ବାବା ବେଶରେ ଆସି ଲୁଟ୍ କରୁଥିଲେ, ଏବେ ପୋଲିସ କବଜାରେ ପଡ଼ିଲା ଗ୍ୟାଙ୍ଗ
ଝାରସୁଗୁଡ଼ା: ବାବା ବେଶରେ ଲୋକଙ୍କ ଠାରୁ ଲୁଟ କରୁଥିବା ଏକ ଚାରିଜଣିଆ ଗ୍ୟାଙ୍ଗକୁ ସମ୍ବଲପୁରର ଏକ ହୋଟେଲରୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ l ଗିରଫ ଅଭିଯୁକ୍ତମାନେ ଉତ୍ତରାଖଣ୍ଡର ସାହିଦ, ଏମଡି ଇକବାଲ ଏବଂ ଉତ୍ତରପ୍ରଦେଶର ଜୋହାର ଅଲି, ଏମଡି ଇସଲମ। ଅଭିଯୁକ୍ତଙ୍କ ଠାରୁ ଦୁଇଟି ପଲସର ବାଇକ, ଚାରୋଟି ମୋବାଇଲ, ଏକ ଯୋଡ଼ି ସୁନା ପାଉଁଜି, ଦୁଇଟି ସୁନା ଚେନ, ଏକ ସୁନା ମୁଦି, ଦୁଇ ଯୋଡ଼ା କାନ ଫୁଲ, ଚାରୋଟି ସୁନା ଲକେଟ, ଏକ କାନ ଫୁଲ ଏବଂ ୨୧ ଶହ ୫୦ ନଗଦ ଟଙ୍କା ପୋଲିସ ଜବତ କରିଛି lଅଭିଯୁକ୍ତମାନେ ନିଜକୁ ହରିଦ୍ୱାରର ସାଧୁ କହି ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ l ଏମାନେ ଟାର୍ଗେଟ କରୁଥିବା ମହିଳାଙ୍କୁ ସେମାନଙ୍କ ପରିବାର ଉପରେ ବିପଦ ଥିବା କହି ଫସାଉଥିଲେ। ଆଉ ଏଥିପାଇଁ ପୂଜା କରିବା ପାଇଁ କହୁଥିଲେ। ଏଥିରେ କିଛି ସୁନା ଗହଣା ଏକ ପେପେର କିମ୍ବା ବେଗ ଉପରେ ରଖିବା ପାଇଁ କହୁଥିଲେ l ହେଲେ ପୂଜା ସମୟରେ ଅଭିନୟ କରି ସୁନା ଗହଣା ଲୁଟ କରି ଫେରାର ମାରୁଥିଲେ । ଝାରସୁଗୁଡ଼ା ଏବଂ ବେଲପାହାଡ଼ ଥାନାରେ ଏହିପରି ଦୁଇଟି ମାମାଲା ରୁଜୁ ହେବା ପରେ ପୋଲିସ ଏନେଇ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିବାସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି l
ଝାରସୁଗୁଡ଼ା: ବାବା ବେଶରେ ଲୋକଙ୍କ ଠାରୁ ଲୁଟ କରୁଥିବା ଏକ ଚାରିଜଣିଆ ଗ୍ୟାଙ୍ଗକୁ ସମ୍ବଲପୁରର ଏକ ହୋଟେଲରୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ l ଗିରଫ ଅଭିଯୁକ୍ତମାନେ ଉତ୍ତରାଖଣ୍ଡର ସାହିଦ, ଏମଡି ଇକବାଲ ଏବଂ ଉତ୍ତରପ୍ରଦେଶର ଜୋହାର ଅଲି, ଏମଡି ଇସଲମ।
ଅଭିଯୁକ୍ତଙ୍କ ଠାରୁ ଦୁଇଟି ପଲସର ବାଇକ, ଚାରୋଟି ମୋବାଇଲ, ଏକ ଯୋଡ଼ି ସୁନା ପାଉଁଜି, ଦୁଇଟି ସୁନା ଚେନ, ଏକ ସୁନା ମୁଦି, ଦୁଇ ଯୋଡ଼ା କାନ ଫୁଲ, ଚାରୋଟି ସୁନା ଲକେଟ, ଏକ କାନ ଫୁଲ ଏବଂ ୨୧ ଶହ ୫୦ ନଗଦ ଟଙ୍କା ପୋଲିସ ଜବତ କରିଛି l
ଅଭିଯୁକ୍ତମାନେ ନିଜକୁ ହରିଦ୍ୱାରର ସାଧୁ କହି ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ l ଏମାନେ ଟାର୍ଗେଟ କରୁଥିବା ମହିଳାଙ୍କୁ ସେମାନଙ୍କ ପରିବାର ଉପରେ ବିପଦ ଥିବା କହି ଫସାଉଥିଲେ। ଆଉ ଏଥିପାଇଁ ପୂଜା କରିବା ପାଇଁ କହୁଥିଲେ। ଏଥିରେ କିଛି ସୁନା ଗହଣା ଏକ ପେପେର କିମ୍ବା ବେଗ ଉପରେ ରଖିବା ପାଇଁ କହୁଥିଲେ l ହେଲେ ପୂଜା ସମୟରେ ଅଭିନୟ କରି ସୁନା ଗହଣା ଲୁଟ କରି ଫେରାର ମାରୁଥିଲେ । ଝାରସୁଗୁଡ଼ା ଏବଂ ବେଲପାହାଡ଼ ଥାନାରେ ଏହିପରି ଦୁଇଟି ମାମାଲା ରୁଜୁ ହେବା ପରେ ପୋଲିସ ଏନେଇ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିବାସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି l