ଦିଲ୍ଲୀ ବିମାନ ବନ୍ଦରକୁ ବୋମା ବିସ୍ପୋରଣରେ ଉଡାଇ ଦେବାକୁ ଧମକ ଦେଇଥିଲା ଏକ ୧୩ ବର୍ଷର ବାଳକ, ଜାଣନ୍ତୁ କହିଲା କ’ଣ?
ନୂଆଦିଲ୍ଲୀ ୨୩।୬: ଜୁନ ୧୮ରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)କୁ ଇ-ମେଲରେ ବୋମା ଧମକ ମାମଲାର ଯାଞ୍ଚରେ ପୋଲିସ ଏକ ୧୩ ବର୍ଷର ବାଳକକୁ ଧରିଛି। ଏ ସମ୍ପର୍କରେ ସୂଚନା ଦେଇ ଆଇଜିଆଇଏ ଡିସିପି ଉଷା ରଙ୍ଗନାନୀ କହିଛନ୍ତି ଯେ ବାଳକ କିଛିଦିନ ପୂର୍ବେ ବୋମାର ମିଥ୍ୟା ସୂଚନା ଦେଇ ଫୋନ କରିଥିବା ଜଣେ ଅନ୍ୟ କିଶୋର ଦ୍ୱାରା ପ୍ରଭାବିତ ହୋଇ ଏପରି କରିଛି। ରଙ୍ଗନାନୀ କହିଛନ୍ତି ଯେ ଏହି ଘଟଣା ୧୮ ଜୁନ ମଙ୍ଗଳବାର ହୋଇଥିଲା। ଯେତେବେଳେ ଦୁବାଇ ଯାଉଥିବା ବିମାନରେ ବୋମା ରଖାଯାଇଥିବା ନେଇ ଧମକ୍ ସମ୍ପର୍କରେ ଏକ ଅଭିଯୋଗ ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା ଓ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ସେତେବେଳେ ମାମଲାର ଜଟିଳତାକୁ ଦେଖି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ଏମାର୍ଜେନ୍ସୀ ଜାରି ହୋଇଥିଲା। ତେବେ ଯାଞ୍ଚ କାଳରେ ସୂଚନା ମିଥ୍ୟା ସାବ୍ୟସ୍ତ ହୋଇଥିଲା। ତଦନ୍ତକାଳରେ ଯେଉଁ ଇ-ମେଲ ଆକାଉଣ୍ଟରୁ ମେଲ ଆସିଥିଲା ଏହାର ଆଇଡି ହକ୍ସ କଲ ପୂର୍ବରୁ ସୃଷ୍ଟି କରାଯାଇଥିବା ଓ ଥ୍ରେଟ୍ ମେଲ ପରେ ଏହି ଇ-ମେଲ ଆଇଡିକୁ ତୁରନ୍ତ ଡିଲିଟ କରିଦିଆଯାଇଥିବା ଜଣାପଡିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ଜରିଆରେ ଇ-ମେଲ ପଠାଇଥିବା ବ୍ୟକ୍ତିର ଲୋକେସନ ଉତ୍ତରାଖଣ୍ଡର ପିଥୋରାଗଡରେ ଠାବ ହୋଇଥିଲା। ଏହା ପରେ ପୋଲିସ ଟିମ୍କୁ ପିଥୋରାଗଡ ପଠାଯାଇଥିଲା। ଟିମ୍ ପିଥୋରାଗଡରେ ପହଞ୍ଚିବା ପରେ ହକ୍ସ ବମ ଇ-ମେଲ କରିଥିବା ବ୍ୟକ୍ତ
ନୂଆଦିଲ୍ଲୀ ୨୩।୬: ଜୁନ ୧୮ରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)କୁ ଇ-ମେଲରେ ବୋମା ଧମକ ମାମଲାର ଯାଞ୍ଚରେ ପୋଲିସ ଏକ ୧୩ ବର୍ଷର ବାଳକକୁ ଧରିଛି। ଏ ସମ୍ପର୍କରେ ସୂଚନା ଦେଇ ଆଇଜିଆଇଏ ଡିସିପି ଉଷା ରଙ୍ଗନାନୀ କହିଛନ୍ତି ଯେ ବାଳକ କିଛିଦିନ ପୂର୍ବେ ବୋମାର ମିଥ୍ୟା ସୂଚନା ଦେଇ ଫୋନ କରିଥିବା ଜଣେ ଅନ୍ୟ କିଶୋର ଦ୍ୱାରା ପ୍ରଭାବିତ ହୋଇ ଏପରି କରିଛି।
