ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେହିଭଳି ଜିଓ ପ୍ଲାଟ୍‌ଫର୍ମସର ନେଟ୍‌ ଲାଭ ପୂର୍ବ ବର୍ଷ ସମାନ ତ୍ରୈୟମାସ ତୁଳନାରେ ୨୩.୪% ବୃଦ୍ଧି ନେଟ୍‌ ଲାଭ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଜିଓ […] The post ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି appeared first on Dharitri Odia News.

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେହିଭଳି ଜିଓ ପ୍ଲାଟ୍‌ଫର୍ମସର ନେଟ୍‌ ଲାଭ ପୂର୍ବ ବର୍ଷ ସମାନ ତ୍ରୈୟମାସ ତୁଳନାରେ ୨୩.୪% ବୃଦ୍ଧି ନେଟ୍‌ ଲାଭ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଜିଓ ପ୍ଲାଟ୍‌ଫର୍ମର ତ୍ରୈମାସିକ ମୋଟ ରାଜସ୍ବ ପୂର୍ବ ବଷର୍ର ସମାନ ଅବଧି ତୁଳନାରେ ୧୭.୭% ବୃଦ୍ଧି ପାଇ ୩୭,୧୧୯ କୋଟି ଟଙ୍କା ହୋଇଛି। ଏହି ତ୍ରୈୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୪.୨% ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି ୧୪.୮ କୋଟି ଗ୍ରାହକ ଜିଓ ୫ଜି ନେଟ୍‌ ୱର୍କ ଆପଣାଇବା ସହିତ ୫ଜି କ୍ଷେତ୍ରରେ ଜିଓ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ କରିଛି। ଏହି ତ୍ରୈୟମାସରେ ଜିଓ ନେଟ୍‌ୱର୍କରେ ଡାଟା ଟ୍ରାଫିକ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୪% ବୃଦ୍ଧି ପାଇ ୪୫ ବିଲିୟନ ଜିବି ହୋଇଥିବାବେଳେ ଭଏସ ଟ୍ରାଫିକ ୬.୪% ବୃଦ୍ଧି ସହିତ ୧.୪୨ ଟ୍ରିଲିୟନ ମିନିଟ ରହିଥିବା ଜଣାପଡିଛି। ଅପରପକ୍ଷରେ ୫ଜି ଏବଂ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ସହିତ ଗ୍ରାହକ ପ୍ରତି ମାସିକ ଡାଟା ବ୍ୟବହାର ୩୧ଜିବିକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ତ୍ରୈୟମାସରେ ଜିଓ ୨.୮ନିୟୁତରୁ ଉଦ୍ଧର୍‌ବ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ବିଶ୍ୱର ଦୁତତମ ଅଭିବୃଦ୍ଧିଶୀଳ ଫିକ୍ସଡ ୱେର୍‌ଲେସ ଅପରେଟର ହୋଇଛି। ଜିଓର ପ୍ରତି ଗ୍ରାହକ ପିଛା ମାସିକ ରାଜସ୍ବ ୧୯୫.୧ ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୨୫୮୦୨୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।ସେହିଭଳି ରିଲାଏନ୍ସ ରିଟେଲର ତ୍ରୈମାସିକ ମୋଟ ରାଜସ୍ବ ୭୬୩୦୨ କୋଟି ଟଙ୍କା ରହିଥିବାବେଳେ ତୈଳ, ରସାୟନ ଏବଂ ଉତ୍ତୋଳନ କ୍ଷେତ୍ରର ମୋଟ ରାଜସ୍ବ ପୂର୍ବ ବର୍ଷ ତୁଳନାରେ ୫.୧% ବୃଦ୍ଧି ପାଇ ୧୫,୫୫୮୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

The post ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି appeared first on Dharitri Odia News.