ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ
କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ ୨୭ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଘରଦ୍ୱାର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛନ୍ତି । ସେହି ୨୭ ଟିକିଆ ହାତୀପଲ ସୋମବାର ଦିନବେଳା ଚମ୍ପୁଆରେଞ୍ଜ ବାଲିବନ୍ଧ ଫରେଷ୍ଟ ସେକ୍ସନ ଅଧୀନ ଦୁର୍ଗାପୁର ଜଙ୍ଗଲରେ ଥିଲେ । ସୂର୍ଯ୍ୟାସ୍ତ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳା ଗ୍ରାମ ହୁଡ଼ିସାହିରେ ପଶି […] The post ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ appeared first on Dharitri Odia News.
କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ ୨୭ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଘରଦ୍ୱାର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛନ୍ତି । ସେହି ୨୭ ଟିକିଆ ହାତୀପଲ ସୋମବାର ଦିନବେଳା ଚମ୍ପୁଆରେଞ୍ଜ ବାଲିବନ୍ଧ ଫରେଷ୍ଟ ସେକ୍ସନ ଅଧୀନ ଦୁର୍ଗାପୁର ଜଙ୍ଗଲରେ ଥିଲେ । ସୂର୍ଯ୍ୟାସ୍ତ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳା ଗ୍ରାମ ହୁଡ଼ିସାହିରେ ପଶି ଦୁଇଟି ଘର ଭାଙ୍ଗିବା ସହ ଧାନ, ଚାଉଳ, ଧାନତଳି, ପନିପରିବା ଖାଇ ପାଦରେ ଦଳ ଦେଇଛନ୍ତି।
ତେବେ ୨୭ଟିକିଆ ହାତୀପଲ ସୋମବାର ରାତିରେ ରାଇକଳା ଗ୍ରାମ ହୁଡ଼ିସାହିରେ ପଶି ଗୌରହରି ନାଏକ, ପ୍ରଭାତୀ ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ। ପରେ ପରେ ଚଘୁରୁ ନାଏକଙ୍କ ଧାନତଳି ସାଙ୍ଗକୁ ରୁଆ ହୋଇଥିବା ଧାନ ଖାଇବା ସହ ପାଦରେ ଦଳିମକଚି ଦେଇଥିଲେ । ଏହାପରେ ଲୋକନାଥ ନାଏକଙ୍କ ପନିପରିବା ଖାଇଯିବା ସହ କଫିଲ ଆନସାରୀଙ୍କ ଇଟା କାରଖାନାରେ ପଶି କୁକୁଡ଼ା ଘର ଭାଙ୍ଗିବା ପରେ ଅନ୍ୟ ଘରର ଝରକା ଭାଙ୍ଗି ବିଛଣା ଚାଦର ଓ କିଛି ଲୁଗାପଟା ଝିଙ୍କି ନେଇଥିଲେ । ହାତୀପଲକୁ ଘୋଉଡାଇବା ପାଇଁ ବନବିଭାଗ ଓ ଗ୍ରାମବାସୀ ଙ୍କୁ ନାକେଦମ ହେବାକୁ ପଡିଥିଲା । ବହୁ ଉଦ୍ୟମ ପରେ ହାତୀପଲ ଦୁଇ ଭାଗ ହୋଇଯାଇଥିଲେ । ସେଥିମଧ୍ୟରୁ ୧୧ ଟି ହାତୀ ପଳାସପଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶୁଣ୍ଢିଆପଶି ସଂରକ୍ଷିତ ଜଙ୍ଗଲ ରେ ରହିଥିବା ବେଳେ, ଅନ୍ୟ ୧୫ଟି ହାତୀ ୨୦ନମ୍ବର ଜାତୀୟ ରାଜପଥ ପାରି ହୋଇ ଚମ୍ପୁଆରେଞ୍ଜ ବାଲିବନ୍ଧ ଫରେଷ୍ଟ ସେକ୍ସନ ଅର୍ଶଳା ପଞ୍ଚାୟତର ତେଲିଅର୍ଶଳା ଗ୍ରାମ ମାଟିଆଳ ସାହି ଜାମୁ ଜଙ୍ଗଲ ରେ ବିଶ୍ରାମ ନେଇଥିବା ଫରେଷ୍ଟର ବୁଲୁ ନାହାକ ସୂଚନା ଦେଇଛନ୍ତି । ତେବେ ଦନ୍ତାହାତୀ ଗୋଠ ଛଡା ହୋଇ ମୟୁରଭଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ବନବିଭାଗ ସୂଚନା ଦେଇଛି।
The post ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ appeared first on Dharitri Odia News.