ପାକିସ୍ତାନ: ଇମ୍ରାନ ଖାନ ସମର୍ଥକ ସ୍ୱାଧୀନ ପ୍ରାର୍ଥୀଙ୍କ ଏବେ ବିକଳ୍ପ କ’ଣ?

ଇସ୍ଲାମାବାଦ ୯।୨: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ନିର୍ବାଚନ ଫଳାଫଳ ଅନୁସାରେ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜୟୀ ନେତାଙ୍କ ମଧ୍ୟରେ ଅନେକଙ୍କୁ ଇମ୍ରାନ ଖାନଙ୍କ ପାର୍ଟି ତହରିକ-ଏ-ଇନସାଫ (ପିଟିଆଇ)ର ସମର୍ଥନ ରହିଛି। ଏପର୍ଯ୍ୟନ୍ତ ପାଖାପାଖି ୮୬ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ନ୍ୟାସନାଲ ଆସେମ୍ୱ୍ଲି( ପାକିସ୍ତାନ ସଂସଦ)ର ଆସନ ଜିତିଛନ୍ତି। ଯେଉଁମାନଙ୍କ ମଧ୍ୟରେ ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୌହର ଅଲୀ ଖାନ, ବରିଷ୍ଠ ଉପାଧ୍ୟକ୍ଷ ଲତିଫ ଖୋସା ଓ ପୂର୍ବତନ ନ୍ୟାସନାଲ ଆସେମ୍ବ୍ଲି ସ୍ପିକର ଅସଦ କୈସର ମଧ୍ୟ ବିଜୟୀ ହୋଇଛନ୍ତି। ଏହା ଛଡା ପିଟିଆଇ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ଖୈବର ପକ୍ତୁନଖ୍ୱା ବିଧାନସଭାରେ ବହୁମତ ହାସଲ କରିଥିବାର ମଧ୍ୟ ଦେଖାଯାଉଛି। ଏଠାରେ ଏହା ଉଲ୍ଲେଖ ମଧ୍ୟ ଜରୁରୀ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ପାର୍ଟିର ନିର୍ବାଚନକୁ ରଦ୍ଦ କରି ତାଙ୍କ ନିର୍ବାଚନ ତିହ୍ନ ଛଡେଇ ନେଇଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉପଯୁକ୍ତ କହିଥିଲେ। ଏହି କାରଣରୁ ପିଟିଆଇର ପ୍ରାର୍ଥୀମାନେ ପାର୍ଟି ଚିହ୍ନରେ ନ ଲଢି ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ। ନିର୍ବାଚନ ଆଇନର ଉଦାହରଣ ଦେଇ ବିଶ୍ଲେଷକ କହିଛନ୍ତି ଯେ ସ୍ୱାଧୀନ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଆଇନତଃ କୌଣସି ରାଜନୈତିକ ଦଳକୁ ଯିବାର ଆବଶ୍ୟକତା ନାହିଁ। 

ପାକିସ୍ତାନ: ଇମ୍ରାନ ଖାନ ସମର୍ଥକ ସ୍ୱାଧୀନ ପ୍ରାର୍ଥୀଙ୍କ ଏବେ ବିକଳ୍ପ କ’ଣ?

ଇସ୍ଲାମାବାଦ ୯।୨: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ନିର୍ବାଚନ ଫଳାଫଳ ଅନୁସାରେ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜୟୀ ନେତାଙ୍କ ମଧ୍ୟରେ ଅନେକଙ୍କୁ ଇମ୍ରାନ ଖାନଙ୍କ ପାର୍ଟି ତହରିକ-ଏ-ଇନସାଫ (ପିଟିଆଇ)ର ସମର୍ଥନ ରହିଛି। ଏପର୍ଯ୍ୟନ୍ତ ପାଖାପାଖି ୮୬ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ନ୍ୟାସନାଲ ଆସେମ୍ୱ୍ଲି( ପାକିସ୍ତାନ ସଂସଦ)ର ଆସନ ଜିତିଛନ୍ତି। ଯେଉଁମାନଙ୍କ ମଧ୍ୟରେ ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୌହର ଅଲୀ ଖାନ, ବରିଷ୍ଠ ଉପାଧ୍ୟକ୍ଷ ଲତିଫ ଖୋସା ଓ ପୂର୍ବତନ ନ୍ୟାସନାଲ ଆସେମ୍ବ୍ଲି ସ୍ପିକର ଅସଦ କୈସର ମଧ୍ୟ ବିଜୟୀ ହୋଇଛନ୍ତି।

ଏହା ଛଡା ପିଟିଆଇ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ଖୈବର ପକ୍ତୁନଖ୍ୱା ବିଧାନସଭାରେ ବହୁମତ ହାସଲ କରିଥିବାର ମଧ୍ୟ ଦେଖାଯାଉଛି। ଏଠାରେ ଏହା ଉଲ୍ଲେଖ ମଧ୍ୟ ଜରୁରୀ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ପାର୍ଟିର ନିର୍ବାଚନକୁ ରଦ୍ଦ କରି ତାଙ୍କ ନିର୍ବାଚନ ତିହ୍ନ ଛଡେଇ ନେଇଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉପଯୁକ୍ତ କହିଥିଲେ। ଏହି କାରଣରୁ ପିଟିଆଇର ପ୍ରାର୍ଥୀମାନେ ପାର୍ଟି ଚିହ୍ନରେ ନ ଲଢି ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ।

