କାଠୁଆ ହମଲାର ଖୋଲିଲା ସଙ୍ଗୀନ ଗୁମର; ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ !

ଶ୍ରୀନଗର: ଜମ୍ମୁ-କାଶ୍ମୀର କାଠୁଆରେ ହୋଇଥିବା ହମଲାରେ ଖୋଲୁଛି ଗୁମର । ଆତଙ୍କୀ ଆକ୍ରମଣରେ ପାକିସ୍ତାନୀ ଅତଙ୍କୀଙ୍କ ଲିଙ୍କ୍ ରହିଥିବା ସୂଚନା । ସ୍ଥାନୀୟ ଗାଇଡ୍‌ଙ୍କ ସାହାଯ୍ୟ ନେଇ ଆତଙ୍କବାଦୀମାନେ ସେନା ଗାଡ଼ିକୁ ଟାର୍ଗେଟ୍ କରିଥିଲେ। ଏହି ଗ୍ରେନେଡ୍ ହମଲାରେ ୫ ଯବାନ ସହିଦ୍ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।  ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ପ୍ରଥମେ ସେନା ଗାଡ଼ି ଉପରେ ନଜର ରଖିଥିଲେ । ପରେ ପାହାଡ଼ ଉପରେ ରହି ଦୁଇ ପାର୍ଶ୍ବରେ ରହି ଅଖିବୁଜା ଗୁଳି ସହିତ ଗ୍ରେନେଡ୍ ମାଡ଼ି କରିଥିଲେ । ୫ ସପ୍ତାହ ପୂର୍ବରୁ ଇଣ୍ଟର ନ୍ୟାସନାଲ୍ ବୋର୍ଡରରେ ଆତଙ୍କବାଦୀମାନେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିଥିଲେ । ପରେ ଏମାନେ ଦୁଇ ଗ୍ରୁପରେ ଭାଗ ହୋଇ ଆତଙ୍କୀ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଗୋଟିଏ ଗ୍ରୁପ୍ ଡୋଡ଼ା ଏନକାଉଣ୍ଟରରେ ସଫା ହୋଇଛନ୍ତି । ମାତ୍ର ଦ୍ବିତୀୟ ଗ୍ରୁଫ୍ କାଠୁଆରେ ସେନା ଗାଡ଼ିକୁ ଟାର୍ଗେଟ୍ କରିଛନ୍ତି । ଏଥିପାଇଁ ଆତଙ୍କବାଦୀଙ୍କୁ ଲୋକାଲ୍ ଗାଇଡ୍ ସହଯୋଗ କରିଥିଲେ । ସୋମବାର ଅପରାହ୍ଣ ସାଢ଼େ ୩ଟା ବେଳେ ଆତଙ୍କବାଦୀମାନେ କାଠୁଆ ସହରଠୁ ପ୍ରାୟ ୧୫୦ କିଲୋମିଟର ଦୂର ଲୋହାଇ ମହ୍ଲାରକ ବାଦନୋଟା ଗାଁ ନିକଟସ୍ଥ ବଦନୋଟା ଗାଁରେ ସେନା ଟ୍ରକରୁ ଟାର୍ଗେଟ୍ କରିଥିଲେ । ସେନା ଗାଡ଼ିକୁ ଅଧିକ କ୍ଷତିଗ୍ରସ୍ତ କରିବା ଲାଗି ହାଇଟୋକ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ । ଗୋଳାବାରୁଦ ଛାଡି M4 କାର୍ବାଇନ୍ ରାଇଫଲ୍ ବ

କାଠୁଆ ହମଲାର ଖୋଲିଲା ସଙ୍ଗୀନ ଗୁମର; ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ !

