ବିମାନରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ଲକ୍ଷ୍ନୌ: ଏୟାର ଇଣ୍ଡିଆ ବିମାନରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯାତ୍ରୀ ହେଉଛନ୍ତି ବିହାର ଗୋପାଳଗଞ୍ଜର ଆସିଫ୍‌ ଦୌଲା ଅନସାରୀ (୫୨)। ଅନସାରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରିଥିଲେ। ସକାଳ ୮ଟା ୧୦ ମିନିଟ୍‌ରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଅବତରଣ କରିବା ବେଳକୁ ଅନସାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ବିମାନର ଜଣେ ପରିଚାରିକା ଅନସାରୀଙ୍କ ଖାଇବା ଥାଳି ଉଠାଇବା ଲାଗି ତାଙ୍କ ନିକଟକୁ ଯାଇଥିବାବେଳେ ସେ […]

ବିମାନରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ଲକ୍ଷ୍ନୌ: ଏୟାର ଇଣ୍ଡିଆ ବିମାନରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯାତ୍ରୀ ହେଉଛନ୍ତି ବିହାର ଗୋପାଳଗଞ୍ଜର ଆସିଫ୍‌ ଦୌଲା ଅନସାରୀ (୫୨)। ଅନସାରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରିଥିଲେ। ସକାଳ ୮ଟା ୧୦ ମିନିଟ୍‌ରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଅବତରଣ କରିବା ବେଳକୁ ଅନସାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ବିମାନର ଜଣେ ପରିଚାରିକା ଅନସାରୀଙ୍କ ଖାଇବା ଥାଳି ଉଠାଇବା ଲାଗି ତାଙ୍କ ନିକଟକୁ ଯାଇଥିବାବେଳେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ତାଙ୍କ ନିକଟରେ ବସିଥିବା ଜଣେ ସହଯାତ୍ରୀ ଡାକ୍ତର ତାଙ୍କ ହୃଦ୍‌ସ୍ପନ୍ଦନ ଯାଞ୍ଚ କରିଥିଲେ। ମାତ୍ର ତାଙ୍କର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ବିମାନରେ ଅନସାରୀଙ୍କୁ ଖାଦ୍ୟ ଦିଆଯାଇଥିବାବେଳେ ସେ ଏହାକୁ ଛୁଇଁ ନଥିଲେ। ଏପରିକି ସେ ତାଙ୍କ ସିଟ୍ ବେଲ୍ଟ ମଧ୍ୟ ଖୋଲି ନଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହିତ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିମାନ କମ୍ପାନୀ ଓ ବିମାନବନ୍ଦର କର୍ତ୍ତୃପକ୍ଷ ମୃତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି। ବିମାନରେ ଅନସାରୀଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି କୁହାଯାଇ ନାହିଁ। କର୍ତ୍ତୃପକ୍ଷ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।