ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନ ତେଲୁଗୁ ନୁଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହେଲେ ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆ ଗାଁର ଭୀମ ତରେଇ। ଭୀମଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରିଙ୍କି ବେହେରାଙ୍କୁ କିଛି ପିଲାଙ୍କ ସହ ଝଗଡା ହୋଇଥିଲା। ଏନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରୁ […] The post ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.

ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନ ତେଲୁଗୁ ନୁଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହେଲେ ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆ ଗାଁର ଭୀମ ତରେଇ। ଭୀମଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ରିଙ୍କି ବେହେରାଙ୍କୁ କିଛି ପିଲାଙ୍କ ସହ ଝଗଡା ହୋଇଥିଲା। ଏନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରୁ ସେ ଭୀମ ସହ ଫେରୁଥିବା ବେଳେ ଉଭୟଙ୍କୁ ରିଙ୍କିଙ୍କ ଘର ସମ୍ମୁଖରେ ସେମାନଙ୍କୁ ୪ ରୁ ୫ ଜଣ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଦୁଇ ଜଣକୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର mkcg ମେଡିକାଲ ପଠାଯାଇଛି। ଆକ୍ରମଣ କାରୀ ମାନେ ଫେରାର ରହିଛନ୍ତି। ଗଞ୍ଜାମ ପୋଲିସ ଘଟଣାର ତଦନ୍ତ କରୁଛି।

The post ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.