ହିଣ୍ଡନବର୍ଗକୁ ୪୬ ପୃଷ୍ଠାର କାରଣ ଦର୍ଶାଅ ନୋଟିସ୍ ଜାରି କଲା ସେବି

ନୂଆଦିଲ୍ଲୀ: ଆଦାନୀ ଓ ହିଣ୍ଡନବର୍ଗ ମାମଲାକୁ ନେଇ ଆଜି ପୁଣି ଚର୍ଚା ଜୋର ଧରିଛି। କାରଣ ଭାରତୀୟ ମାର୍କେଟ ରେଗୁଲେଟରି (ସେବି) ଆମେରିକୀୟ ଫାର୍ମ ହିଣ୍ଡନବର୍ଗକୁ ୪୬ ପୃଷ୍ଠାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି ନୋଟିସ ପାଇବା ପରେ ସେବି ଉପରେ ବର୍ଷିଛି ହିଣ୍ଡନବର୍ଗ। କହିଛି ସେବି ଆଦାନୀ ଓ ଉଦୟ କୋଟାକଙ୍କ ସମ୍ପତ୍ତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଗତବର୍ଷ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଆଦାନୀ ଗ୍ରୁପ ଉରେ ଷ୍ଟକ ମେନିପୁଲେସନ ଠାରୁ ଆରମ୍ଭ କରି ମନି ଲଣ୍ଡରିଂ ଆଦି ଅଭିଯୋଗ ଲଗାଇଥିଲା। ଜୁଲାଇ ୧ ତାରିଖରେ ସେବିର ନୋଟିସ୍ ମିଳିଥିବା ସୂଚନା ଦେଇଛି। ଏଥିରେ କମ୍ପାନୀ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଭ୍ରମାତ୍କକ ବୟାନ ଦେଇଥିବା ସେବି ତା ନୋଟିସ୍‌ରେ ଦର୍ଶାଇଛି ବୋଲି ହିଣ୍ଡନବର୍ଗ ସୂଚନା ଦେଇଛି।   ହିଣ୍ଡନବର୍ଗ ସେବିକୁ କଣ ସବୁ କହିଛି ଜାଣନ୍ତୁ ୧. ହିଣ୍ଡେନବର୍ଗ କହିଛି, 'ଆମ ଦୃଷ୍ଟିରେ, ସେବି ଏହାର ଦାୟିତ୍ୱକୁ ଅବହେଳା କରିଛି, ନିବେଶକମାନଙ୍କୁ ଠକାମିରୁ ରକ୍ଷା କରିବା ପରିବର୍ତ୍ତେ ଠକାମୀର ସୁରକ୍ଷା ପାଇଁ ଅଧିକ ଉଦ୍ୟମ କରୁଛି। ଜଣାପଡିଛି।'୨. ଭାରତୀୟ ବଜାର ସୂତ୍ରରୁ ଆମକୁ ମିଳିଥିବା ବିଶେଷ ଖବର ଅନୁସାରେ,  ଆମେ ଜାଣିବାକୁ ପାଇଲୁ ଯେ ଆମ ଜାନୁୟାରୀ ୨୦୨୩ରେ ଆମ ରିପୋର୍ଟ ପ୍ରକାଶ ପାଇବା ପରେ ସେବି ଆଦାନୀଙ୍କୁ ଗୁପ୍ତ ସମର୍ଥନ ଆରମ୍ଭ କରିଥିଲା।'୩. 'ଆମ ରିପୋର୍ଟ ପରେ, ଆମକୁ କୁହାଗଲା ଯେ ସେବି ପରଦା ପଛରେ

ହିଣ୍ଡନବର୍ଗକୁ ୪୬ ପୃଷ୍ଠାର କାରଣ ଦର୍ଶାଅ ନୋଟିସ୍ ଜାରି କଲା ସେବି

ନୂଆଦିଲ୍ଲୀ: ଆଦାନୀ ଓ ହିଣ୍ଡନବର୍ଗ ମାମଲାକୁ ନେଇ ଆଜି ପୁଣି ଚର୍ଚା ଜୋର ଧରିଛି। କାରଣ ଭାରତୀୟ ମାର୍କେଟ ରେଗୁଲେଟରି (ସେବି) ଆମେରିକୀୟ ଫାର୍ମ ହିଣ୍ଡନବର୍ଗକୁ ୪୬ ପୃଷ୍ଠାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି ନୋଟିସ ପାଇବା ପରେ ସେବି ଉପରେ ବର୍ଷିଛି ହିଣ୍ଡନବର୍ଗ। କହିଛି ସେବି ଆଦାନୀ ଓ ଉଦୟ କୋଟାକଙ୍କ ସମ୍ପତ୍ତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। 

