ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ନବୀନ

ଭୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ନବରଙ୍ଗପୁର ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ସଦାଶିବ ପ୍ରଧାନୀ, ମଞ୍ଜୁଳା ମାଝୀ ପ୍ରମୁଖ ଯୋଗଦେଇ ଦଳୀୟ […]

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ନବୀନ
The law and order situation in the state is dire said Opposition leader Naveen Patnaik

ଭୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ ନବରଙ୍ଗପୁର ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ସଦାଶିବ ପ୍ରଧାନୀ, ମଞ୍ଜୁଳା ମାଝୀ ପ୍ରମୁଖ ଯୋଗଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ନବରଙ୍ଗପୁର ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନରେ ଥିବା କଟଗାଁ ଗ୍ରାମର ଜଣେ ଆଦିବାସୀ ନାବାଳିକା ଝିଅକୁ ବଳାକ୍ରାର କରି ହତ୍ୟା କରାଯାଇଅଛି। ଝିଅଟି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ଆଉ ଫେରି ନଥିଲା। ତା’ର ବାପାମା’ ଖୋଜାଖୋଜି କରିବା ପରେ ଗ୍ରାମ ଠାରୁ ଅନତି ଦୂରରେ ଝିଅର ବିବସ୍ତ୍ର ଶବ ମିଳିଥିଲା। ତା’ର ବାପାମା ଥାନାରେ ଏତଲା ଦେଇଥିଲେ ଯେ, ତାଙ୍କ ଝିଅକୁ ଦୁର୍ବୃତ୍ତମାନେ ବଳାକ୍ରାର କରିବା ସହ ମାରି ଦେଇଛନ୍ତି। ଏହି ଏତଲା ଉପରେ ସ୍ଥାନୀୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ବିଜେଡି ଆସନ୍ତା ୨୬ ତାରିଖ ଦିନ ସମ୍ପୂର୍ଣ୍ଣ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି।

ଏହି ସଭାରେ ନବୀନ ପଟ୍ଟନାୟକ କହିଲେ, ଆପଣମାନେ ଏକଜୁଟ୍‌ ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଖାଲି ଆପଣଙ୍କ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦୁର୍ନୀତି ମଧ୍ୟ ଆରମ୍ଭ ହୋଇଛି। କିଛିଦିନ ତଳେ ରାଉରକେଲାରେ ମଧ୍ୟ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଆମ ସରକାର ସମୟରେ ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିଲା। ଆପଣମାନେ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣନ୍ତୁ, ଆମେ ଏକଜୁଟ୍‌ ହୋଇ ଲଢେ଼ଇ କଲେ ପୁନର୍ବାର କ୍ଷମତାକୁ ଆସିବା।

ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଗାମୀ ଦିନରେ ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ହୋଇ ରାଜ୍ୟରେ ଥିବା ବିଜେପି ସରକାର ବିରୋଧରେ ଲଢେ଼ଇ ଜାରି ରଖିବ।