ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ
ତେଲ୍ ଆଭିଭ୍,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି। ହମାସ୍ ମୁଖ୍ୟ ୟହୟା ସିନ୍ଓ୍ବାରଙ୍କୁ ଗୁରୁବାର ଇସ୍ରାଏଲୀ ସେନା ରକେଟ ମାଡ଼ରେ ନିପାତ କରିଥିଲା। ଶୁକ୍ରବାର ଆକ୍ରମଣ ବେଳର ଭିଡିଓ ଜାରି କରି ଇସ୍ରାଏଲ୍ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି। ଏହି ଭିଡିଓ ଜାରିର କିଛି ଘଣ୍ଟା ପରେ ନେତାନ୍ୟାହୁ ଗାଜାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ହମାସ୍ […] The post ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ appeared first on Dharitri Odia News.
ତେଲ୍ ଆଭିଭ୍,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି। ହମାସ୍ ମୁଖ୍ୟ ୟହୟା ସିନ୍ଓ୍ବାରଙ୍କୁ ଗୁରୁବାର ଇସ୍ରାଏଲୀ ସେନା ରକେଟ ମାଡ଼ରେ ନିପାତ କରିଥିଲା। ଶୁକ୍ରବାର ଆକ୍ରମଣ ବେଳର ଭିଡିଓ ଜାରି କରି ଇସ୍ରାଏଲ୍ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି। ଏହି ଭିଡିଓ ଜାରିର କିଛି ଘଣ୍ଟା ପରେ ନେତାନ୍ୟାହୁ ଗାଜାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ହମାସ୍ ଯଦି ଅସ୍ତ୍ର ତ୍ୟାଗ ସହ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବ, ତେବେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯିବ। ଏହା ତାଙ୍କର ସ୍ପଷ୍ଟ ସନ୍ଦେହ ବୋଲି ସେ ଅଭିହିତ କରିଛନ୍ତି। ୨୦୨୩ ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲ୍ ଆକ୍ରମଣ ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଣବନ୍ଦୀ କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁକ୍ତ ହୋଇସାରିଥିବାବେଳେ ୨୩ ଦେଶର ଆହୁରି ୧୦୧ ଜଣ ଏବେ ମଧ୍ୟ ଆତଙ୍କବାଦୀଙ୍କ କବ୍ଜାରେ ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ମୁକୁଳାଇ ଆଣିବା ପାଇଁ ଯାହା ଆବଶ୍ୟକ ସବୁ କରିବା ଲାଗି ଇସ୍ରାଏଲ୍ ପ୍ରତିଶ୍ରୁତିବଦ୍ଧ। ପଣବନ୍ଦୀମାନଙ୍କୁ ମୁକ୍ତ ନ କଲେ ହମାସ୍କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।
The post ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ appeared first on Dharitri Odia News.