ରଙ୍ଗନାନୀ କହିଛନ୍ତି ଯେ ଏହି ଘଟଣା ୧୮ ଜୁନ ମଙ୍ଗଳବାର ହୋଇଥିଲା। ଯେତେବେଳେ ଦୁବାଇ ଯାଉଥିବା ବିମାନରେ ବୋମା ରଖାଯାଇଥିବା ନେଇ ଧମକ୍ ସମ୍ପର୍କରେ ଏକ ଅଭିଯୋଗ ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା ଓ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ସେତେବେଳେ ମାମଲାର ଜଟିଳତାକୁ ଦେଖି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ଏମାର୍ଜେନ୍ସୀ ଜାରି ହୋଇଥିଲା। ତେବେ ଯାଞ୍ଚ କାଳରେ ସୂଚନା ମିଥ୍ୟା ସାବ୍ୟସ୍ତ ହୋଇଥିଲା।
ତଦନ୍ତକାଳରେ ଯେଉଁ ଇ-ମେଲ ଆକାଉଣ୍ଟରୁ ମେଲ ଆସିଥିଲା ଏହାର ଆଇଡି ହକ୍ସ କଲ ପୂର୍ବରୁ ସୃଷ୍ଟି କରାଯାଇଥିବା ଓ ଥ୍ରେଟ୍ ମେଲ ପରେ ଏହି ଇ-ମେଲ ଆଇଡିକୁ ତୁରନ୍ତ ଡିଲିଟ କରିଦିଆଯାଇଥିବା ଜଣାପଡିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ଜରିଆରେ ଇ-ମେଲ ପଠାଇଥିବା ବ୍ୟକ୍ତିର ଲୋକେସନ ଉତ୍ତରାଖଣ୍ଡର ପିଥୋରାଗଡରେ ଠାବ ହୋଇଥିଲା। ଏହା ପରେ ପୋଲିସ ଟିମ୍କୁ ପିଥୋରାଗଡ ପଠାଯାଇଥିଲା। ଟିମ୍ ପିଥୋରାଗଡରେ ପହଞ୍ଚିବା ପରେ ହକ୍ସ ବମ ଇ-ମେଲ କରିଥିବା ବ୍ୟକ୍ତି ଏକ ବାଳକ ବୋଲି ଜାଣିବାକୁ ପାଇଥିଲା। ବାଳକୁ ଅଟକ ରଖି ପଚରା ଉଚରା କରିବା ବେଳେ ସେ ଧମକପୂର୍ଣ୍ଣ ଇ-ମେଲ କରିଥିବା କଥା ସ୍ୱୀକାର କରିଛି।
ପଚରା ଉଚରାରେ ପାଠ ପଢା ପାଇଁ ତା ଅଭିଭାବକ ତାକୁ ଏକ ମୋବାଇଲ ଫୋନ ଦେଇଥିବା କଥା ବାଳକ କହିଥିଲା। ଯେଉଁଥିରୁ ସେ ଇ-ମେଲ ପଠାଇବା ସହ ପରେ ଆଇଡି ଡିଲିଟ କରିଦେଇଥିବା କହିଛି। ଏ ନେଇ ବାଳକ ତା ମାତାପିତାଙ୍କୁ ସୂଚନା ଦେଇ ନଥିଲା କାରଣ ସେ ଘଟଣାରେ ଡରି ଯାଇଥିଲା। ପିଥୋରାଗଡରୁ ଧରାପଡିଥିବା ବାଳକର ମୋବାଇଲ ଫୋନ ଜବତ କରାଯାଇଛି ଓ ବାଳକକୁ ତା ପିତାମାତାଙ୍କ ଜିମା ଦିଆଯାଇଥିବା ଡିସିପି ରଙ୍ଗନାନୀ କହିଛନ୍ତି।