ରାଶିଫଳ: ରବିବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଯୁକ୍ତ ଯୋଗୁ କେତେକ କାମ କରିବାକୁ ବାଧ୍ୟହେବେ। ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ମନରେ ସାହାଯ୍ୟ ମନୋବୃତ୍ତି ଉଦ୍ରେକ କରିବେ। ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିପାରେ। ବୃଷ କର୍ମଭାବସ୍ଥ ରବି ଓ ବୁଧ ମିତ୍ର ଶନିଯୁକ୍ତ ହେତୁ ମନ ବୁଝିଲା ଭଳି କଥା କହି ଆକସ୍ମିକ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ। ପିଲାଙ୍କ […] The post ରାଶିଫଳ: ରବିବାର, ଫେବୃଆରୀ ୧୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଫେବୃଆରୀ ୧୬ ତାରିଖ – Daily Horoscope
ମେଷ
ଆଜିର ଚନ୍ଦ୍ର ପାପଗ୍ରହ କେତୁଯୁକ୍ତ ଯୋଗୁ କେତେକ କାମ କରିବାକୁ ବାଧ୍ୟହେବେ। ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ମନରେ ସାହାଯ୍ୟ ମନୋବୃତ୍ତି ଉଦ୍ରେକ କରିବେ। ଅଟକି ରହିଥିବା କାମ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିପାରେ।
ବୃଷ
ବୃଷ
କର୍ମଭାବସ୍ଥ ରବି ଓ ବୁଧ ମିତ୍ର ଶନିଯୁକ୍ତ ହେତୁ ମନ ବୁଝିଲା ଭଳି କଥା କହି ଆକସ୍ମିକ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ମନୋରଞ୍ଜନ, ବିଳାସପୂର୍ଣ୍ଣ ଦ୍ରବ୍ୟ ଲାଭର ଯୋଗ ରହିଛି। ତଥାପି ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ଭାଗ୍ୟସ୍ଥ ଗ୍ରହ ପ୍ରଭାବରେ ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ଅଭିବୃଦ୍ଧି, ଜମିଜମା, ବ୍ୟବସାୟରେ ଶୁଭଫଳ ମିଳିବ। ମକଦ୍ଦମା, ଆଲୋଚନା, ଗବେଷଣାରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେବ। ତଥାପି ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ନବମସ୍ଥ ବୃହସ୍ପତିଜନିତ କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ ଏବଂ ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭକରିବେ। କିନ୍ତୁ ଅଶ୍ଳେଷାର ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଚିନ୍ତାର୍ଥୀ କରାଇପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ବ୍ୟବସାୟ, ଯୋଗାଣ କାରବାରରେ ଉନ୍ନତି କରିବେ।
ସି˚ହ
ସି˚ହ
ରବି ସପ୍ତମାଧିପତିଙ୍କ କ୍ଷେତ୍ରରେ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ସୁଦ୍ଧା ଟେନ୍‌ସନ ଲାଗି ରହିବ। ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା ସହ ହାତ ଖାଲିରହିବାଜନିତ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ଆଲୋଚନାର ନିଷ୍ପତ୍ତି ସହ ନିବିଡ଼ ବନ୍ଧୁ ସମ୍ପର୍କ କର୍ମକ୍ଷେତ୍ରକୁ ନିରୁପଦ୍ରବ ରଖିବ। ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ପାଇବା ସୂଚନା ରହିଛି। ପରିବାରରେ ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ତୁଳା
ତୁଳା
ଉଚ୍ଚସ୍ଥ ଶୁକ୍ର ହେତୁ ମନ ପ୍ରଫୁଲ୍ଲ ରହିବ ଓ କର୍ମକ୍ଷେତ୍ରରେ ସ୍ଥଗିତ କାମ ସମ୍ପନ୍ନ କରିବାରେ ସଫଳ ହେବେ। ନିଜ ଲୋକମାନେ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁମିଳନ ଘଟିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଚତୁର୍ଥ ସ୍ଥାନରେ ଏକାଧିକ ପାପଗ୍ରହ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟ ଭଲ ରହିବ, କିନ୍ତୁ ପରିବାରରେ ମତାନ୍ତର ସମ୍ଭାବନା ରହିଛି। ଉଚ୍ଚସ୍ଥ ଶୁକ୍ରଜନିତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବ୍ୟବସାୟ ବଢ଼ାଇବାକୁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ସପ୍ତମସ୍ଥାନରୁ ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟିଜନିତ ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦାତ୍ମକ ସ୍ଥିତି ଉପତ୍ନ୍ନ କରିପାରେ। ଶିଳ୍ପ, ବ୍ୟବସାୟିକ ସ୍ଥିତି ଧିମା ଚାଲିବ। ବନ୍ଧୁଙ୍କୁ ସୁସ୍ଥ ମନରେ ବିଚାର ବିନା ସରଳ ବିଶ୍ୱାସକରି ହଇରାଣ ହେବେ। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ।
ମକର
ମକର
ଶନିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମସ୍ୟା ମନକୁ ଅସ୍ଥିର କରିବ। ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସୃଷ୍ଟି ହେବ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ପରିବାରରେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ଶୁଭ ପ୍ରଭାବରେ ସ୍ବାସ୍ଥ୍ୟକୁ ନିରାମୟ ରଖିବାରେ ସାହାଯ୍ୟ କରିବ। ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର କିଣିବା ପାଇଁ ମନ ବଳାଇପାରନ୍ତି। ସାମାଜିକ କ୍ଷେତ୍ର, ଲୋକସମ୍ପର୍କ କ୍ଷେତ୍ରରେ ମର୍ଯ୍ୟାଦା ବଢ଼ିବ। ଆର୍ଥିକ ସମସ୍ୟା, ମାମଲା, ଜମିଜମା ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍‌ବିଘ୍ନ ରହିପାରେ।
ମୀନମୀନ

ଆଜି ରାହୁଯୁକ୍ତ ଶୁକ୍ର ଯୋଗୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ଵଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।

The post ରାଶିଫଳ: ରବିବାର, ଫେବୃଆରୀ ୧୬ ତାରିଖ – Daily Horoscope appeared first on Dharitri Odia News.