ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ମଧୁମେହ ପରୀକ୍ଷଣ ଓ ଚିକିତ୍ସା ଶିବିର

ବ୍ରହ୍ମପୁର ୨୯।୪: ଶୀତଳାପଲ୍ଲୀ ସ୍ଥିତ ଆଇଏମ୍‌ଏସ୍‌ ଓ  ସମ୍‌ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ  ରବିବାର ଏକ ନିଃଶୁଳ୍କ ମଧୁମେହ  ପରୀକ୍ଷଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ  ହୋଇଛି । ଏଥିରେ ବ୍ରହ୍ମପୁର ସମେତ  ଆଖପାଖ ଅଞ୍ଚଳର ବହୁସଂଖ୍ୟକ ରୋଗୀ  ଯୋଗଦେଇ ଚିକିତ୍ସିତ ହୋଇଥିଲେ ।  ଶିବିରରେ ପ୍ରତ୍ୟେକ ରୋଗୀଙ୍କ ରକ୍ତ  ପରୀକ୍ଷା କରାଯାଇଥିଲା । ଏହାବ୍ୟତୀତ  ରୋଗୀମାନଙ୍କ ରେଟିନୋସ୍କୋପି, ରକ୍ତଚାପ  ମାପ, ଶରୀର ମାସ୍‌ ଇଣ୍ଡେକ୍ସ ମାପ ଏବଂ  ମଧୁମେହ ରୋଗୀଙ୍କ ପାଦର ଯତ୍ନ ନେବା  ଭଳି ଅନେକ ଚିକିତ୍ସା ଉପରେ ଜଣାଇଥିଲେ  ଡାକ୍ତର । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ  ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀ ବଜାୟ  ରଖିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ  ବିଭିନ୍ନ ଖାଦ୍ୟ ଏବଂ ବ୍ୟାୟାମ ସମ୍ବନ୍ଧୀୟ  ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଯାଞ୍ଚ  ପାଇଁ ଆସିଥିବା ସମସ୍ତଙ୍କୁ ମଧୁମେହ  ରୋଗଜନିତ ବିପଦର କାରଣ, ରୋଗର  ଜଟିଳତା ସମନ୍ଧରେ ଡାକ୍ତର ମାନେ  କହିଥିଲେ । ମଧୁମେହ ରୋଗୀ ଏବଂ  ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧ  ସେବନର ଗୁରୁତ୍ୱ ବିଷୟରେ ଅବଗତ  କରାଯାଇଥିଲା । ମଧୁମେହ ରୋଗୀଙ୍କ ଯତ୍ନ  ଅଭାବରୁ ଅନ୍ୟ ଜଟିଳ ରୋଗର ଶିକାର  ହୋଇଥାନ୍ତି । ସେସବୁକୁ ଦୃଷ୍ଟିରେ ରଖି ସମ୍‌  ହସ୍‌ପିଟାଲରେ ମଧୁମେହ ରୋଗ ଏବଂ  ମଧୁମେହ କାରଣରୁ ହେଉଥିବା ଅନ୍ୟ  ରୋଗର ଚିକିତ୍ସା ମଧ୍ୟ କରାଯାଉଛି ।  ମଧୁମେହ ରୋଗୀଙ୍କ ସଠିକ୍‌ ଯତ୍ନ ଏବଂ  ଡାକ୍ତର ପରାମର୍ଶ କ୍ରମ

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ମଧୁମେହ ପରୀକ୍ଷଣ ଓ ଚିକିତ୍ସା ଶିବିର