ଶ୍ରୀନଗର: ଜମ୍ମୁ-କାଶ୍ମୀର କାଠୁଆରେ ହୋଇଥିବା ହମଲାରେ ଖୋଲୁଛି ଗୁମର । ଆତଙ୍କୀ ଆକ୍ରମଣରେ ପାକିସ୍ତାନୀ ଅତଙ୍କୀଙ୍କ ଲିଙ୍କ୍ ରହିଥିବା ସୂଚନା । ସ୍ଥାନୀୟ ଗାଇଡ୍‌ଙ୍କ ସାହାଯ୍ୟ ନେଇ ଆତଙ୍କବାଦୀମାନେ ସେନା ଗାଡ଼ିକୁ ଟାର୍ଗେଟ୍ କରିଥିଲେ। ଏହି ଗ୍ରେନେଡ୍ ହମଲାରେ ୫ ଯବାନ ସହିଦ୍ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।  

ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ପ୍ରଥମେ ସେନା ଗାଡ଼ି ଉପରେ ନଜର ରଖିଥିଲେ । ପରେ ପାହାଡ଼ ଉପରେ ରହି ଦୁଇ ପାର୍ଶ୍ବରେ ରହି ଅଖିବୁଜା ଗୁଳି ସହିତ ଗ୍ରେନେଡ୍ ମାଡ଼ି କରିଥିଲେ । ୫ ସପ୍ତାହ ପୂର୍ବରୁ ଇଣ୍ଟର ନ୍ୟାସନାଲ୍ ବୋର୍ଡରରେ ଆତଙ୍କବାଦୀମାନେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିଥିଲେ । ପରେ ଏମାନେ ଦୁଇ ଗ୍ରୁପରେ ଭାଗ ହୋଇ ଆତଙ୍କୀ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଗୋଟିଏ ଗ୍ରୁପ୍ ଡୋଡ଼ା ଏନକାଉଣ୍ଟରରେ ସଫା ହୋଇଛନ୍ତି । ମାତ୍ର ଦ୍ବିତୀୟ ଗ୍ରୁଫ୍ କାଠୁଆରେ ସେନା ଗାଡ଼ିକୁ ଟାର୍ଗେଟ୍ କରିଛନ୍ତି । ଏଥିପାଇଁ ଆତଙ୍କବାଦୀଙ୍କୁ ଲୋକାଲ୍ ଗାଇଡ୍ ସହଯୋଗ କରିଥିଲେ । 

ସୋମବାର ଅପରାହ୍ଣ ସାଢ଼େ ୩ଟା ବେଳେ ଆତଙ୍କବାଦୀମାନେ କାଠୁଆ ସହରଠୁ ପ୍ରାୟ ୧୫୦ କିଲୋମିଟର ଦୂର ଲୋହାଇ ମହ୍ଲାରକ ବାଦନୋଟା ଗାଁ ନିକଟସ୍ଥ ବଦନୋଟା ଗାଁରେ ସେନା ଟ୍ରକରୁ ଟାର୍ଗେଟ୍ କରିଥିଲେ । ସେନା ଗାଡ଼ିକୁ ଅଧିକ କ୍ଷତିଗ୍ରସ୍ତ କରିବା ଲାଗି ହାଇଟୋକ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ । ଗୋଳାବାରୁଦ ଛାଡି M4 କାର୍ବାଇନ୍ ରାଇଫଲ୍ ବ୍ୟବହାର ହୋଇଥିଲା । ଏହି ହମଲାରେ ଜଣେ ଜେସିଓ ସମେତ ୫ଜଣ ଯବାନ ସହିଦ୍ ହୋଇଛନ୍ତି । 

ଗତ ୨ ଦିନ ମଧ୍ୟରେ ଏହା ସେନା ଉପରେ ଦ୍ୱିତୀୟ ହମ୍‌ଲା । ରବିବାର ସକାଳେ ଆତଙ୍କବାଦୀମାନେ ରାଜୌରି ଜିଲ୍ଲାର ମାଞ୍ଜାକୋଟ୍‌ ଅଞ୍ଚଳରେ ଏକ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ସେଥିଯୋଗୁ ଜଣେ ଯବାନ ଆହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେଆତଙ୍କୀ ଜଙ୍ଗଲ ରାସ୍ତାରେ  ଫେରାର ହୋଇଯାଇଥିଲେ ।