ପିସିବିର ଅଜବ ଦାବି ! ଲିଖିତ ପ୍ରମାଣ ଦେଉ ବିସିସିଆଇ
ନୂଆଦିଲ୍ଲୀ: ଆଇସିସି ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଛି ବଡ଼ ଖବର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇ ନିକଟରେ ଏକ ବଡ଼ ଦାବି ରଖିଛି। ପିସିବି କହିଛି, ଭାରତ ସରକାର ପାକିସ୍ତାନରେ ଖେଳିବାକୁ ଅନୁମତି ଦେଉ ନ ଥିବାର ଲିଖିତ ପ୍ରମାଣ ଦେଉ ବିସିସିଆଇ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାହୁଁଛି, ବିସିସିଆଇ ଲିଖିତ ଭାବେ ପ୍ରମାଣ ଦେଉ ଯେ ସୁରକ୍ଷା କାରଣରୁ ଭାରତ ସରକାର ଆସନ୍ତା ବର୍ଷ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ପାକିସ୍ତାନ ଗସ୍ତ କରିବାକୁ ଅନୁମତି ଦେଉ ନାହିଁ। ପାକିସ୍ତାନ ବୋର୍ଡ ଏହି ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ ଚାହୁଁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆଇସିସିର ବାର୍ଷିକ ବୈଠକ ଜୁଲାଇ ୧୯ ତାରିଖରେ କଲୋମ୍ବୋରେ ବସିବ। ଏଥିରେ ହାଇବ୍ରିଡ ମୋଡେଲ୍ ଉପରେ ଆଲୋଚନା ହେବାର କୌଣସି ଏଜେଣ୍ଡା ନାହିଁ। Also read: ଇତିହାସ ରଚିଲେ ଜଶସ୍ବୀ ଜୈୟସ୍ବାଲ୍, ଗୋଟିଏ ବଲ୍ରେ ୧୩ ରନ୍, ଏପରି କରିବାରେ ପ୍ରଥମ ବ୍ୟାଟରପିସିବି ସୂତ୍ର ଅନୁଯାୟୀ, ଯଦି ଭାରତ ସରକାର ଅନୁମତି ନ ଦିଅନ୍ତି ତେବେ ଏହାର ଲିଖିତ ପ୍ରମାଣ ବିସିସିଆଇ ତୁରନ୍ତ ଆଇସିସିକୁ ଦେଉ। ଏହା ସହିତ ବିସିସିଆଇ ପାଞ୍ଚ ଛଅ ମାସ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ସେହି ବିଷୟରେ ଆଇସିସିକୁ
ନୂଆଦିଲ୍ଲୀ: ଆଇସିସି ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଛି ବଡ଼ ଖବର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇ ନିକଟରେ ଏକ ବଡ଼ ଦାବି ରଖିଛି। ପିସିବି କହିଛି, ଭାରତ ସରକାର ପାକିସ୍ତାନରେ ଖେଳିବାକୁ ଅନୁମତି ଦେଉ ନ ଥିବାର ଲିଖିତ ପ୍ରମାଣ ଦେଉ ବିସିସିଆଇ।
ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାହୁଁଛି, ବିସିସିଆଇ ଲିଖିତ ଭାବେ ପ୍ରମାଣ ଦେଉ ଯେ ସୁରକ୍ଷା କାରଣରୁ ଭାରତ ସରକାର ଆସନ୍ତା ବର୍ଷ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ପାକିସ୍ତାନ ଗସ୍ତ କରିବାକୁ ଅନୁମତି ଦେଉ ନାହିଁ। ପାକିସ୍ତାନ ବୋର୍ଡ ଏହି ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ ଚାହୁଁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆଇସିସିର ବାର୍ଷିକ ବୈଠକ ଜୁଲାଇ ୧୯ ତାରିଖରେ କଲୋମ୍ବୋରେ ବସିବ। ଏଥିରେ ହାଇବ୍ରିଡ ମୋଡେଲ୍ ଉପରେ ଆଲୋଚନା ହେବାର କୌଣସି ଏଜେଣ୍ଡା ନାହିଁ।
Also read: ଇତିହାସ ରଚିଲେ ଜଶସ୍ବୀ ଜୈୟସ୍ବାଲ୍, ଗୋଟିଏ ବଲ୍ରେ ୧୩ ରନ୍, ଏପରି କରିବାରେ ପ୍ରଥମ ବ୍ୟାଟର
ପିସିବି ସୂତ୍ର ଅନୁଯାୟୀ, ଯଦି ଭାରତ ସରକାର ଅନୁମତି ନ ଦିଅନ୍ତି ତେବେ ଏହାର ଲିଖିତ ପ୍ରମାଣ ବିସିସିଆଇ ତୁରନ୍ତ ଆଇସିସିକୁ ଦେଉ। ଏହା ସହିତ ବିସିସିଆଇ ପାଞ୍ଚ ଛଅ ମାସ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ସେହି ବିଷୟରେ ଆଇସିସିକୁ ଲିଖିତ ଭାବେ ସୂଚିତ କରାଉ।
ଉଲ୍ଲେଖନୀୟ ବିସିସିଆଇ ସର୍ବଦା ଏହି ଯୁକ୍ତି ବାଢି ଆସିଛି ଯେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ ନାହିଁ ସେ ନିଷ୍ପତ୍ତି ଭାରତ ସରକାର ନେବେ। ସୁରକ୍ଷା କାରଣରୁ ଭାରତ ଗତ ବର୍ଷ ପାକିସ୍ତାନ ଯିବାକୁ ମନା କରିବାରୁ ୨୦୨୩ ଏସିଆ କପ୍ ହାଇବ୍ରିଡ ମୋଡେଲରେ ଖେଳା ଯାଇଥିଲା। ଏହି ଆଧାରରେ ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ଅନ୍ୟପକ୍ଷେ ପିସିବି ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ା ସୂଚୀର ଡ୍ରାଫ୍ଟ ଆଇସିସିକୁ ପ୍ରଦାନ କରି ସାରିଛି। ଏଥିରେ ଭାରତର ସମସ୍ତ ମ୍ୟାଚ୍, ସେମି ଫାଇନାଲ୍ ଓ ଫାଇନାଲ୍ ଲାହୋରରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ପ୍ରୋଫାଇଲ୍ ମ୍ୟାଚ୍ ମାର୍ଚ୍ଚ ୧ ତାରିଖର ଖେଳାଯିବ।
ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ବିସିସିଆଇ ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଜାରି କରି ନାହିଁ। ନିକଟରେ ଖବର ପ୍ରକାଶ ପାଇଥିଲା ଯେ, ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ବିସିସିଆଇ ସଚିବ ଜୟ ଶାହ କହିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ଖବର ସାମ୍ନାକୁ ଆସିନି।
ତେବେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ପାକିସ୍ତାନ ଯିବାର ସମ୍ଭାବନା ନାହିଁ। ଏହା ସହ ପାକିସ୍ତାନ ବାହାରେ କେତେକ ମ୍ୟାଚ୍ ଆୟୋଜନ ପାଇଁ ମଧ୍ୟ ଆଇସିସି ପକ୍ଷରୁ ଅତିରିକ୍ତ ଫଣ୍ଡ ଦିଆଯିବା ନେଇ ଯୋଜନା ହୋଇଛି ।