ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼
ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି ପ୍ରାୟ ୯ଟାରେ ଗୁଳିମାଡ଼ ହୋଇଛି। ଫଳରେ ନାମଯଜ୍ଞରେ କର୍ତ୍ତାକାର୍ଯ୍ୟ ତୁଲାଉଥିବା ବିଶ୍ୱାମିତ୍ର ଜାନି ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ନିଆଯାଇ ସେଠାରୁ ପୁଣି ଅଧିକ […] The post ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼ appeared first on Dharitri Odia News.
ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି ପ୍ରାୟ ୯ଟାରେ ଗୁଳିମାଡ଼ ହୋଇଛି। ଫଳରେ ନାମଯଜ୍ଞରେ କର୍ତ୍ତାକାର୍ଯ୍ୟ ତୁଲାଉଥିବା ବିଶ୍ୱାମିତ୍ର ଜାନି ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସପିଟାଲକୁ ନିଆଯାଇ ସେଠାରୁ ପୁଣି ଅଧିକ ଚିକିତ୍ସା ପାଇଁ ଛତିଶଗଡ଼ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ତାଙ୍କର ଛାତିରେ ଗୁଳି ବାଜିଥିବାରୁ ଏବେବି ଅବସ୍ଥା ସଙ୍କଟାପନ୍ନ ରହିଛି। ନାମଯଜ୍ଞର ପ୍ରହର ସମୟରେ ପୂର୍ବରୁ ଜଗି ରହିଥିବା ଦୁର୍ବୁତ୍ତମାନେ ଠାକୁରଙ୍କ ଦର୍ଶନ ଆଳରେ ବିଶ୍ୱାମିତ୍ରଙ୍କୁ ପାଖରୁ ଗୁଳିମାଡ଼ କରିଥିଲେ।
ସଙ୍ଗେ ସଙ୍ଗେ ଦର୍ଶନାର୍ଥୀମାନେ ଜଣେ ଦୁର୍ବୁତ୍ତଙ୍କୁ କାବୁ କରି କଣ୍ଟାମାଳ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି କରିଥିବା ଯୁବକଙ୍କୁ ଥାନାକୁ ନେଇ ଅଟକ ରଖି ଅଧିକ ତଦନ୍ତ କରୁଛି। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି।
ଉକ୍ତ ଗୁଳିକାଣ୍ଡକୁ ନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଗୁଳିକାଣ୍ଡରେ ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ତେବେ ଏ ସମ୍ପର୍କରେ ପରିବାର ଲୋକଙ୍କଠାରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ l
The post ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼ appeared first on Dharitri Odia News.