ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ
ନୂଆଦିଲ୍ଲୀ,୪।୧୨: ଦକ୍ଷିଣ କୋରିଆରେ ସାମରିକ ଆଇନର ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରି ଦିଆଯାଇଛି। କିନ୍ତୁ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଏହାପୂର୍ବରୁ ରାଷ୍ଟ୍ରପତିୟୁନଙ୍କ ଇସ୍ତଫା ଦାବି କରି ଏବଂ ମହାଅଭିଯୋଗ ଦାବି କରି ଶତାଧିକ ସଂସଦ ଏବଂ ପାର୍ଟି ସଦସ୍ୟ ବୁଧବାର ନ୍ୟାସନାଲ ପାର୍ଲିଆମେଣ୍ଟ ଆଗରେ ଏକାଠି ହୋଇଥିଲେ। ଦକ୍ଷିଣ କୋରିଆର ସ୍ଥାନୀୟ […] The post ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ appeared first on Dharitri Odia News.
ନୂଆଦିଲ୍ଲୀ,୪।୧୨: ଦକ୍ଷିଣ କୋରିଆରେ ସାମରିକ ଆଇନର ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରି ଦିଆଯାଇଛି। କିନ୍ତୁ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଏହାପୂର୍ବରୁ ରାଷ୍ଟ୍ରପତିୟୁନଙ୍କ ଇସ୍ତଫା ଦାବି କରି ଏବଂ ମହାଅଭିଯୋଗ ଦାବି କରି ଶତାଧିକ ସଂସଦ ଏବଂ ପାର୍ଟି ସଦସ୍ୟ ବୁଧବାର ନ୍ୟାସନାଲ ପାର୍ଲିଆମେଣ୍ଟ ଆଗରେ ଏକାଠି ହୋଇଥିଲେ।
ଦକ୍ଷିଣ କୋରିଆର ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଚିଫ ଅଫ ଷ୍ଟାଫଙ୍କ ସମେତ ଅନେକ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ ୧୨ ଜଣ କ୍ୟାବିନେଟ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଅନ୍ୟ ଅନେକ ବରିଷ୍ଠ ନେତା ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। କେବଳ ବିରୋଧୀ ନୁହଁନ୍ତି ଅନେକ କ୍ୟାବିନେଟ ନେତା ମଧ୍ୟ ସାମରିକ ଆଇନର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ତାଙ୍କ ଦଳର ବରିଷ୍ଠ ନେତା ପିପୁଲ୍ସ ପାୱାର ପାର୍ଟି ହାନ ଡୋଙ୍ଗ ହୁନ୍ ମୁଖ୍ୟ ବିରୋଧୀଦଳ ନେତା ଲି ଜେ-ମିଆଙ୍ଗଙ୍କ ସହ ମିଶି ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି।
The post ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ appeared first on Dharitri Odia News.