ବ୍ରହ୍ମପୁର ୨୯।୪: ଶୀତଳାପଲ୍ଲୀ ସ୍ଥିତ ଆଇଏମ୍‌ଏସ୍‌ ଓ  ସମ୍‌ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ  ରବିବାର ଏକ ନିଃଶୁଳ୍କ ମଧୁମେହ  ପରୀକ୍ଷଣ ଓ ଚିକିତ୍ସା ଶିବିର ଅନୁଷ୍ଠିତ  ହୋଇଛି । ଏଥିରେ ବ୍ରହ୍ମପୁର ସମେତ  ଆଖପାଖ ଅଞ୍ଚଳର ବହୁସଂଖ୍ୟକ ରୋଗୀ  ଯୋଗଦେଇ ଚିକିତ୍ସିତ ହୋଇଥିଲେ ।  ଶିବିରରେ ପ୍ରତ୍ୟେକ ରୋଗୀଙ୍କ ରକ୍ତ  ପରୀକ୍ଷା କରାଯାଇଥିଲା । ଏହାବ୍ୟତୀତ  ରୋଗୀମାନଙ୍କ ରେଟିନୋସ୍କୋପି, ରକ୍ତଚାପ  ମାପ, ଶରୀର ମାସ୍‌ ଇଣ୍ଡେକ୍ସ ମାପ ଏବଂ  ମଧୁମେହ ରୋଗୀଙ୍କ ପାଦର ଯତ୍ନ ନେବା  ଭଳି ଅନେକ ଚିକିତ୍ସା ଉପରେ ଜଣାଇଥିଲେ  ଡାକ୍ତର । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ  ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀ ବଜାୟ  ରଖିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ  ବିଭିନ୍ନ ଖାଦ୍ୟ ଏବଂ ବ୍ୟାୟାମ ସମ୍ବନ୍ଧୀୟ  ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଯାଞ୍ଚ  ପାଇଁ ଆସିଥିବା ସମସ୍ତଙ୍କୁ ମଧୁମେହ  ରୋଗଜନିତ ବିପଦର କାରଣ, ରୋଗର  ଜଟିଳତା ସମନ୍ଧରେ ଡାକ୍ତର ମାନେ  କହିଥିଲେ । ମଧୁମେହ ରୋଗୀ ଏବଂ  ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧ  ସେବନର ଗୁରୁତ୍ୱ ବିଷୟରେ ଅବଗତ  କରାଯାଇଥିଲା । ମଧୁମେହ ରୋଗୀଙ୍କ ଯତ୍ନ  ଅଭାବରୁ ଅନ୍ୟ ଜଟିଳ ରୋଗର ଶିକାର  ହୋଇଥାନ୍ତି । ସେସବୁକୁ ଦୃଷ୍ଟିରେ ରଖି ସମ୍‌  ହସ୍‌ପିଟାଲରେ ମଧୁମେହ ରୋଗ ଏବଂ  ମଧୁମେହ କାରଣରୁ ହେଉଥିବା ଅନ୍ୟ  ରୋଗର ଚିକିତ୍ସା ମଧ୍ୟ କରାଯାଉଛି ।  ମଧୁମେହ ରୋଗୀଙ୍କ ସଠିକ୍‌ ଯତ୍ନ ଏବଂ  ଡାକ୍ତର ପରାମର୍ଶ କ୍ରମେ ଅନ୍ୟ କୌଣସି  ରୋଗ ଆକ୍ରାନ୍ତ ହୋଇନଥାଏ ବୋଲି  ଡାକ୍ତର ମାନେ କହିଛନ୍ତି । ଆଜି ସମ ହସ୍‌ପିଟାଲ୍‌ କ୍ୟାମ୍ପସ୍‌[1]୩ରେ ହୋଇଥିବା ଶିବିରରେ ବହୁ  ସଂଖ୍ୟାରେ ରୋଗୀ ଉପକୃତ ହୋଇଛନ୍ତି ।  ଏହାକୁ ଆଧାର କରି ଆସନ୍ତା ୩ ମାସ  ପାଇଁ ଶୀତଳାପଲ୍ଲୀ କ୍ୟାମ୍ପସରେ ପ୍ରତ୍ୟେକ  ମାସର ଚତୁର୍ଥ ରବିବାର ଦିନ ପୂର୍ବାହ୍ଣ  ୯ଟାରୁ ମଧ୍ୟାହ୍ଣ ଗୋଟାଏ ପର୍ଯ୍ୟନ୍ତ ମାଗଣା  ମଧୁମେହ ଶିବିର ଅନୁଷ୍ଠିତ ହେବ ବୋଲି  ହସପିଟାଲ୍‌ ନିର୍ଦ୍ଦେଶକ ଦେବପ୍ରସାଦ  ଦାଶ ସୂଚନା ଦେଇଛନ୍ତି । ରୋଗୀମାନେ  ବିଭିନ୍ନ ଆବଶ୍ୟକ ଡାକ୍ତରୀ ଯାଞ୍ଚ ସହ  ନିଃଶୁଳ୍କ ଭାବେ ବିଭିନ୍ନ ଚିକିତ୍ସା ପରାମର୍ଶ  ପାଇପାରିବେ ।   ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌  ଡା. ଶାସ୍ତ୍ରୀ କହିଛନ୍ତି ଯେ- ବ୍ରହ୍ମପୁର ଓ  ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଉନ୍ନତ  ସ୍ୱାସ୍ଥ୍ୟସେବା ଯୋଗାଇଦେବା ଯେପରିକି  ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡିବ  ନାହିଁ ସେହି ପ୍ରୟାସ ରହିଛି । ସେହିପରି  ମଧୁମେହ ବିଶେଷଜ୍ଞ ଡା. ଅମର କୁମାର  ଦାସ କହିଛନ୍ତି ଯେ- ମଧୁମେହ ରୋଗର  କାରଣ ଜାଣିବା ସହ ରୋଗୀଙ୍କୁ ଚିହ୍ନଟ  କରିବା, ଜଟିଳତା ଜାଣିବା ଏହି ଶିବିରର  ଲକ୍ଷ୍ୟ । ସେହିପରି ଏଣ୍ଡୋକ୍ରାଇନୋଲୋଜି  ବିଶେଷଜ୍ଞ ଡା. ଜୀବନ ପ୍ରଧାନ କହିଛନ୍ତି  ଯେ- କେବଳ ସମ୍‌ ମଲ୍ଟି ସ୍ପେସିଆଲିଟି  ହସପିଟାଲରେ ଗୋଟିଏ ଛାତ ତଳେ  ସମସ୍ତ ପରୀକ୍ଷା ଓ ଚିକିତ୍ସା ମିଳିପାରୁଛି ।  ଚକ୍ଷୁ ଚିକିତ୍ସା ବିଭାଗ ବିଶେଷଜ୍ଞ ଡା.ସ୍ନିଗ୍ଧା  ରୋଗୀଙ୍କ ରେଟିନୋପ୍ୟାଥି ପରୀକ୍ଷା  କରିଥିଲେ । ହସ୍‌ପିଟାଲର ସମସ୍ତ  କର୍ମଚାରୀ ଶିବିରକୁ ସୂଚାରୁ ରୂପେ  ପରିଚାଳନା କରିଥିଲେ ।

You Can Read :

ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା, କଟକ ସହରକୁ ରେଡ୍ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