ଓ୍ୱାଙ୍ଖଡେରେ ନାଚିଲେ ରୋହିତ-କୋହଲି, ସେପଟେ ଟ୍ରଫିର ଅଳିଆ ସଫାକଲେ ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ ୦୫/୦୭: ବିଶ୍ୱ ଚାମ୍ପିଅନ୍‌ଙ୍କ ଝଲକ ଦେଖିବା ପାଇଁ ଆଜି ୱାଙ୍ଖଡେ ଷ୍ଟାଡିୟମର ଗ୍ୟାଲେରୀ ଦର୍ଶକଙ୍କ ଭିଡ଼ରେ ଉଛୁଳି ପଡ଼ିଥିଲା । ଭାରତୀୟ ଖେଳାଳି ଗ୍ରାଉଣ୍ଡ୍‌ ଭିତରରେ ପ୍ରବେଶ କରିବା ପରେ ଦର୍ଶକମାନେ ଖୁସିରେ ପାଗଳ ହୋଇଯାଇଥିଲେ । ଗ୍ୟାଲେରୀରେ ଛିଡ଼ା ହୋଇ କରତାଳି ଦେଇ ସ୍ୱାଗତ କରିଥିଲେ ଏବଂ ‘ଚକ୍‌ ଦେ ଇଣ୍ଡିଆ’ ଧ୍ୱନିରେ ୱାଙ୍ଖଡ଼େ କମ୍ପି ଉଠିଥିଲା । Nothing beats watching them dance together ????????????????#MumbaiMeriJaan #MumbaiIndians pic.twitter.com/FOsEhaFpmv— Mumbai Indians (@mipaltan) July 4, 2024ଭାରତୀୟ ଖେଳାଳିମାନେ ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ଏହାପରେ ଦୁଇ ଷ୍ଟାର୍‌ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବାଉଣ୍ଡାରୀ ନିକଟରେ ପ୍ରଥମେ ନାଚିବା ଆରମ୍ଭ କରିଥିଲେ । ସାଥୀ ଖେଳାଳିମାନେ ମଧ୍ୟ ଯୋଗ ଦେବାକୁ ପଛାଇ ନଥିଲେ । ଖେଳାଳିଙ୍କ ନାଚ ଦେଖି ଦର୍ଶକମାନେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ।ସେପଟେ ବାର୍ବାଡସରୁ ଦୀର୍ଘ ଯାତ୍ରା ପରେ ଭାରତୀୟ ଦଳ ଟ୍ରଫି ସହ ଦିଲ୍ଲୀରେ ପହଞ୍ଚିଥିଲା । ଟ୍ରଫି ଧରି ସମସ୍ତେ ଫଟୋ ଉଠାଇଥିଲେ । ଏ ହାତରୁ ସେ ହାତକୁ ଯାଇ ଟ୍ରଫିର ଚମକ ମଳିନ ପଡ଼ିଥିଲା । ତେଣୁ ଦିଲ୍ଲୀରେ ଓହ୍ଲାଇବା ପରେ ଅଧିନାୟକ ରୋହିତ ଶର୍ମା ଟିସୁ କାଗଜରେ ଟ୍ରଫିକୁ ଭଲ ଭାବେ ସଫା କରିଥିଲେ । Rohit Sharma seems to have no plans of getting

ଓ୍ୱାଙ୍ଖଡେରେ ନାଚିଲେ ରୋହିତ-କୋହଲି, ସେପଟେ ଟ୍ରଫିର ଅଳିଆ ସଫାକଲେ ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ ୦୫/୦୭: ବିଶ୍ୱ ଚାମ୍ପିଅନ୍‌ଙ୍କ ଝଲକ ଦେଖିବା ପାଇଁ ଆଜି ୱାଙ୍ଖଡେ ଷ୍ଟାଡିୟମର ଗ୍ୟାଲେରୀ ଦର୍ଶକଙ୍କ ଭିଡ଼ରେ ଉଛୁଳି ପଡ଼ିଥିଲା । ଭାରତୀୟ ଖେଳାଳି ଗ୍ରାଉଣ୍ଡ୍‌ ଭିତରରେ ପ୍ରବେଶ କରିବା ପରେ ଦର୍ଶକମାନେ ଖୁସିରେ ପାଗଳ ହୋଇଯାଇଥିଲେ । ଗ୍ୟାଲେରୀରେ ଛିଡ଼ା ହୋଇ କରତାଳି ଦେଇ ସ୍ୱାଗତ କରିଥିଲେ ଏବଂ ‘ଚକ୍‌ ଦେ ଇଣ୍ଡିଆ’ ଧ୍ୱନିରେ ୱାଙ୍ଖଡ଼େ କମ୍ପି ଉଠିଥିଲା । 

ଭାରତୀୟ ଖେଳାଳିମାନେ ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ଏହାପରେ ଦୁଇ ଷ୍ଟାର୍‌ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବାଉଣ୍ଡାରୀ ନିକଟରେ ପ୍ରଥମେ ନାଚିବା ଆରମ୍ଭ କରିଥିଲେ । ସାଥୀ ଖେଳାଳିମାନେ ମଧ୍ୟ ଯୋଗ ଦେବାକୁ ପଛାଇ ନଥିଲେ । ଖେଳାଳିଙ୍କ ନାଚ ଦେଖି ଦର୍ଶକମାନେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ।

ସେପଟେ ବାର୍ବାଡସରୁ ଦୀର୍ଘ ଯାତ୍ରା ପରେ ଭାରତୀୟ ଦଳ ଟ୍ରଫି ସହ ଦିଲ୍ଲୀରେ ପହଞ୍ଚିଥିଲା । ଟ୍ରଫି ଧରି ସମସ୍ତେ ଫଟୋ ଉଠାଇଥିଲେ । ଏ ହାତରୁ ସେ ହାତକୁ ଯାଇ ଟ୍ରଫିର ଚମକ ମଳିନ ପଡ଼ିଥିଲା । ତେଣୁ ଦିଲ୍ଲୀରେ ଓହ୍ଲାଇବା ପରେ ଅଧିନାୟକ ରୋହିତ ଶର୍ମା ଟିସୁ କାଗଜରେ ଟ୍ରଫିକୁ ଭଲ ଭାବେ ସଫା କରିଥିଲେ । 

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିନାୟକଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଗତ ଦିନିକିଆ ବିଶ୍ୱକପ୍‌ ଜିତିବା ପରେ ଅଷ୍ଟ୍ରେଲିଆର ଜଣେ ଖେଳାଳି ଟ୍ରଫି ଉପରେ ଗୋଡ଼ ରଖି ବସିଥିଲେ । ଯାହାକୁ କ୍ରିକେଟ୍‌ପ୍ରେମୀ କଡ଼ା ନିନ୍ଦା କରିଥିଲେ ।