ନିର୍ବାଚନ ଆଇନର ଉଦାହରଣ ଦେଇ ବିଶ୍ଲେଷକ କହିଛନ୍ତି ଯେ ସ୍ୱାଧୀନ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଆଇନତଃ କୌଣସି ରାଜନୈତିକ ଦଳକୁ ଯିବାର ଆବଶ୍ୟକତା ନାହିଁ।  ଅର୍ଥାତ ସେମାନେ ଚାହିଁଲେ ଜାତୀୟ ଅଥବା ପ୍ରାନ୍ତିୟ ବିଧାନସଭାରେ ନିର୍ଦ୍ଦଳୀୟ ରହି ପାରନ୍ତି। ତେବେ ପ୍ରାୟତଃ ସେମାନଙ୍କଠୁ କୌଣସି ରାଜନୈତିକ ଦଳରେ ସାମିଲ ହେବାର ଆଶା ରଖାଯାଇଥାଏ। ତେବେ ସେମାନେ କୌଣସି ପାର୍ଟିକୁ ସମର୍ଥନ କରିବେ କି ନିର୍ଦ୍ଦଳୀୟ ରହିବେ ସେ ନେଇ ନିଷ୍ପତ୍ତି ନେବାକୁ ନିର୍ବାଚନ ଫଳାଫଳ ଆସିବାର ୩ଦିନ ସମୟ ମିଳିଥାଏ।

ଏଥିରେ ନିର୍ବାଚନ ସମୀକ୍ଷକ ରଫିଉଲ୍ଲା କକଡ କହନ୍ତି ପାକିସ୍ତାନ ତେହରିକ-ଏ-ଇନସାଫ ଏବେ ଆଉ ସକ୍ରିୟ ନାହିଁ। ଏଣୁ ନିର୍ଦ୍ଦଳୀୟ ଜିତିଥିବା ସାଂସଦଙ୍କୁ କେଉଁପାର୍ଟିରେ ସାମିଲେ ହେବେ ସେ ନେଇ ନିଷ୍ପତ୍ତି ନେବା କଷ୍ଟକର ହେବ। ନିର୍ବାଚନ ପୂର୍ବରୁ ପିଟିଆଇ ନେତାମାନେ ସଂକେତ ଦେଇଥିଲେ ଯେ ନିର୍ବାଚନର ଫଳାଫଳ ଦେଖି ସେମାନେ କୌଣସି ରାଜନୈତିକ ପାର୍ଟିରେ ସାମିଲ ହୋଇ ପାରନ୍ତି। ତେବେ ଖୈବର ପକ୍ତୁନଖ୍ୱାରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ଆଶ୍ଚର୍ଯ୍ୟଜନକ ବିଜୟ ପରେ ସେମାନଙ୍କୁ ଦୁଇ ପ୍ରମୁଖ ଦଳରେ ସାମିଲ ହେବାକୁ ପ୍ରସ୍ତାବ ମିଳୁଛି।

ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ସେମାନଙ୍କୁ ପିପିପିରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ପାକିସ୍ତାନ ମୁସ୍ଲିମ ଲିଗ୍-ଏନ ମଧ୍ୟ ସ୍ୱାଧୀନ ନିର୍ବାଚିତ ସାଂସଦଙ୍କୁ ଦଳରେ ନେବାରେ କୌଣସି ଅସୁବିଧା ନାହିଁ ବୋଲି ଘୋଷଣା କରିଛି। ଏହି ପ୍ରସଙ୍ଗରେ ରଫିଉଲ୍ଲା କକଡ କହିଛନ୍ତି ଯେ ନିର୍ଦ୍ଦଳୀୟଙ୍କୁ ପିଟିଆଇରେ ସାମିଲ ହେବାକୁ ଅନୁମତି ଦିଆଯିବା ଦରକାର। ନଚେତ ସେମାନେ ଚାହିଲେ ପିପିପି ଅଥବା କୌଣସି କ୍ଷୁଦ୍ର ଦଳ ସହିତ ସରକାରୀ ମେଣ୍ଟ କରିପାରନ୍ତି।

ଏଥିରେ ନିର୍ଦ୍ଦଳୀୟ ନିର୍ବାଚିତ ସାଂସଦ ତାଙ୍କର ପ୍ରଧାନମନ୍ତ୍ରୀ ବାଛି ପାରିବେ କି ବୋଲି ପ୍ରଶ୍ନ କରାଯିବାରେ ସେମାନେ ଏପରି କରିପାରନ୍ତି ବୋଲି ରଫିଉଲ୍ଲା କକଡ କହିଛନ୍ତି। ସେ କହିଛନ୍ତି ଯେ ୨୬୬ ସଦସୀୟ ନ୍ୟାସନାଲ ଆସେମ୍ବ୍ଲିରେ ଯଦି ସେମାନଙ୍କର ୧୩୪ଟି ସିଟ୍  ନେଇ ଆସନ୍ତି ତେବେ ସେମାନେ ନିଜର ପ୍ରଧାନମନ୍ତ୍ରୀ ଚୟନ କରିପାରିବେ। ତେବେ ନିର୍ଦ୍ଦଳୀୟ ସାଂସଦଙ୍କ ଦ୍ୱାରା ସେମାନଙ୍କ ନେତା ଚୟନ ବ୍ୟବହାରିକ ନୁହେଁ। ହେଲେ ଆଇନରେ ଏହା ଉପରେ କୌଣସି ରୋକ ନାହିଁ।

ସରକାର ଗଢିବା ନେଇ ଦାବି କଲେ ନୱାଜ ସରିଫ, କହିଲେ- PML-N ସବୁଠୁ ବଡ଼ ପାର୍ଟି

The post ପାକିସ୍ତାନ: ଇମ୍ରାନ ଖାନ ସମର୍ଥକ ସ୍ୱାଧୀନ ପ୍ରାର୍ଥୀଙ୍କ ଏବେ ବିକଳ୍ପ କ’ଣ? appeared first on Prameya News7.