ରାହୁଲଙ୍କୁ ଜାତି ଟିପ୍ପଣୀ ପ୍ରସଙ୍ଗ: ଅନୁରାଗ ଠାକୁରଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମପି ଅନୁରାଗ ଠାକୁରଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି। ଅନୁରାଗଙ୍କ ସଂସଦରେ ଦିଆଯାଇଥିବା ବକ୍ତବ୍ୟକୁ ଭିଡିଓ ପୋଷ୍ଟ ମାଧ୍ୟମରେ େସ କହିଛନ୍ତି, ମୋର ଯୁବ ବନ୍ଧୁ ଅନୁରାଗ ଠାକୁରଙ୍କ ଏହି ଭାଷଣ ଶୁଣନ୍ତୁ। ସେ କିପରି ତାଙ୍କ ଭାଷଣ ମାଧ୍ୟମରେ ଇଣ୍ଡିଆ ମେଣ୍ଟର ଖରାପ ରାଜନୀତିର ଖୁଲାସା କରିଛନ୍ତି। ଲୋକ ସଭାରେ ବଜେଟ ଭାଷଣ ଉପରେ ଆଲୋଚନା ବେଳେ ଅନୁରାଗ ଠାକୁର ମଙ୍ଗଳବାର ବିରୋଧୀ […] The post ରାହୁଲଙ୍କୁ ଜାତି ଟିପ୍ପଣୀ ପ୍ରସଙ୍ଗ: ଅନୁରାଗ ଠାକୁରଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମପି ଅନୁରାଗ ଠାକୁରଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି। ଅନୁରାଗଙ୍କ ସଂସଦରେ ଦିଆଯାଇଥିବା ବକ୍ତବ୍ୟକୁ ଭିଡିଓ ପୋଷ୍ଟ ମାଧ୍ୟମରେ େସ କହିଛନ୍ତି, ମୋର ଯୁବ ବନ୍ଧୁ ଅନୁରାଗ ଠାକୁରଙ୍କ ଏହି ଭାଷଣ ଶୁଣନ୍ତୁ। ସେ କିପରି ତାଙ୍କ ଭାଷଣ ମାଧ୍ୟମରେ ଇଣ୍ଡିଆ ମେଣ୍ଟର ଖରାପ ରାଜନୀତିର ଖୁଲାସା କରିଛନ୍ତି।
ଲୋକ ସଭାରେ ବଜେଟ ଭାଷଣ ଉପରେ ଆଲୋଚନା ବେଳେ ଅନୁରାଗ ଠାକୁର ମଙ୍ଗଳବାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଯେଉଁମାନଙ୍କୁ ଜାତୀ ବିଷୟରେ ଜଣାନାହିଁ ସେ ଜାତି ଜନଗଣନା ସମ୍ପର୍କରେ ଆଲୋଚନା କରିବା ଉଚିତ୍ ନୁହେଁ। ଏହାକୁ ପୋଷ୍ଟ କରି ମୋଦି କହିଛନ୍ତି, ମୋର ଯୁବ ତଥା ସହକର୍ମୀ ଅନୁରାଗ ଠାକୁର ଇଣ୍ଡିଆ ମେଣ୍ଟର ଅପରିଷ୍କାର ରାଜନୀତିକୁ ତଥ୍ୟ ଏବଂ ହାସ୍ୟର ଉଜାଗର କରିଛନ୍ତି।
The post ରାହୁଲଙ୍କୁ ଜାତି ଟିପ୍ପଣୀ ପ୍ରସଙ୍ଗ: ଅନୁରାଗ ଠାକୁରଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ ମୋଦି appeared first on Dharitri Odia News.