IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହିତ ମୁକାବିଲା କରିବେ। ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ କଠିନ ପ୍ରସ୍ତୁତି କରୁଥିବା ବେଳେ, ଟିମ୍‌ ଇଣ୍ଡିଆକୁ ଏକ ଖରାପ ଖବର ମିଳିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅସୁସ୍ଥ ହୋଇପଡ଼ିଛନ୍ତି। ପନ୍ତଙ୍କ ଅସୁସ୍ଥତା […] The post IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ… appeared first on Dharitri Odia News.

IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ…

ନୂଆଦିଲ୍ଲୀ,୨୨।୨: ୨୩ ଫେବୃଆରୀ ରବିବାର ଦୁବାଇରେ ସବୁଠାରୁ ବଡ଼ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହିତ ମୁକାବିଲା କରିବେ। ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ କଠିନ ପ୍ରସ୍ତୁତି କରୁଥିବା ବେଳେ, ଟିମ୍‌ ଇଣ୍ଡିଆକୁ ଏକ ଖରାପ ଖବର ମିଳିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅସୁସ୍ଥ ହୋଇପଡ଼ିଛନ୍ତି। ପନ୍ତଙ୍କ ଅସୁସ୍ଥତା ଟିମ୍‌ ଇଣ୍ଡିଆର ଟେନସନ୍‌ ବଢ଼ାଇ ଦେଇଛି, କାରଣ ଏବେ କେଏଲ୍‌ ରାହୁଲଙ୍କ ରୂପରେ କେବଳ ଜଣେ ଉଇକେଟକିପର ଅଛନ୍ତି।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବାକୁ ଥିବା ବଡ଼ ମ୍ୟାଚ୍‌ର ଠିକ ଗୋଟିଏ ଦିନ ପୂର୍ବରୁ ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ ଗିଲ ପନ୍ତଙ୍କ ବିଷୟରେ ଏହି ସୂଚନା ଦେଇଛନ୍ତି। ଶନିବାର ଫେବୃଆରୀ ୨୨ ତାରିଖରେ ଟିମ୍‌ ଇଣ୍ଡିଆର ଅଭ୍ୟାସ ଅଧିବେଶନ ପରେ ଖବରଦାତା ସମ୍ମିଳନୀରେ ଶୁଭମନ ଗିଲ ପ୍ରକାଶ କରିଛନ୍ତି ଯେ ପନ୍ତ ହଠାତ୍‌ ଅସୁସ୍ଥ ହୋଇପଡ଼ଛନ୍ତି, ଯେଉଁଥିଲାଗି ସେ ଏହି ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିପାର ନାହାନ୍ତି। ଭାରତୀୟ ଉପ-ଅଧିନାୟକ କହିଛନ୍ତି ଯେ ପନ୍ତ ଭାଇରାଲ ଜ୍ୱରରେ ପୀଡିତ ହୋଇଛନ୍ତି, ଏଥିଲାଗି ତାଙ୍କୁ ଏହି ଅଭ୍ୟାସ ସେଶନରୁ ବିଶ୍ରାମ ଦିଆଯାଇଥିଲା।

ଏବେ ସମସ୍ତଙ୍କ ନଜର ରବିବାର ମ୍ୟାଚ୍‌ ପୂର୍ବରୁ ପନ୍ତ ଫିଟ ହୋଇପାରିବେ କି ନାହିଁ ତାହା ଉପରେ ରହିଛି। ତଥାପି, ପନ୍ତଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ପ୍ରଭାବିତ କରିବ ନାହିଁ କାରଣ ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କ ପାଇଁ ଖେଳିବା କଷ୍ଟକର। ଟିମ୍‌ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ପାଇଁ କେଏଲ୍‌ ରାହୁଲଙ୍କୁ ପ୍ରଥମ ଉଇକେଟକିପର-ବ୍ୟାଟ୍ସମ୍ୟାନ ଭାବରେ ନିଯୁକ୍ତ କରିଛି। ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଏହି ଦାୟିତ୍ୱ ନେଇଥିଲେ। ଏପରି ପରିସ୍ଥିତିରେ, ପନ୍ତଙ୍କୁ ଦ୍ୱିତୀୟ ମ୍ୟାଚ ରେ ମଧ୍ୟ ସ୍ଥାନ ମିଳିବ ନାହିଁ ବୋଲି କୁହାଯାଉଛି।

ଏହା ସତ୍ତ୍ୱେ ପନ୍ତଙ୍କ ଅସୁସ୍ଥତା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି କାରଣ ଯଦି ମ୍ୟାଚ୍‌ ପୂର୍ବରୁ କିମ୍ବା ମ୍ୟାଚ ସମୟରେ ରାହୁଲ ଆହତ ହୁଅନ୍ତି ଏବଂ ପନ୍ତ ମଧ୍ୟ ଫିଟ୍‌ ନ ହୁଅନ୍ତି, ତେବେ ଟିମ ଇଣ୍ଡିଆ ଉଇକେଟକିପର ବାଛିବା ସମସ୍ୟାର ସମ୍ମୁଖୀନ ହେବେ। ଏହି ଦୁଇଜଣଙ୍କ ବ୍ୟତୀତ, ଭାରତୀୟ ଦଳରେ ତୃତୀୟ ମୁଖ୍ୟ ଉଇକେଟକିପର ନାହାନ୍ତି। ଏପରି ପରିସ୍ଥିତିରେ ଭାରତୀୟ ଦଳ ପନ୍ତ ମଧ୍ୟ ଶୀଘ୍ର ଜ୍ୱରରୁ ସୁସ୍ଥ ହୋଇଯିବା ଆଶା କରୁଛି।

The post IND Vs PAK ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଅସୁସ୍ଥ ହୋଇଗଲେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି, ଅଡ଼ୁଆରେ ଫସି ଯାଇପାରେ… appeared first on Dharitri Odia News.