ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି…

ନବରଙ୍ଗପୁର, ୨୫।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଣ୍ଟାଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଗତ ୧୭ରେ ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାଗାଁର ଅଲେଖ ମାଝୀ (୨୦) ଓ ପରମାନନ୍ଦ ଦିଶାରୀ(୨୪)। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ପରେ ତଣ୍ଟିଚିପି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ନବରଙ୍ଗପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ […] The post ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି… appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି…

ନବରଙ୍ଗପୁର, ୨୫।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଣ୍ଟାଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଗତ ୧୭ରେ ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାଗାଁର ଅଲେଖ ମାଝୀ (୨୦) ଓ ପରମାନନ୍ଦ ଦିଶାରୀ(୨୪)। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ପରେ ତଣ୍ଟିଚିପି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ନବରଙ୍ଗପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରାଯାଇପାରିବ ନାହିଁ। କୋର୍ଟରେ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ୧୭ ତାରିଖରେ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୨୨୨/୨୪ ଏକ ମାମଲା ରୁଜୁ କରିଥିଲା। ଡଗ୍‌ ସ୍କ୍ବାଡ୍‌, ସାଇଣ୍ଟିଫିକ୍‌ ଟିମ୍‌, ଫୋରେନ୍‌ସିକ୍‌ ଓ ସାଇବର ଟିମ୍‌ର ସହଯୋଗ ନିଆଯାଇଥିଲା। ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରାଯାଇଥିଲା। ଏଥିସହ ଏଏସ୍‌ପି ବଟକୃଷ୍ଣ ମିଶ୍ର, ଡିଏସ୍‌ପି ରାଜକିଶୋଇ ଦାଶ, ଡିଏସ୍‌ପି (ଡିଆଇବି) ଏନ୍‌. କେ. ପୂଜାରୀ, ଏସ୍‌ଡିପିଓ ମୀନାକ୍ଷୀ ଠାକୁର, ନବରଙ୍ଗପୁର ଥାନାଧିକାରୀ ସମ୍ବିତ ବେହେରା, ତେନ୍ତୁଳିଖୁଣ୍ଟି ଥାନାଧିକାରୀ ଗୋପାଳକୃଷ୍ଣ ଅଗୁପାତ୍ର, ଇନ୍ସପେକ୍ଟର ଡି. ଜେନା ପ୍ରମୁଖଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ଘଟଣାର ଯାଞ୍ଚବେଳେ ଅଭିଯୁକ୍ତ ଅଲେଖ ଓ ପରମାନନ୍ଦଙ୍କ ସମ୍ପୃକ୍ତି ଥିବା ଜାଣି ପାରିଥିଲେ। ସେମାନଙ୍କୁ ଆଣି ପଚରାଉଚରା କରାଯାଇଥିଲା। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ପରେ ଧରାପଡ଼ିଯିବା ଭୟରେ ଶ୍ୱାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିବା ଡିଆଇଜି କହିଛନ୍ତି। ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ପୋଲିସ ଉଦ୍ୟମ କରୁଛି। ତ୍ୱରିତ ନ୍ୟାୟ ପାଇଁ ଯଥାଶୀଘ୍ର ଚାର୍ଜଶିଟ କୋର୍ଟକୁ ପ୍ରଦାନ କରାଯିବ। ସରକାରଙ୍କ ପ୍ରାବଧାନ ଅନୁଯାୟୀ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଜିଲା ଆଇନ ସେବା ପ୍ରାଧିକାରଣଙ୍କୁ ଚିଠି କରାଯାଇଛି। ପୀଡ଼ିତା ପରିବାରକୁ ନ୍ୟାୟ ଓ ସମସ୍ତ ପ୍ରକାର ଆଇନଗତ ସହାୟତା ଦେବାକୁ ଜିଲା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଆଇଜି ମୀନା ଖବରଦାତା ସମ୍ମିଳନୀରେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ପି ରୋହିତ ବର୍ମାଙ୍କ ସମେତ ତଦନ୍ତକାରୀ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଯେ, ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ଦାବି କରିଆସୁଥିଲେ। ପୀଡ଼ିତାଙ୍କୁ ନ୍ୟାୟଦେବାକୁ ଏକ ନ୍ୟାୟ ସମିତି ଗଠନ କରାଯାଇଛି। ସୋମବାର ତେନ୍ତୁଳିଖୁଣ୍ଟି ବନ୍ଦ କରାଯାଇଥିଲା।

The post ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି… appeared first on Dharitri Odia News.