ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି
ଲକ୍ଷ୍ନୌ,୨୮।୮: ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏବେ ଏକ ନୂଆ ନୀତି ଆଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଫୋଲର୍ସ ଅନୁଯାୟୀ ଟଙ୍କ ମିଳିବ। ସରକାରଙ୍କ ତରଫରୁ ପ୍ରତି ମାସରେ ୩୦ ହଜାରରୁ ୮ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯଦି ସରକାରଙ୍କୁ ଆପଣଙ୍କର ବିଷୟବସ୍ତୁ, ରିଲ କିମ୍ବା ପୋଷ୍ଟ ପସନ୍ଦ ଆସେ ନାହିଁ, ତେବେ ଆପଣଙ୍କୁ ଜେଲ ମଧ୍ୟ ପଠାଯାଇପାରେ। […] The post ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି appeared first on Dharitri Odia News.
ଲକ୍ଷ୍ନୌ,୨୮।୮: ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏବେ ଏକ ନୂଆ ନୀତି ଆଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଫୋଲର୍ସ ଅନୁଯାୟୀ ଟଙ୍କ ମିଳିବ। ସରକାରଙ୍କ ତରଫରୁ ପ୍ରତି ମାସରେ ୩୦ ହଜାରରୁ ୮ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯଦି ସରକାରଙ୍କୁ ଆପଣଙ୍କର ବିଷୟବସ୍ତୁ, ରିଲ କିମ୍ବା ପୋଷ୍ଟ ପସନ୍ଦ ଆସେ ନାହିଁ, ତେବେ ଆପଣଙ୍କୁ ଜେଲ ମଧ୍ୟ ପଠାଯାଇପାରେ।
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନୀତି ଅନୁଯାୟୀ, ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଡିଜିଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଫଳତା ଉପରେ ଆଧାର କରି ବିଷୟବସ୍ତୁ, ଭିଡିଓ, ଟୁଇଟ୍, ପୋଷ୍ଟ ଏବଂ ରିଲ ପ୍ରଦର୍ଶନ ପାଇଁ, ସେମାନଙ୍କ ସହ ଜଡିତ ଏଜେନ୍ସି ଏବଂ ସଂସ୍ଥାଗୁଡ଼ିକୁ ସଶକ୍ତ କରାଯିବ ଏବଂ ବିଜ୍ଞାପନ ପ୍ରଦାନ ପାଇଁ ପ୍ରୋତ୍ସାହନ ଦିଆଯିବ।
ଏହି ନୀତି ୟୁପି ବାହାରେ ରହୁଥିବା ସେହି ଲୋକଙ୍କ ପାଇଁ ମଧ୍ୟ ହେବ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ପ୍ରତ୍ୟେକ ସବ୍ସକ୍ରାଇବର ଏବଂ ଅନୁସରଣକାରୀଙ୍କ ଉପରେ ଆଧାର କରି ଚାରୋଟି ଭାଗରେ ବଣ୍ଟାଯାଇଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ଦେୟ ପରିମାଣ ଯଥାକ୍ରମେ ୫ଲକ୍ଷ, ୪ ଲକ୍ଷ, ୩ ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ରଖାଯାଇଛି।
The post ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି appeared first on Dharitri Odia News.