ଓଡ଼ିଶା ଷ୍ଟେଟ୍‌ ଓପନ୍‌ ସୁଟିଂ ଚାମ୍ପିଅନଶିପ୍‌: କଳାହାଣ୍ଡିର ପୁଅ ବିଶ୍ୱଜିତଙ୍କ କମାଲ୍‌, ଜିତିଲେ ସ୍ବର୍ଣ୍ଣ ସହ…

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ)-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨ ଦିନ ଧରି ଚାଲିଥିବା ଦ୍ୱିତୀୟ ଓଡ଼ିଶା ଷ୍ଟେଟ ଓପନ୍‌ ସୁଟିଂ ଚାମ୍ପିଅନ୍‌ଶିପରେ କମାଲ ଦେଖାଇଛନ୍ତି କଳାହାଣ୍ଡିର ପୁଅ ବିଶ୍ୱଜିତ ପାତ୍ର। ଓଡିଶା ରାଇଫଲ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଶ୍ୱଜିତ ପାତ୍ର ୨ଟି ଇଭେଣ୍ଟରେ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଶ୍ୱଜିତ ୧୦ ମୋଟର ଓପନ ସାଇଟ୍‌ ଏୟାର ରାଇଫଲ […] The post ଓଡ଼ିଶା ଷ୍ଟେଟ୍‌ ଓପନ୍‌ ସୁଟିଂ ଚାମ୍ପିଅନଶିପ୍‌: କଳାହାଣ୍ଡିର ପୁଅ ବିଶ୍ୱଜିତଙ୍କ କମାଲ୍‌, ଜିତିଲେ ସ୍ବର୍ଣ୍ଣ ସହ… appeared first on Dharitri Odia News.

ଓଡ଼ିଶା ଷ୍ଟେଟ୍‌ ଓପନ୍‌ ସୁଟିଂ ଚାମ୍ପିଅନଶିପ୍‌: କଳାହାଣ୍ଡିର ପୁଅ ବିଶ୍ୱଜିତଙ୍କ କମାଲ୍‌, ଜିତିଲେ ସ୍ବର୍ଣ୍ଣ ସହ…

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ)-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨ ଦିନ ଧରି ଚାଲିଥିବା ଦ୍ୱିତୀୟ ଓଡ଼ିଶା ଷ୍ଟେଟ ଓପନ୍‌ ସୁଟିଂ ଚାମ୍ପିଅନ୍‌ଶିପରେ କମାଲ ଦେଖାଇଛନ୍ତି କଳାହାଣ୍ଡିର ପୁଅ ବିଶ୍ୱଜିତ ପାତ୍ର। ଓଡିଶା ରାଇଫଲ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଶ୍ୱଜିତ ପାତ୍ର ୨ଟି ଇଭେଣ୍ଟରେ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଶ୍ୱଜିତ ୧୦ ମୋଟର ଓପନ ସାଇଟ୍‌ ଏୟାର ରାଇଫଲ (ବରିଷ୍ଠ) ବର୍ଗରେ ସ୍ବର୍ଣ୍ଣ ଓ ୫୦ ମିଟର ରାଇଫଲ(ବରିଷ୍ଠ ବର୍ଗରେ) ରୋପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ଜିଲାର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

The post ଓଡ଼ିଶା ଷ୍ଟେଟ୍‌ ଓପନ୍‌ ସୁଟିଂ ଚାମ୍ପିଅନଶିପ୍‌: କଳାହାଣ୍ଡିର ପୁଅ ବିଶ୍ୱଜିତଙ୍କ କମାଲ୍‌, ଜିତିଲେ ସ୍ବର୍ଣ୍ଣ ସହ… appeared first on Dharitri Odia News.