ଆଇସ୍‌କ୍ରିମ ବି ନକଲି, ବିନା ଲାଇସେନ୍ସ ରେ ଖାଦ୍ୟ ସୁରକ୍ଷା ମାନ ଉଲଂଘନ କରି ଚାଲିଥିଲା ତିଆରି

ପାରାଦୀପ ୮।୮: ଛୋଟ ପିଲାମାନଙ୍କ ପସନ୍ଦର ଖାଦ୍ୟ ଭାବେ ପରିଚିତ ଆଇସ୍‌କ୍ରିମ ବି ନକଲି । ବିନା ଲାଇସେନ୍ସ ରେ ଆବଶ୍ୟକୀୟ ଖାଦ୍ୟ ସୁରକ୍ଷାର ମାନକୁ ଉଲଂଘନ କରି ଚାଲିଥିଲା ଆଇସ୍‌କ୍ରିମ ତିଆରି । ଦୀର୍ଘ ଦିନ ଧରି ଏହା ଅମୁଲ ଭିଟା ନାମରେ ବିକ୍ରି ହେଉଥିଲା ବନ୍ଦର ନଗରୀ ପାରାଦୀପ ଓ ଏହାର ଆଖପାଖ ଅଂଚଳରେ । ବୁଧବାର ପାରାଦୀପ ଫୁଡ ସେଫ୍ଟି ବିଭାଗ ପକ୍ଷରୁ ଚଢାଉ କରାଯିବା ସହିତ, ଏହି କାରଖାନାକୁ ବନ୍ଦ କରାଯାଇଛି । ପାରାଦୀପର ଉଦୟବଟ କଲୋନୀ ଭିତରେ ଏକ ଘରେ ଏହି ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଚାଲିଥିବା ଫୁଡ ସେଫ୍ଟି ଅଧିକାରୀ ପ୍ରକାଶ କରିଛନ୍ତି । ଆଇସ୍‌କ୍ରିମରେ ଆଇସ୍‌କ୍ରିମ ତିଆରିର ତାରିଖ, ଏକ୍ସପାଏରୀ ଡେଟ୍ କିମ୍ବା ବ୍ୟାଚ ନମ୍ବର ନଥିବା ବେଳେ ଏହି ଆଇସ୍‌କ୍ରିମକୁ ଛୋଟ ପିଲା ଖାଇଲେ ବିଭିନ୍ନ ରୋଗରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ରାତିରେ ଚଢାଉ କରି ଏହି ଫ୍ୟାକ୍ଟ୍ରିକୁ ବନ୍ଦ କରାଯାଇଥିବା ବେଳେ ଏହାର ସାମ୍ପୁଲ ମଧ୍ଯ ପରୀକ୍ଷା ପାଇଁ ପଠାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।You Can Read:ନୀଳଗିରି ବ୍ଲକ୍‌ରେ ଭିଜିଲାନ୍ସ ଚଢ଼ାଉ, ଫାଇଲ ମଗାଇ ଖୋଳତାଡ଼ କରୁଛନ୍ତି ଅଧିକାରୀ

ଆଇସ୍‌କ୍ରିମ ବି ନକଲି, ବିନା ଲାଇସେନ୍ସ ରେ ଖାଦ୍ୟ ସୁରକ୍ଷା ମାନ ଉଲଂଘନ କରି ଚାଲିଥିଲା ତିଆରି

ପାରାଦୀପ ୮: ଛୋଟ ପିଲାମାନଙ୍କ ପସନ୍ଦର ଖାଦ୍ୟ ଭାବେ ପରିଚିତ ଆଇସ୍‌କ୍ରିମ ବି ନକଲି । ବିନା ଲାଇସେନ୍ସ ରେ ଆବଶ୍ୟକୀୟ ଖାଦ୍ୟ ସୁରକ୍ଷାର ମାନକୁ ଉଲଂଘନ କରି ଚାଲିଥିଲା ଆଇସ୍‌କ୍ରିମ ତିଆରି । ଦୀର୍ଘ ଦିନ ଧରି ଏହା ଅମୁଲ ଭିଟା ନାମରେ ବିକ୍ରି ହେଉଥିଲା ବନ୍ଦର ନଗରୀ ପାରାଦୀପ ଓ ଏହାର ଆଖପାଖ ଅଂଚଳରେ । 

ବୁଧବାର ପାରାଦୀପ ଫୁଡ ସେଫ୍ଟି ବିଭାଗ ପକ୍ଷରୁ ଚଢାଉ କରାଯିବା ସହିତ, ଏହି କାରଖାନାକୁ ବନ୍ଦ କରାଯାଇଛି । ପାରାଦୀପର ଉଦୟବଟ କଲୋନୀ ଭିତରେ ଏକ ଘରେ ଏହି ଆଇସ୍‌କ୍ରିମ ଫ୍ୟାକ୍ଟ୍ରି ଚାଲିଥିବା ଫୁଡ ସେଫ୍ଟି ଅଧିକାରୀ ପ୍ରକାଶ କରିଛନ୍ତି । ଆଇସ୍‌କ୍ରିମରେ ଆଇସ୍‌କ୍ରିମ ତିଆରିର ତାରିଖ, ଏକ୍ସପାଏରୀ ଡେଟ୍ କିମ୍ବା ବ୍ୟାଚ ନମ୍ବର ନଥିବା ବେଳେ ଏହି ଆଇସ୍‌କ୍ରିମକୁ ଛୋଟ ପିଲା ଖାଇଲେ ବିଭିନ୍ନ ରୋଗରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ରାତିରେ ଚଢାଉ କରି ଏହି ଫ୍ୟାକ୍ଟ୍ରିକୁ ବନ୍ଦ କରାଯାଇଥିବା ବେଳେ ଏହାର ସାମ୍ପୁଲ ମଧ୍ଯ ପରୀକ୍ଷା ପାଇଁ ପଠାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ନୀଳଗିରି ବ୍ଲକ୍‌ରେ ଭିଜିଲାନ୍ସ ଚଢ଼ାଉ, ଫାଇଲ ମଗାଇ ଖୋଳତାଡ଼ କରୁଛନ୍ତି ଅଧିକାରୀ