ବନ୍ଦ ହୋଇଯାଇଛି।

ଟାଟା ଗ୍ରୁପ ମାଲିକାନାର ଏୟାର ଇଣ୍ଡିଆ ରବିବାର କହିଛି ଯେ ଆଗାମୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଦିଲ୍ଲୀରୁ ତେଲ ଆଭିବ ଅଭିମୁଖେ ଯାତ୍ରା ବାତିଲ କରାଯାଉଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହେତୁ ଏହି ନିଷ୍ପତ୍ତି ନିଆଯାଉଛି। ଦିଲ୍ଲୀ ଏବଂ ତେଲ ଆଭିବ ମଧ୍ୟରେ ଏୟାର ଇଣ୍ଡିଆର ଏକ ସାପ୍ତାହିକ ବିମାନ ଅଛି । ପ୍ରାୟ ୫ମାସର ବ୍ୟବଧାନ ପରେ ଏହି ବିମାନ କେବଳ ମାର୍ଚ୍ଚ ୩ରେ ଆରମ୍ଭ ହୋଇଥିଲା ।

The post ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି appeared first on Dharitri Odia News.