ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍ପିଙ୍କୁ ପାଛୋଟିନେଲେ
ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ବାଗତ କରି ପାଛୋଡି ନିଆଯାଇଥିଲା। ଶୋଭାଯାତ୍ରା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ତୃଣମୂଳସ୍ତରରେ ସାଧାରଣ ଗରିବ […] The post ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍ପିଙ୍କୁ ପାଛୋଟିନେଲେ appeared first on Dharitri Odia News.
ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ବାଗତ କରି ପାଛୋଡି ନିଆଯାଇଥିଲା। ଶୋଭାଯାତ୍ରା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା।
ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ତୃଣମୂଳସ୍ତରରେ ସାଧାରଣ ଗରିବ ଲୋକଟିଏ ଯେପରି ସରକାରଙ୍କ ସମସ୍ତ ସୁବିଧା ହାସଲ କରି ପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାଜପା ଜିଲା ସଭାପତି ଜଗନ୍ନାଥ ସାହୁ, ପୁର୍ବତନ ବିଧାୟକ ମନୋଜ ପ୍ରଧାନ, ପୁର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ଜିଲା ଓବିଶି ମୋର୍ଚ୍ଚା ସଭାପତି ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ନାରାୟଣ ପାତ୍ର, ଜିଲା ସାଧାରଣ ସମ୍ପାଦକ ଗୋବିନ୍ଦ ପ୍ରଧାନଙ୍କ ସମେତ ଦଳୀୟ କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
The post ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍ପିଙ୍କୁ ପାଛୋଟିନେଲେ appeared first on Dharitri Odia News.