୧୪ ବିଧାୟକ,୨ ଏମ୍ପିଙ୍କୁ ଜିତାଅ
ଜୟପୁର, ୧୩ା୩ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ଦଶହରା ପଡିଆଠାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ୨୦୨୪ ନିର୍ବାଚନ ପୂର୍ବରୁ ସେଠାରେ କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା। କୋରାପୁଟ ଜିଲା ସଭାପତି ଶଶୀ ଭୂଷଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଶାହା ନବାଜ, ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, […] The post ୧୪ ବିଧାୟକ,୨ ଏମ୍ପିଙ୍କୁ ଜିତାଅ appeared first on Dharitri Odia News.
ଜୟପୁର, ୧୩ା୩ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ଦଶହରା ପଡିଆଠାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ୨୦୨୪ ନିର୍ବାଚନ ପୂର୍ବରୁ ସେଠାରେ କର୍ମୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା। କୋରାପୁଟ ଜିଲା ସଭାପତି ଶଶୀ ଭୂଷଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସମ୍ପାଦକ ଶାହା ନବାଜ, ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜୟରାମ ପାଙ୍ଗି ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ବାହିନୀପତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ନେତାମାନେ ଅବିଭକ୍ତ କୋରାପୁଟ ଜିଲାରେ ୧୪ ଜଣ ବିଧାୟକ ପ୍ରାର୍ଥୀ ଓ ୨ଜଣ ଏମ୍ପିଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ବିଜେଡି ଓ ଭାଜପା ଉପରେ ସେମାନେ ବର୍ଷିଥିଲେ। ବାହାର ରାଜ୍ୟର ଲୋକମାନେ ଆସି ଏଠାରେ ଲୁଟ କରୁଥିବା ବେଳେ ଏଠାକାର ଲୋକେ ଦାଦନ ଖଟିବାକୁ କର୍ନାଟକ, ଗୁଜରାଟ ଯାଉଛନ୍ତି ବୋଲି କେନ୍ଦ୍ରୀୟ ନେତାମାନେ ଆରୋପ ଲଗାଇଥିଲେ। କୋରାପୁଟ ଜିଲାରେ ଯାହା ବିକାଶ ହୋଇଛି ସବୁ କଂଗ୍ରେସ ଅମଳରେ ହୋଇଛି। ଚାକିରି ଚାହୁଁଛ, ବିକାଶ ଚାହୁଁଛ, ଦୁର୍ନୀତିମୁକ୍ତ ରାଜ୍ୟ, ଦେଶ ଗଠନ କରିବାକୁ ଚାହୁଁଛ ତ’ କଂଗ୍ରେସକୁ ଭୋଟ ଦେବାକୁ ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ବାହିନୀପତି, ନବରଙ୍ଗପୁର ଜିଲା ସଭାପତି ଭୁଜବଳ ମାଝୀ, ରାୟଗଡା ଜିଲା ସଭାପତି ବିଜୟ ଗମାଙ୍ଗଙ୍କ ସହ ଜିଲାର ୧୪ଟି ବ୍ଲକର ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ ।
The post ୧୪ ବିଧାୟକ,୨ ଏମ୍ପିଙ୍କୁ ଜିତାଅ appeared first on Dharitri Odia News.