ମହିଳାଙ୍କୁ ଘୃଣା କରନ୍ତି କୋହଲିଙ୍କୁ ଆଉଟ୍ କରିଥିବା ବୋଲର୍, ଜାଣନ୍ତୁ ତାଙ୍କ ବିଷୟରେ...

ନୂଆଦିଲ୍ଲୀ ୨୩।୦୬: ଶନିବାର ମୁହାଁମୁହିଁ ହୋଇଥିଲା ଭାରତ-ବାଂଲାଦେଶ । ଫର୍ମକୁ ଫେରିଥିଲେ କୋହଲି । କିନ୍ତୁ କୋହଲିଙ୍କୁ ନିଜ ବଲ୍ରେ ଶିକାର କରିଥିଲେ ବାଂଲାଦେଶର ଦ୍ରୁତ ବୋଲର । ତେବେ କିଏ ଏହି ବୋଲର୍ ? କାହିଁକି ଆସିଛନ୍ତି ଚର୍ଚ୍ଚାକୁ ? ଆସନ୍ତୁ ଜାଣିବା...ବାଂଲାଦେଶର ଦ୍ରୁତ ବୋଲର ହେଉଛନ୍ତି ତନଞ୍ଜିମ୍ ହସନ୍ ସାକିବ । ମ୍ୟାଚ୍ରେ କୋହଲିଙ୍କୁ ବୋଲ୍ଡ କରି କରିଥିଲେ ଆଉଟ୍ । କିନ୍ତୁ ଆଉଟ୍ କରିବା ପରେ ତନଞ୍ଜିମ୍ ରାଗରେ କୋହଲିଙ୍କୁ ଆଖି ଦେଖାଇଥିଲେ, ଆଉ କିଛି କମେଣ୍ଟ ମଧ୍ୟ କରିଥିଲେ । ଯାହାପରେ ସେ ଆସିଛନ୍ତି ଚର୍ଚ୍ଚାକୁ । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ସେ ଅନେକଥର ରହି ସାରିଛନ୍ତି ବିବାଦରେ । ଗତବର୍ଷ ହିଁ ତନଞ୍ଜିମ୍ ହସନ୍ ସାକିବ ଡେବ୍ୟୁ କରିଥିଲେ । କିନ୍ତୁ ଏହି ଖେଳାଳି ଅନେକ ବିବାଦ ଭିତର ରହି ଆସି ସାରିଛନ୍ତି । ମହିଳାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ୨୦୨୩ରେ ଅସୁବିଧାରେ ପଡିଥିଲେ ତନଞ୍ଜିମ୍ । ମହିଳାଙ୍କ ଚାକିରୀ କରିବାକୁ ସେ ଭୁଲ କହିଥିଲେ । ୨୧ ବର୍ଷିୟ ତନଞ୍ଜିମ୍ ହାସନ ସୋସିଆଲ ମିଡିଆରେ ଲେଖିଥିଲେ- ପତ୍ନୀ ଯଦି କାମ କରନ୍ତି ତେବେ ପରିବାର ଏବଂ ସମାଜ ନଷ୍ଟ ହୋଇଯାଏ । ତନଞ୍ଜିମ୍ ମହିଳାଙ୍କୁ ଘୃଣା କରୁଥିବା ବାଂଲାଦେଶରେ ହୋଇଥିଲା ଚର୍ଚ୍ଚା ।  ତେବେ ତନଞ୍ଜିମ୍ଙ୍କ ବିଷୟରେ କହିବାକୁ ଗଲେ ଏହି ୨୧ ବର୍ଷିୟ ପ୍ଲେୟର ବାଂଲାଦେଶର ସିଲହେଟରୁ ଆସିଛନ୍ତି । ସେ ବାଂଲାଦେଶ ପାଇଁ ୭ଟି OD

ମହିଳାଙ୍କୁ ଘୃଣା କରନ୍ତି କୋହଲିଙ୍କୁ ଆଉଟ୍ କରିଥିବା ବୋଲର୍, ଜାଣନ୍ତୁ ତାଙ୍କ ବିଷୟରେ...

ନୂଆଦିଲ୍ଲୀ ୨୩।୦୬: ଶନିବାର ମୁହାଁମୁହିଁ ହୋଇଥିଲା ଭାରତ-ବାଂଲାଦେଶ । ଫର୍ମକୁ ଫେରିଥିଲେ କୋହଲି । କିନ୍ତୁ କୋହଲିଙ୍କୁ ନିଜ ବଲ୍ରେ ଶିକାର କରିଥିଲେ ବାଂଲାଦେଶର ଦ୍ରୁତ ବୋଲର । ତେବେ କିଏ ଏହି ବୋଲର୍ ? କାହିଁକି ଆସିଛନ୍ତି ଚର୍ଚ୍ଚାକୁ ? ଆସନ୍ତୁ ଜାଣିବା...

