୬୦ ବର୍ଷ ବୟସରେ ବିବାହ କରିବେ ପ୍ରଧାନମନ୍ତ୍ରୀ, ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ
ସିଡ଼ନୀ,୧୫।୨: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିସ୍ ଗୁରୁବାର ତାଙ୍କ ଗର୍ଲଫ୍ରେଣ୍ଡ ଯୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ଏକ ଭିଡିଓ ଶେୟାର କରି ୬୦ ବର୍ଷିୟ ଆନ୍ଥୋନୀ ଲେଖିଛନ୍ତି , ତାଙ୍କ ଗର୍ଲଫ୍ରେଣ୍ଡ ବିବାହ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅଲବାନିସ୍ ଏହି ଦିନ ପାଇଁ ପ୍ରସ୍ତୁତ ହୋଇସାରିଥିଲେ ଏବଂ ଭାଲେଣ୍ଟାଇନ୍ସ ଡେ’ ରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରସ୍ତାବ ଦେଇଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ବହୁତ ଖୁସି ଯେ ମୁଁ ଏପରି ସାଥୀ ପାଇଛି ଯାହାଙ୍କ […] The post ୬୦ ବର୍ଷ ବୟସରେ ବିବାହ କରିବେ ପ୍ରଧାନମନ୍ତ୍ରୀ, ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ appeared first on Dharitri Odia News.
ସିଡ଼ନୀ,୧୫।୨: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିସ୍ ଗୁରୁବାର ତାଙ୍କ ଗର୍ଲଫ୍ରେଣ୍ଡ ଯୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ଏକ ଭିଡିଓ ଶେୟାର କରି ୬୦ ବର୍ଷିୟ ଆନ୍ଥୋନୀ ଲେଖିଛନ୍ତି , ତାଙ୍କ ଗର୍ଲଫ୍ରେଣ୍ଡ ବିବାହ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅଲବାନିସ୍ ଏହି ଦିନ ପାଇଁ ପ୍ରସ୍ତୁତ ହୋଇସାରିଥିଲେ ଏବଂ ଭାଲେଣ୍ଟାଇନ୍ସ ଡେ’ ରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରସ୍ତାବ ଦେଇଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ବହୁତ ଖୁସି ଯେ ମୁଁ ଏପରି ସାଥୀ ପାଇଛି ଯାହାଙ୍କ ସହ ମୁଁ ସାରା ଜୀବନ ବିତାଇ ପାରିବି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ପ୍ରେମିକାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ବାହାରୁଛନ୍ତି। ଏହି ସମୟରେ ଦୁହେଁ ପରସ୍ପରର ହାତ ଧରିଛନ୍ତି।
The post ୬୦ ବର୍ଷ ବୟସରେ ବିବାହ କରିବେ ପ୍ରଧାନମନ୍ତ୍ରୀ, ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ appeared first on Dharitri Odia News.