ଗତବର୍ଷ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଆଦାନୀ ଗ୍ରୁପ ଉରେ ଷ୍ଟକ ମେନିପୁଲେସନ ଠାରୁ ଆରମ୍ଭ କରି ମନି ଲଣ୍ଡରିଂ ଆଦି ଅଭିଯୋଗ ଲଗାଇଥିଲା। ଜୁଲାଇ ୧ ତାରିଖରେ ସେବିର ନୋଟିସ୍ ମିଳିଥିବା ସୂଚନା ଦେଇଛି। ଏଥିରେ କମ୍ପାନୀ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଭ୍ରମାତ୍କକ ବୟାନ ଦେଇଥିବା ସେବି ତା ନୋଟିସ୍‌ରେ ଦର୍ଶାଇଛି ବୋଲି ହିଣ୍ଡନବର୍ଗ ସୂଚନା ଦେଇଛି।   

ହିଣ୍ଡନବର୍ଗ ସେବିକୁ କଣ ସବୁ କହିଛି ଜାଣନ୍ତୁ

୧. ହିଣ୍ଡେନବର୍ଗ କହିଛି, 'ଆମ ଦୃଷ୍ଟିରେ, ସେବି ଏହାର ଦାୟିତ୍ୱକୁ ଅବହେଳା କରିଛି, ନିବେଶକମାନଙ୍କୁ ଠକାମିରୁ ରକ୍ଷା କରିବା ପରିବର୍ତ୍ତେ ଠକାମୀର ସୁରକ୍ଷା ପାଇଁ ଅଧିକ ଉଦ୍ୟମ କରୁଛି। ଜଣାପଡିଛି।'
୨. ଭାରତୀୟ ବଜାର ସୂତ୍ରରୁ ଆମକୁ ମିଳିଥିବା ବିଶେଷ ଖବର ଅନୁସାରେ,  ଆମେ ଜାଣିବାକୁ ପାଇଲୁ ଯେ ଆମ ଜାନୁୟାରୀ ୨୦୨୩ରେ ଆମ ରିପୋର୍ଟ ପ୍ରକାଶ ପାଇବା ପରେ ସେବି ଆଦାନୀଙ୍କୁ ଗୁପ୍ତ ସମର୍ଥନ ଆରମ୍ଭ କରିଥିଲା।'
୩. 'ଆମ ରିପୋର୍ଟ ପରେ, ଆମକୁ କୁହାଗଲା ଯେ ସେବି ପରଦା ପଛରେ ବୋଫର୍ସରେ ଆଦାନୀ ଶେୟାରରେ ଶର୍ଟ ପୋଜିସନ୍ସକୁ କ୍ଲୋଜ କରିବା ନେଇ ଚାପ ପକାଇଥିଲା। ଏଥିରେ କିଣିବା ପାଇ ଚାପ ସୃଷ୍ଟି ହୋଇଥିଲା। ଓ ମହତ୍ୱପୂର୍ଣ୍ଣ ସମୟରେ ଆଦାନୀ ଗ୍ରୁପ ଶେୟାରକୁ ସହଯୋଗ ମିଳିପାରିଲା।
 ୪. ଯେତେବେଳେ ଏହି ଘଟଣାର ଅନୁସନ୍ଧାନ ପାଇଁ ଜନସାଧାରଣ ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ଚାପ ପଡ଼ିଲା, ସେତେବେଳେ ସେବି ଥତମତ ହେଲା। ଆରମ୍ଭରେ ଆମର କିଛି ରିପୋର୍ଟ ସହିତ ସହମତ ପ୍ରକାଶ କରିବା ଭଳି ଆଭିମୁଖ୍ୟ ଦେଖାଇଲା।' ଏଥିସହିତ ସେବି କୋଟାକକୁ ବି ରକ୍ଷା କରିବାକ ଚାହୁଁଛି ବୋଲି ହିଣ୍ଡନବର୍ଗ କହିଛି।