ବାଂଲାଦେଶର ଦ୍ରୁତ ବୋଲର ହେଉଛନ୍ତି ତନଞ୍ଜିମ୍ ହସନ୍ ସାକିବ । ମ୍ୟାଚ୍ରେ କୋହଲିଙ୍କୁ ବୋଲ୍ଡ କରି କରିଥିଲେ ଆଉଟ୍ । କିନ୍ତୁ ଆଉଟ୍ କରିବା ପରେ ତନଞ୍ଜିମ୍ ରାଗରେ କୋହଲିଙ୍କୁ ଆଖି ଦେଖାଇଥିଲେ, ଆଉ କିଛି କମେଣ୍ଟ ମଧ୍ୟ କରିଥିଲେ । ଯାହାପରେ ସେ ଆସିଛନ୍ତି ଚର୍ଚ୍ଚାକୁ । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ସେ ଅନେକଥର ରହି ସାରିଛନ୍ତି ବିବାଦରେ । ଗତବର୍ଷ ହିଁ ତନଞ୍ଜିମ୍ ହସନ୍ ସାକିବ ଡେବ୍ୟୁ କରିଥିଲେ । 

କିନ୍ତୁ ଏହି ଖେଳାଳି ଅନେକ ବିବାଦ ଭିତର ରହି ଆସି ସାରିଛନ୍ତି । ମହିଳାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ୨୦୨୩ରେ ଅସୁବିଧାରେ ପଡିଥିଲେ ତନଞ୍ଜିମ୍ । ମହିଳାଙ୍କ ଚାକିରୀ କରିବାକୁ ସେ ଭୁଲ କହିଥିଲେ । ୨୧ ବର୍ଷିୟ ତନଞ୍ଜିମ୍ ହାସନ ସୋସିଆଲ ମିଡିଆରେ ଲେଖିଥିଲେ- ପତ୍ନୀ ଯଦି କାମ କରନ୍ତି ତେବେ ପରିବାର ଏବଂ ସମାଜ ନଷ୍ଟ ହୋଇଯାଏ । ତନଞ୍ଜିମ୍ ମହିଳାଙ୍କୁ ଘୃଣା କରୁଥିବା ବାଂଲାଦେଶରେ ହୋଇଥିଲା ଚର୍ଚ୍ଚା ।  

ତେବେ ତନଞ୍ଜିମ୍ଙ୍କ ବିଷୟରେ କହିବାକୁ ଗଲେ ଏହି ୨୧ ବର୍ଷିୟ ପ୍ଲେୟର ବାଂଲାଦେଶର ସିଲହେଟରୁ ଆସିଛନ୍ତି । ସେ ବାଂଲାଦେଶ ପାଇଁ ୭ଟି ODI ଏବଂ ୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୭ଟି ଦିନିକିଆରେ ୧୨ଟି ୱିକେଟ୍ ନେଇଥିବା ବେଳେ ୧୨ଟି ଟି-୨୦ ମ୍ୟାଚରେ ୧୫ଟି ୱିକେଟ୍ ନେଇଛନ୍ତି । ଡେବ୍ୟୁ ମ୍ୟାଚରେ ତନଞ୍ଜିମ୍ ରୋହିତଙ୍କ ୱିକେଟ୍ ନେଇଥିଲେ।

ତେବେ ଟି-୨୦ ବିଶ୍ୱକପରେ ତନଞ୍ଜିମ୍ ବହୁତ ଭଲ ଫର୍ମରେ ଅଛନ୍ତି । ଏହାପୂର୍ବରୁ ବିଶ୍ୱକପ ୨୦୨୪ରେ ସେ ଦକ୍ଷିଣ ଆଫ୍ରିକା ଏବଂ ନେପାଳ ବିପକ୍ଷ ମ୍ୟାଚରେ ସୃଷ୍ଟି କରିଥିଲେ ହଇଚଇ । ଟି-୨୦ ବିଶ୍ୱକପରେ ତନଞ୍ଜିମ୍ ହାସନ ଶାକିବ ଏପର୍ଯ୍ୟନ୍ତ ୧୧ଟି ୱିକେଟ୍ ନେଇଛନ୍ତି ।

 ଫଜଲ ହକ ଫାରୁକିଙ୍କ ପରେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଅଟନ୍ତି । ନେପାଳ ବିପକ୍ଷ ମ୍ୟାଚରେ ତନଞ୍ଜିମ୍ ହାସନ ସର୍ବାଧିକ ସଂଖ୍ୟକ ଡଟ୍ ବଲ ବୋଲିଂ ରେକର୍ଡ କରିଛନ୍ତି । ସେ ନିଜର ୪ ଓଭରରେ ୨୧ଟି ଡଟ୍ ବଲ ବୋଲିଂ କରିଛନ୍ତି । ଏହା ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ।