ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି: ଏଣିକି କମିବ ରେଟ

ଭୁବନେଶ୍ୱର,୨।୧୧ ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି। ଭୁବନେଶ୍ବର ଆଇଗିଣିଆ ଗୋଦାମରେ ୧୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିଛି। ଆହୁରି ଗାଡ଼ି ପହଞ୍ଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବ ସୂଚନା ଦେଇଛନ୍ତି। ୬୦ରୁ ୭୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବା ପରେ ରେଟ କମିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ିବା ଲାଗି ମନା କରିବା ପରେ ରାଜ୍ୟରେ ବର୍ତ୍ତମାନ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ମାଡ଼ ହୋଇଛି। ଆଳୁ ଯୋଗାଣରେ ବାଧା […] The post ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି: ଏଣିକି କମିବ ରେଟ appeared first on Dharitri Odia News.

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି: ଏଣିକି କମିବ ରେଟ

ଭୁବନେଶ୍ୱର,୨।୧୧ ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି। ଭୁବନେଶ୍ବର ଆଇଗିଣିଆ ଗୋଦାମରେ ୧୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିଛି।
ଆହୁରି ଗାଡ଼ି ପହଞ୍ଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବ ସୂଚନା ଦେଇଛନ୍ତି। ୬୦ରୁ ୭୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବା ପରେ ରେଟ କମିବା ସମ୍ଭାବନା ରହିଛି।

ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ିବା ଲାଗି ମନା କରିବା ପରେ ରାଜ୍ୟରେ ବର୍ତ୍ତମାନ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ମାଡ଼ ହୋଇଛି। ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବାପରେ ଖାଉଟିଙ୍କୁ ଅନେକ ସ୍ଥାନରେ ଏବେ ଆଳୁ କେଜି ୫୦ରୁ ୬୦ ଟଙ୍କାରେ କିଣିବାକୁ ପଡୁଛି, ଯାହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ତେବେ ଏଭଳି ସ୍ଥିତିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ୍‌ ଆଳୁ ଆସୁଛି। ସୋମବାର ସୁଦ୍ଧା ଏହି ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।
ଏହା ସହିତ ମନ୍ତ୍ରୀ ପାତ୍ର ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଏବେ ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। କେଉଁଠି କେଉଁଠି ଅତି ବେଶିରେ ୪୦ ଟଙ୍କାରେ ବିକ୍ରି ହେଉଛି। ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଯଦି କୌଣସି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରିବେ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଙ୍ଗଳବାରଠୁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀମାନେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ ଅଛି। ତାଙ୍କର ଚାହିଦା ଅତି ବେଶିରେ ୫ ଲକ୍ଷ ମେଟ୍ରିକ ଟନ୍‌ ହେବ। ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ। ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି। କାରଣ ବେଶି ଦିନ ଆଳୁ ରହିଲେ ପଚିଯିବ। କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନ ଥିବାରୁ ବ୍ୟବସାୟୀ କ୍ଷତି ସହିବେ। ସେଥିପାଇଁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଯେଉଁ ରାଜ୍ୟରେ ଯାହାସବୁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନି କରେ। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ୱାରା ଏହି ଭଲ ବାତାବରଣ ଉପରେ ଭଟ୍ଟା ପଡୁଛି। ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଠିକ୍‌ ନୁହେଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର ବୋଲି ସେ କହିଛନ୍ତି।

The post ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି: ଏଣିକି କମିବ ରେଟ appeared first on Dharitri Odia News.