ଲକ୍ଷ୍ମୀ ବସ୍‌ରୁ ହଟିଲା ଶଙ୍ଖ ଚିହ୍ନ

ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଲକ୍ଷ୍ମୀ ବସ୍‌ ସେବା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲାଗୁ କରିଥିଲେ ା ଏହି ବସ୍‌ଗୁଡିକ ଜିଲା ଓ ବ୍ଲକ୍‌ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଦୈନିକ ଯାତାୟାତ କରିବା ସହ ଯାତ୍ରୀଙ୍କ ଟିକଟ ମୂଲ୍ୟ ଏସିରେ ୧୦ ଓ ବିନା ଏସିରେ ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଫଳରେ ଛାତ୍ରୀଛାତ୍ର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକମାନେ ଜିଲା ଓ ବ୍ଲକ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ବସ୍‌ରେ […] The post ଲକ୍ଷ୍ମୀ ବସ୍‌ରୁ ହଟିଲା ଶଙ୍ଖ ଚିହ୍ନ appeared first on Dharitri Odia News.

ଲକ୍ଷ୍ମୀ ବସ୍‌ରୁ ହଟିଲା ଶଙ୍ଖ ଚିହ୍ନ

ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଲକ୍ଷ୍ମୀ ବସ୍‌ ସେବା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲାଗୁ କରିଥିଲେ ା ଏହି ବସ୍‌ଗୁଡିକ ଜିଲା ଓ ବ୍ଲକ୍‌ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଦୈନିକ ଯାତାୟାତ କରିବା ସହ ଯାତ୍ରୀଙ୍କ ଟିକଟ ମୂଲ୍ୟ ଏସିରେ ୧୦ ଓ ବିନା ଏସିରେ ୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ଫଳରେ ଛାତ୍ରୀଛାତ୍ର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକମାନେ ଜିଲା ଓ ବ୍ଲକ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ବସ୍‌ରେ ଯାତାୟାତ କରୁଥିଲେ। କିନ୍ତୁ ବସ୍‌ଗୁଡିକରେ ଯୋଡ଼ି ଶଙ୍ଖ ଚିହ୍ନ ସହ ମିଶନ ଶକ୍ତିର ଦୁଇଜଣ ମହିଳାଙ୍କ ଚିତ୍ର, ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲଗାଯାଇଥିଲା। ଚଳିତ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟ ପରେ ବସ୍‌ଗୁଡିକରୁ ଶଙ୍ଖ ଚିହ୍ନ ଏବଂ ମିଶନ ଶକ୍ତି ଚିହ୍ନ ଫଳକଗୁଡିକୁ ଉଠେଇ ଦିଆଯାଇଥିବା ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ବସ୍‌ କର୍ମଚାରୀଙ୍କୁ ପଚାରିବାରୁ ବସ୍‌ ପରିଚାଳନା ଦାୟିତ୍ୱରେ ଥିବା ମ୍ୟାନେଜରମାନଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଷ୍ଟିକରକୁ ଉଠାଇ ଦିଆଯାଇଛି। ଅପର ପକ୍ଷେ ମାଲକାନଗିରିରୁ ପୁରୀ ପାଇଁ ତୀର୍ଥଯାତ୍ରୀ ବସ୍‌ରେ ଲାଗିଥିବା ଶଙ୍ଖ ଚିହ୍ନକୁ ଉଠାଇ ଦିଆଯାଇଛି।

The post ଲକ୍ଷ୍ମୀ ବସ୍‌ରୁ ହଟିଲା ଶଙ୍ଖ ଚିହ୍ନ appeared first on Dharitri Odia News.