ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା

ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳର ନେତାମାନେ ବୁଧବାର ସଂସଦ କମ୍ପ୍ଲେକ୍ସରେ ମୋଦି ସରକାରଙ୍କ ବିରୋଧରେ ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ କହିଛନ୍ତି, ଏହି ସାଧାରଣ ବଜେଟରେ କେବଳ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଧ୍ୟାନ ଦିଆଯାଇଛି। ଏଥି ସହିତ ବିରୋଧୀ ଶାସିତ ରାଜ୍ୟଗୁଡିକ କିଛି ମିଳିନାହିଁ। ଏହି ପ୍ରଦର୍ଶନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଏସପି […] The post ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା appeared first on Dharitri Odia News.

ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା

ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳର ନେତାମାନେ ବୁଧବାର ସଂସଦ କମ୍ପ୍ଲେକ୍ସରେ ମୋଦି ସରକାରଙ୍କ ବିରୋଧରେ ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ କହିଛନ୍ତି, ଏହି ସାଧାରଣ ବଜେଟରେ କେବଳ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଧ୍ୟାନ ଦିଆଯାଇଛି। ଏଥି ସହିତ ବିରୋଧୀ ଶାସିତ ରାଜ୍ୟଗୁଡିକ କିଛି ମିଳିନାହିଁ। ଏହି ପ୍ରଦର୍ଶନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଏସପି ସଭାପତି ଅଖିଳେଶ ଯାଦବ, ଜୟ ବଚ୍ଚନଙ୍କ ସମେତ ବହୁ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ। ଏହି ସମୟ ମଧ୍ୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ସଂସଦ ପରିସରରେ ହସଖୁସି ଅନ୍ଦାଜ୍‌ରେ ନଜର ଆସିଥିଲେ। ଏତେ ବର୍ଷ ପରେ ହଠାତ୍‌ ଯେତେବେଳେ ଜୟା ବଚ୍ଚନ ଏବଂ ସୋନିଆ ଗାନ୍ଧୀ ସଂସଦ କମ୍ପ୍ଲେକ୍ସରେ ହସୁଥିବାର ଦେଖାଗଲା, ଅନେକ ରାଜନୈତିକ ପ୍ରେମୀ ପୁରୁଣା ସ୍ମୃତିରେ ହଜିଗଲେ।
ସୋନିଆ ଗାନ୍ଧୀ କ୍ୟାମ୍ପସରେ ପହଞ୍ଚିବା ମାତ୍ରେ କଂଗ୍ରେସ ନେତା ରାଜୀବ ଶୁକ୍ଲା ତାଙ୍କୁ ଅଭିବାଦନ ଜଣାଇଥିଲେ। ଟିଏମସି ଏମ୍‌ପି ଡେରେକ ଓ’ବ୍ରାଇନ ସୋନିଆ ଗାନ୍ଧୀଙ୍କ ସାମ୍ନାରେ ଛିଡା ହୋଇଥିଲେ। ସୋନିଆ ଗାନ୍ଧୀ ତାଙ୍କୁ ନମସ୍କାର କରିଥିଲେ। ଜୟା ବଚ୍ଚନ ଡେରେକ ଓ’ବ୍ରାଇନଙ୍କ ପାଖରେ ଠିଆ ହୋଇଥିଲେ। ସୋନିଆ ତାଙ୍କୁ ଚାହିଁ ହସିଲେ। ଡେରେକ ଓ’ବ୍ରାଇନ କିଛି କହିବା ମାତ୍ରେ ଉଭୟ ନେତା ହସିବାକୁ ଲାଗିଲେ। ତା’ପରେ ଜୟା ବଚ୍ଚନ ସୋନିଆ ଗାନ୍ଧୀଙ୍କୁ କିଛି କଥା କହିଥିଲେ। ଏହା ପରେ ଉଭୟ ନେତା ହସିବାକୁ ଲାଗିଲେ। ସୋନିଆ ଏବଂ ଜୟାଙ୍କ ମଧ୍ୟରେ କଥାବାର୍ତ୍ତା କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା। ସୋସିଆଲ ମିଡିଆରେ ସେମାନଙ୍କ ଭେଟାଭେଟିର ଭିଡିଓ ଭାଇରାଲ ହେଉଛି।
ଏକ ସମୟରେ ସୋନିଆଙ୍କ ସ୍ବାମୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ବନ୍ଧୁତ୍ୱ ଦୃଢ ଥିଲା। କିନ୍ତୁ ପରେ ଯେତେବେଳେ ସମୟ ବଦଳିଲା, ଏହି ସମ୍ପର୍କ ଦୁର୍ବଳ ହେଲା। ଏପରିକି କଥାବାର୍ତ୍ତା ବନ୍ଦ ହୋଇଗଲା। କିନ୍ତୁ ଆଜି ସଂସଦରେ ଏକ ପରିବର୍ତ୍ତିତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ସଂସଦ କମ୍ପ୍ଲେକ୍ସରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ଜୟା ବଚ୍ଚନ ହସୁଥିବା ଦେଖିବାକୁ ମିଳିଥିଲା।

The post ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା appeared first on Dharitri Odia News.