ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ ହୋଇଛି। ଏମିତିରେ ଶିବସେନା ନେତା ଏବଂ ଏମ୍‌ପି ସଞ୍ଜୟ ରାଉତ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ତାନାଶାହା ବୋଲି କହିବାକୁ ପଛାଇନାହାନ୍ତି। ପୁଣେରେ ଖବରଦାତାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଗତ ୧୦ ବର୍ଷ ଧରି ଜଣେ ନାନାଶାହା ଦେଶକୁ […] The post ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ appeared first on Dharitri Odia News.

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ ହୋଇଛି। ଏମିତିରେ ଶିବସେନା ନେତା ଏବଂ ଏମ୍‌ପି ସଞ୍ଜୟ ରାଉତ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ତାନାଶାହା ବୋଲି କହିବାକୁ ପଛାଇନାହାନ୍ତି।

ପୁଣେରେ ଖବରଦାତାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଗତ ୧୦ ବର୍ଷ ଧରି ଜଣେ ନାନାଶାହା ଦେଶକୁ ଚଳାଉଛନ୍ତି। ମୋଦିଙ୍କ ପ୍ରତି ବର୍ଷ ଜଣେ ନୂଆ ପ୍ରଧାନମନ୍ତ୍ରୀ ଦେଶ ଚଳାଇବା ବୟାନକୁ ନେଇ ସେ କହିଛନ୍ତି ଯେ ମେଣ୍ଟ ସରକାର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବା ତାନାଶାହାଙ୍କଠାରୁ ଢେରଗୁଣା ଭଲ। ଦେଶକୁ ଜଣେ ହୁକୁମଶାହା ଚଳାଉଛନ୍ତି। ଯିଏ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିଲେ ହେଁ ତାନାଶାହା ହୋଇଯାଇଛନ୍ତି।

ସେହିଭଳି ଆମେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିବୁ ତାହା ଆମର ଇଚ୍ଛା। ଆମେ ୨ ପ୍ରଧାନମନ୍ତ୍ରୀ କରୁ କିମ୍ବା ୪ ପ୍ରଧାନମନ୍ତ୍ରୀ, ଆମ ଇଚ୍ଛା। ଯାହାବି ହେଉନା କାହିଁକି ଏହି ଦେଶକୁ ତାନାଶାହି ଶାସନ ଆଡ଼କୁ ଯିବାକୁ ଦିଆଯାଇ ପାରିବ ନାହିଁ। ଆଗାମୀ ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନରେ ବିଜେତା ହେବ। ୨ ପର୍ଯ୍ୟାୟ ନିର୍ବାଚନ ସରିଲାଣି, ସେଥିରୁ ପ୍ରଧାନମନ୍ତ୍ରୀ ମୋଦି ହାରୁଥିବା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ରିପୋର୍ଟରେ କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟରେ ଚର୍ଚ୍ଚା ଚାଲିଛି ଯେ ମେଣ୍ଟରେ ଥିବା ଦଳଗୁଡ଼ିକ ‘ଓ୍ବାନ୍‌ ଇଅର ଓ୍ବାନ୍‌ ପିଏମ୍‌’ ଫର୍ମୁଲା କରିବେ। ଅର୍ଥାତ ବର୍ଷକୁ ଗୋଟିଏ ପ୍ରଧାନମନ୍ତ୍ରୀ, ପରବର୍ଷ ଆଉ ଜଣେ ପ୍ରଧାନମନ୍ତ୍ରୀ, ଏଭଳି ୫ ବର୍ଷରେ ୫ ପ୍ରଧାନମନ୍ତ୍ରୀ। କହିବାକୁ ଗଲେ ଏମାନେ ପ୍ରଧାନମନ୍ତ୍ରୀ ଆସନର ଅକ୍ସନ କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି।

The post ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ appeared first on Dharitri Odia News.