ଆଡ଼ପ ମଣ୍ଡପ ବିଜେ ଆରମ୍ଭ

ପୁରୀ,୨୯।୬: ଆରମ୍ଭ ହେଲା ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ। ସେବକମାନେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ଭକ୍ତିମୟ ପରିବେଶ ମଧ୍ୟରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଛନ୍ତି। ଗୋଟି ପହଣ୍ଡିରେ ବଡ଼ଠାକୁର ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। ପରେ ଦେବୀ ମା’ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପ ବିଜେ କରିବେ। ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଏପରିକି ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ […] The post ଆଡ଼ପ ମଣ୍ଡପ ବିଜେ ଆରମ୍ଭ appeared first on Dharitri Odia News.

ଆଡ଼ପ ମଣ୍ଡପ ବିଜେ ଆରମ୍ଭ

ପୁରୀ,୨୯।୬: ଆରମ୍ଭ ହେଲା ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ। ସେବକମାନେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ଭକ୍ତିମୟ ପରିବେଶ ମଧ୍ୟରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଛନ୍ତି।

ଗୋଟି ପହଣ୍ଡିରେ ବଡ଼ଠାକୁର ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। ପରେ ଦେବୀ ମା’ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପ ବିଜେ କରିବେ। ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଏପରିକି ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର।

The post ଆଡ଼ପ ମଣ୍ଡପ ବିଜେ ଆରମ୍ଭ appeared first on Dharitri Odia News.